Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପଂଚଭୂତରେ ବିଲୀନ ହେଲେ ଶ୍ରୀଦେବୀ

    Share on :
    Date: Feb 28, 2018    Views: 85

    ମୁମ୍ବାଇ : ପଂଚଭୂତରେ ବିଲୀନ ହୋଇଛନ୍ତି ବଲିଉଡ଼ କୁଇନ ଶ୍ରୀଦେବୀ  । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି  । ପବନ ହଂସ ଶ୍ମଶାନରେ ଶ୍ରୀଦେବୀଙ୍କର ଶେଷକୃତ୍ୟ କରାଯାଇଛି  । ସ୍ୱାମୀ ବୋନି କାପୁର ମୁଖାଗ୍ନି ଦେଇଥିଲେ  । ନିକଟରେ ଦୁଇ ଝିଅ ଜାହ୍ନବୀ ଓ ଖୁସି ଉପସ୍ଥିତ ଥିଲେ  । 
    ଶ୍ରୀଦେବୀଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା  । ଶ୍ରୀଦେବୀଙ୍କ ଲକ୍ଷ ଲକ୍ଷ ଫ୍ୟାନ ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ । ରାଜନେତାଙ୍କ ଠାରୁ ଆରମ୍ଭ କରି ବଲିଉଡ଼ର ଅଧିକାଂଶ ଅଭିନେତା ଓ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଶେଷ ସମ୍ମାନ ଜଣାଇଥିଲେ  । ମହମ୍ମଦ ରଫି ଓ ସୁପରଷ୍ଟାର ରାଜେଶଖାନାଙ୍କ ଭଳି ତାଙ୍କ ଶେଷକୃତ୍ୟରେ ଲକ୍ଷ ଲକ୍ଷ ଜନତା ସାମିଲ ହୋଇଥିଲେ  । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook