Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଆମରଣ ଅନଶନରେ ପିଜି ଛାତ୍ର

    Share on :
    Date: Feb 27, 2018    Views: 99

    ଭୁବନେଶ୍ୱର (ଓଡିଆ ସ୍ପଟ ନୁ୍ୟଜ୍) : ନଅ ଦିନ ହୋଇଗଲାଣି  । ଡାକ୍ତରୀ ଛାତ୍ରଙ୍କ ସମେତ ପିଜି ଛାତ୍ର, ହାଉସ ସର୍ଜନ ସମସ୍ତେ କାମ ଛାଡ଼ ଆନେ୍ଦାଳନ ଜାରି ରଖିଛନ୍ତି  । ଫଳରେ ଏସସିବିରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଛି  । ଉଭୟ ସରକାର ଓ ଛାତ୍ରଛାତ୍ରୀମାନେ ନିଜ ନିଜ ଜିଦରେ ଅଟଳ ରହିଛନ୍ତି  । ଏସସିବି ମୂତ୍ରଶଲ୍ୟ ବିଭାଗୀୟ ମୁଖ୍ୟ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ  ନିଲମ୍ବନ ଦାବିରେ ଆନେ୍ଦାଳନ ଜାରିରହିଛି  । ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଆଜି ଠାରୁ ୨ ଜଣ ପିଜି ଛାତ୍ର ଆମରଣ ଅନଶନ ଆରମ୍ଭ କରିଛନ୍ତି  ।

    ଅପରପକ୍ଷରେ ଆନେ୍ଦାଳନ ନେଇ କଲେଜ ଅଧ୍ୟକ୍ଷ ପ୍ରଫେସର ସିଦ୍ଧାର୍ଥ ଦାସଙ୍କ ଅଧ୍ୟକ୍ଷତାରେ କଲେଜ କାଉନସିଲ ବୈଠକ ବସିଥିଲା  । ବୈଠକରେ ସରକାରଙ୍କ ନିଦେ୍ର୍ଧଶ ସଂକ୍ରାନ୍ତରେ ବିଶଦ ଭାବେ ଆଲୋଚନା କରାଯାଇଥିଲା  । ଚାକିରି କରି ମେଡ଼ିକାଲ କଲେଜରେ ପିଜି କରୁଥିବା ଡାକ୍ତରଙ୍କ ବିରୋଧରେ ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି  । ଏପରିକି ଯେଉଁ ଡାକ୍ତରମାନେ କାର୍ଯ୍ୟରେ ଅନୁପସ୍ଥିତ ଅଛନ୍ତି ସେମାନଙ୍କ ତାଲିକା ସରକାରଙ୍କୁ ପ୍ରଦାନ କରାଯାଇଛି  । ଅପରପକ୍ଷରେ କଟକ ଏସସିବିରେ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ଅନ୍ୟ ସ୍ଥାନରୁ ଡାକ୍ତରମାନଙ୍କୁ ଅଣାଯାଇଛି  ।

    ସୂଚନାଯୋଗ୍ୟଯେ, ଜୁନିୟର ଡାକ୍ତରମାନଙ୍କୁ ଘରୋଇ ହସପିଟାଲରେ ଚିକିତ୍ସା କରିବାକୁ ବାଧ୍ୟ କରାଯାଉଛି  । ଅନିଚ୍ଛା ପ୍ରକାଶ କରୁଥିବା ଛାତ୍ରମାନଙ୍କୁ ମାନସିକ ନିର୍ଯ୍ୟାତନା ଓ ଧମକ ଦିଆଯାଉଛି  । ଏହି ଆନେ୍ଦାଳନକୁ ରେସିଡେଂଟ ସିନିୟର ଡାକ୍ତର ଓ ହାଉସସର୍ଜନ ସମର୍ଥନ କରିଛନ୍ତି  ।

    Maximum 500 characters

    ଆଂଚଳିକ View all

    Find Us on Facebook