Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମେଘାଳୟ, ତ୍ରିପୁରା, ନାଗାଲାଣ୍ଡରେ ଚାଲିଛି ଭୋଟ ଗଣତି

    Share on :
    Date: Mar 3, 2018    Views: 171

    ନୂଆଦିଲ୍ଲୀ : ଉତର ପୂର୍ବାଚଂଳ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ଭୋଟ ଗଣତି ଚାଲିଛି  । କଡ଼ା ସୁରକ୍ଷା ବଳୟ ମଧ୍ୟରେ ତିନି ରାଜ୍ୟରେ ଭୋଟ ଗଣତି ଜାରିରହିଛି  । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ମେଘାଳୟରେ କଂଗ୍ରେସ, ତି୍ରପୁରାରେ ବାମମେଂଟ ଓ ନାଗାଲାଣ୍ଡରେ ଏନପିଏଫ ମେଂଟ ଆଗରେ ରହିଛି  । ବିଜେପି ଏହି ୩ ରାଜ୍ୟରେ ବାଜିମାତ୍ କରିବ ବୋଲି ଏକଜିଟ ପୋଲରେ ଆକଳନ କରାଯାଇଥିଲା  । କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ, ତ୍ରିପୁରାରେ ବାମମେଂଟକୁ ୩୦ ଆସନ ମିଳିଥିବାବେଳେ ବିଜେପିକୁ ୨୮ ଓ ଅନ୍ୟ ଦଳ ୧ ଆସନରେ ଆଗୁଆ ରହିଛନ୍ତି  । ସେହିପରି ମେଘାଳୟରେ କଂଗ୍ରେସକୁ ୨୨, ଏନପିପିକୁ ୧୧ ଓ ବିଜେପି ୬ ଆସନ ପାଇଥିବାବେଳେ ଅନ୍ୟାନ୍ୟ ଦଳ ୧୪ ଆସନରେ ଆଗୁଆ ରହିଛି  । ଅପରପକ୍ଷରେ ନାଗାଲାଣ୍ଡରେ ଏନପିଏଫ ମେଂଟ ୨୯, ଏନଡ଼ିପିପି ୨୬ ଓ ଅନ୍ୟ ଦଳ ୨ ଆସନରେ ଆଗୁଆ ଥିବା ଜାଣିବାକୁ ମିଳିଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook