Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବିଦୁ୍ୟତ ଆଘାତରେ ଦୁଇ ଯାଆ ମୃତ

    Share on :
    Date: Feb 26, 2018    Views: 77

    ଭୁବନେଶ୍ୱର (ଓଡିଆ ସ୍ପଟ ନୁ୍ୟଜ୍) : ବିଦୁ୍ୟତ ଆଘାତରେ ଦୁଇ ଯାଆଙ୍କର ମୃତୁ୍ୟ ଘଟିଛି  । ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଗାଁଅମର୍ଦ୍ଧାରେ ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି  । ମିଳିଥିବା ସୂଚନାନୁସାରେ ଘରର ଟିଣ ଛାତ କାମ ବେଳେ ଏଭଳି ଅଘଟଣ ଘଟିଛି  । ପ୍ରଥମେ ସାନ ଯାଆ ବିଦୁ୍ୟତ ତାର ସଂସ୍ପର୍ଶରେ ଆସିଥିଲେ  । ବିଦୁ୍ୟତ ଆଘାତରେ ସେ ଛଟପଟ ହେଉଥିବାବେଳେ ବଡ଼ ଯାଆ ତାଙ୍କୁ ବଂଚାଇବାକୁ ଉଦ୍ୟମ କରିଥିଲେ  । ତେବେ ସେ ମଧ୍ୟ ବିଜୁଳି ସଂସ୍ପର୍ଶରେ ଆସି ଯାଇଥିଲେ  । ଫଳରେ ଦୁଇ ଜଣଙ୍କର ମୃତୁ୍ୟ ଘଟିଛି  ।

    Maximum 500 characters

    ଆଂଚଳିକ View all

    Find Us on Facebook