May 27, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ତେଲେଙ୍ଗାନାକୁ ଛାଡିଦେଲେ ଅମିତ୍ ଶାହା

    Share on :
    Date: Mar 3, 2018    Views: 297

    ନୂଆଦିଲ୍ଲୀ : ‘ଓଡ଼ିଶା, ପଶ୍ଚିମବଙ୍ଗ, କେରଳ, ତ୍ରିପୁରା ଓ ତେଲେଙ୍ଗାନାରେ ବିଜେପି କ୍ଷମତାକୁ ନଆସିବା ପର୍ଯ୍ୟନ୍ତ ବିଜେପିର ସୁବର୍ଣ୍ଣ ଯୁଗ ଆସିବ ନାହିଁ  । ୨୦୧୭ ଅପ୍ରେଲ ୧୫ରେ ଓଡ଼ିଶାରେ ଅନୁଷ୍ଠିତ ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ଏହା କହିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା  । ଆଜି ତ୍ରିପୁରା ବାଜିମାତ୍ ପରେ ଶାହା କହିଛନ୍ତିଯେ, ଆମେ କର୍ଣ୍ଣାଟକରେ ବିଜୟ ହାସଲ କରିବୁ  । ତେବେ ଯେପର୍ଯ୍ୟନ୍ତ ଓଡ଼ିଶା, ପଶ୍ଚିମବଙ୍ଗ, କେରଳରେ ବିଜେପି କ୍ଷମତାକୁ ଆସିନାହିଁ ସେପର୍ଯ୍ୟନ୍ତ ସୁବର୍ଣ୍ଣ ଯୁଗ ଆସିବ ନାହିଁ ବୋଲି କହିଛନ୍ତି  । ଅର୍ଥାତ୍ ପୂର୍ବରୁ ଅମିତ ଶାହା ତେଲେଙ୍ଗାନାକୁ ଟାର୍ଗେଟ କରିଥିବାବେଳେ ଏବେ ତାହା ବିଜେପି ତାଲିକାରେ ନାହିଁ  । ହୁଏତ ୨୦୧୯ ନିର୍ବାଚନ ପୂର୍ବରୁ ଟିଆରଏସକୁ ଏନଡ଼ିଏରେ ସାମିଲ କରିବା ପାଇଁ ବିଜେପି ଯୋଜନା କରିସାରିଛି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି  । ସୂଚନାଯୋଗ୍ୟଯେ, କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ବେଳେ ଟିଆରଏସକୁ ଏନଡ଼ିଏରେ ସାମିଲ କରିବା ପାଇଁ ବିଜେପି ଯୋଜନା କରିଥିଲା  । ଏନେଇ ଟିଆରଏସକୁ ଅଫର ମଧ୍ୟ ଦିଆଯାଇଥିଲା  । ତେବେ ଟିଆରଏସ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ ବୋଲି ଟିଆରଏସ ନେତା ସ୍ୱୀକାର କରିଥିଲେ  । ତେବେ ଇତିମଧ୍ୟରେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଆରଏସ ଏନଡ଼ିଏରୁ କରଛଡ଼ା ଦେଉଥିବାରୁ  ହୁଏତ ଏବେବି ଏନଡ଼ିଏ ଷ୍ଟ୍ରାଟେଜୀରେ ଟିଆରଏସ ରହିଥିବା କୁହାଯାଉଛି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook