Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ତ୍ରିପୁରାରେ ଇତିହାସ ରଚିଲା ବିଜେପି, ମେଘାଳୟରେ କଂଗ୍ରେସ ଓ ନାଗାଲାଣ୍ଡରେ ବିଜେପି ମେଂଟ ଆଗୁଆ

    Share on :
    Date: Mar 3, 2018    Views: 155

    ନୂଆଦିଲ୍ଲୀ : ତି୍ରପୁରାରେ ଇତିହାସ ରଚିଛି ବିଜେପି  । ଅଢେ଼ଇ ଦଶନ୍ଧି ଧରି ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ମାଣିକ ସରକାରଙ୍କୁ ଧରାଶାୟୀ କରିଛି ବିଜେପି  । ତ୍ରିପୁରାରେ ସରକାର ଗଢ଼ିବା ପାଇଁ ମାତ୍ର ୩୧ ଆସନ ଆବଶ୍ୟକ ଥିବାବେଳେ ବିଜେପି ଏକାକୀ ମ୍ୟାଜିକ ନମ୍ବର ଠାରୁ ଢେ଼ର ଆଗରେ ରହିଛି  । ବିଜେପିର ସହଯୋଗୀ ଦଳ ବି ୮ ଆସନ ହାସଲ କରିଛି  । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ବିଜେପି ମେଂଟ ୪୩ ଆସନ ପାଇବାକୁ ଯାଉଥିବାବେଳେ ସିପିଆଇକୁ ୧୬ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ  ।

    ଖାଲି ତି୍ରପୁରା ନୁହେଁ ନାଗାଲାଣ୍ଡରେ ବି ବିଜେପି ନାଗା ପିପୁଲସ ଫ୍ରଂଟକୁ ଧକ୍କା ଦେଇଛି  । ନାଗା ପିପୁଲସ ଫ୍ରଂଟ ୨୪ ଆସନ ଜିତିଥିବାବେଳେ ୩ ଆସନରେ ଆଗୁଆ ରହିଛି  । ଯେତେବେଳେକି ବିଜେପି ୯ ଆସନରେ ଜିତିଥିବାବେଳେ ୨ ଆସରେ ଆଗୁଆ ଅଛନ୍ତି  । ଅପରପକ୍ଷରେ ନାସନାଲ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି ୧୩ ଆସନରେ ଜିତିଥିବାବେଳେ ଆଉ ୩ ଆସନରେ ଆଗୁଆ ରହିଛି  । ବିହାର ଓ ଏନଡ଼ିଏରେ ସରକାରରେ ଥିବା ଜେଡ଼ିୟୁ ମଧ୍ୟ ଗୋଟିଏ ଆସନ ହାସଲ କରିଛି  । ଫଳରେ ବିଜେପି ମେଂଟ ସେଠାରେ ସରକାର ଗଢ଼ିବ ବୋଲି ଆଶା କରାଯାଉଛି  ।

    ଅପରପକ୍ଷରେ ମେଘାଳୟରେ କଂଗ୍ରେସକୁ ଧକ୍କା ଲାଗିଛି  । କଂଗ୍ରେସକୁ ୨୧ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିବାବେଳେ ବିଜେପିକୁ ମାତ୍ର ୨ଟି ଆସନ ମିଳିଛି  । ତେବେ ଏନସିପିକୁ ୧, ହିଲ ଷ୍ଟେଟ ପିପୁଲସ ଡେମୋକ୍ରାଟିକ ପାର୍ଟିକୁ ୨, ନାସନାଲ ପିପୁଲସ ପାଟିକୁ ୧୯, ୟୁଡ଼ିପିକୁ ୬ ଆସନ ମିଳିଥିବାବଳ ପିପୁଲସର ଡେମୋକ୍ରାଟିକ ଫ୍ରଂଟକୁ ୪ଟି ଆସନ ମିଳିଛି  । ସ୍ୱାଧୀନ ଭାବେ ୩ ଜଣ ଜିତିଥିବାବେଳେ ଅନ୍ୟ ଏକ ଦଳକୁ ଗୋଟିଏ ଆସନ ମିଳିଛି  । ସରକାର ଗଢ଼ିବା ପାଇଁ ୩୧ ଆସନ ଆବଶ୍ୟକ ଥିବାବେଳେ କାହାକୁ ବହୁମତ ମିଳିନାହିଁ  । ଫଳରେ ବ୍ୟାପକ ବୁଝାମଣା ଓ ଘୋଡ଼ା ବେପାର ହେବବୋଲି ଆଶଙ୍କା କରାଯାଉଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook