Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବୋମାମାଡରେ ଜଣେ ମୃତ

    Share on :
    Date: Feb 26, 2018    Views: 417

    ଖୋର୍ଦ୍ଧା (ଓଡିଆ ସ୍ପଟ ନୁ୍ୟଜ୍) : ରାଜସୁନାଖଳା ଛକ ନିକଟରେ ଗୁଳି ମାଡ଼ ସହ ବୋମା ମାଡ଼ ହୋଇଛି  । ବୋମା ମାଡ଼ରେ ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଛି । ମୃତକଙ୍କ ନାମ ଟୁଲୁ ବାରିକ ହୋଇଥିବାବେଳେ ସେ ବାଣପୁର ଅଂଚଳର ବୋଲି ଜାଣିବାକୁ ମିଳିଛି  ।

    ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଟୁଲୁ ସୁନାଖଳା ମେଡ଼ିକାଲ ଛକ ନିକଟରେ ଠିଆ ହୋଇଥିଲେ  । ଏହି ସମୟରେ ବାଇକରେ ଆସିଥିବା ଦୁଇ ଜଣ ଦୁର୍ବୃତ ଟୁଲୁଙ୍କ ଉପରକୁ ଗୁଳି ଚଳାଇଥିଲେ  । ତେବେ ଟୁଲୁଙ୍କ ଦେହରେ ଗୁଳି ବାଜିନଥିଲା  । ଫଳରେ ଦୁର୍ବୃତମାନେ ତାଙ୍କ ଉପରକୁ ବୋମା ମାଡ଼ କରିଥିଲେ  । ବୋମାମାଡ଼ରେ ଟୁଲୁଙ୍କର ମୃତୁ୍ୟ ଘଟିଛି  । ଜମିଜମାକୁ କେନ୍ଦ୍ର କରି ପୂର୍ବ ଶତ୍ରୁତା କାରଣରୁ ବୋମାମାଡ଼ ହୋଇଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି  । ପୁଲିସ ଏନେଇ ଛାନଭିନ ଆରମ୍ଭ କରିଛି  । ଟୁଲୁଙ୍କ ଘର ବାଣପୁର ହୋଇଥିବାବେଳେ ସେ ସୁନାଖଳାରେ ଘର ଭଡ଼ା ନେଇ ରହୁଥିଲେ  ।

    Maximum 500 characters

    ଆଂଚଳିକ View all

    Find Us on Facebook