Jun 19, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଆରମ୍ଭ ହେଲା ନୂଆ ଯୋଜନା ‘ଖୁସି’ : ସ୍କୁଲ ଛାତ୍ରୀଙ୍କୁ ମିଳିବ ମାଗଣା ନାପକିନ୍

    Share on :
    Date: Feb 26, 2018    Views: 493

    ଭୁବନେଶ୍ୱର (ଓଡିଆ ସ୍ପଟ ନୁ୍ୟଜ୍) : ରାଜ୍ୟ ସରକାର ‘ଖୁସି’ ନାମକ ନୂତନ ଯୋଜନା ଆରମ୍ଭ କରିଛନ୍ତି  । ଏହି ଯୋଜନାରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀମାନଙ୍କୁ ମାଗଣାରେ ନାପକିନ୍ ପ୍ରଦାନ କରାଯିବ  । ରାଜ୍ୟର ୧୭ ଲକ୍ଷ କିଶୋରୀ ଓ ଯୁବତୀଙ୍କୁ ଏହି ଯୋଜନାରେ ନାପକିନ ପ୍ରଦାନ କରଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି  ।

    ଯୋଜନାର ଶୁଭାରମ୍ଭ କରି ନବୀନ କହିଲେଯେ, ତାଙ୍କ ସରକାର ସବୁବେଳେ ମହିଳା ସଶକ୍ତିକରଣ ପାଇଁ ପ୍ରତିଶ୍ରୁତିବଦ୍ଧ  । ମହିଳାଙ୍କୁ ଗୁରୁତ୍ୱ ଦେବା ପାଇଁ ମିଶନ ଶକ୍ତିରୁ ନେଇ ମମତା ଯୋଜନା ଏବଂ ୫୦% ସଂରକ୍ଷଣ ଆଦିର ବ୍ୟବସ୍ଥା କରାଯାଇଛି  । ‘ଖୁସି’ ଯୋଜନାରେ ରାଜ୍ୟର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲର ୧୭ ଲକ୍ଷ ଛାତ୍ରୀଙ୍କୁ ମାଗଣାରେ ନାପକିନ୍ ବିତରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  । ଏତଦବ୍ୟତୀତ ମହିଳା ଓ ଝିଅଙ୍କ ପାଇଁ ରିହାତି ଦରରେ ମଧ୍ୟ ନାପକିନ ଯୋଗାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି  । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook