Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଶ୍ରୀଦେବୀଙ୍କ ପରଲୋକ

    Share on :
    Date: Feb 25, 2018    Views: 123

    ମୁମ୍ବାଇ : ବଲିଉଡର ଏଭରଗ୍ରୀନ ହିରୋଇନ ଶ୍ରୀଦେବୀଙ୍କ ପରଲୋକ ହୋଇଛି । ଶନିବାର ରାତି ୧୧ଟା ୩୦ରେ ହୃଦଘାତରେ ଶ୍ରୀଦେବୀଙ୍କର ମୃତୁ୍ୟ ହୋଇଛି  । ମୃତୁ୍ୟ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇôଥଲା  । ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ସ୍ୱାମୀ ବୋନି କାପୁର ଓ ସାନ ଝିଅ ଖୁସିଙ୍କ ସହ ଶ୍ରୀଦେବୀ ଦୁବାଇ ଯାଇଥିଲେ  । ଶ୍ରୀଦେବୀଙ୍କ ଅକାଳ ବିୟୋଗରେ ବଲିଉଡ଼ ସ୍ତବ୍ଧ ହୋଇଯାଇଛି  ।

    ୧୯୬୩ ଅଗଷ୍ଟ ୧୩ରେ ତାମିଲନାଡ଼ୁର ଶିବକାଶୀରେ ଜନ୍ମିତ ଶ୍ରୀଦେବୀଙ୍କ ପ୍ରକୃତ ନାମ ଶ୍ରୀ ଆମ୍ମା ୟାଙ୍ଗେର ଆୟପ୍ପାନ  । ମାତ୍ର ୪ ବର୍ଷ ବୟସରେ ଶ୍ରୀଦେବୀ ତାମିଲ ଚଳଚ୍ଚିତ୍ର ‘ଥୁନାଇଭାନ୍’ରେ ପରଦାକୁ ଆସିଥିଲେ  । ତାମିଲ, ତେଲୁଗୁ, ମାଲୟାଲମ୍ ଏବଂ କନ୍ନଡ଼ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ଚର୍ଚ୍ଚିତ ଶ୍ରୀଦେବୀ ୧୯୭୫ରେ ବଲିଉଡ଼ରେ ପ୍ରବେଶ କରିଥିଲେ  । ଶିଶୁ କଳାକାର ଭାବେ ଜୁଲିରେ ତାଙ୍କ ଅଭିନୟ ବେଶ ପ୍ରଶଂସିତ ହୋଇଥିଲା  । ତେବେ ମାତ୍ର ୧୩ ବର୍ଷ ବୟସରେ ତାମିଲ ଚଳଚ୍ଚିତ୍ର ‘ମୁନଡ୍ରୁ ମୁଡ଼ିଚୁ’ ତାଙ୍କୁ ଅଭିନେତ୍ରୀର ପରିଚୟ ଦେଇଥିଲା  । ୧୯୭୮ରେ ହିନ୍ଦୀ ଚଳଚ୍ଚିତ୍ର ‘ଶୋଲା ଶାୱନ’ରେ ତାଙ୍କ ଅଭିନୟର ଜଲୱା ସମସ୍ତଙ୍କୁ ଚକିତ କରିଦେଇଥିଲା  । ଏହାପରେ ସେ ଅନେକ ହିଟ ସିନେମାର ହଟ ନାୟିକା ଭାବେ ଚର୍ଚ୍ଚା ସୃଷ୍ଟି କରିଥିଷଲ  । ୧୯୯୭ରେ ସେ ବଲିଉଡରୁ ଦୂରେଇ ଯାଇଥିଲେ  । ତେବେ ୨୦୧୨ରେ ପୁଣି ସେ ବଲିଉଡ଼ ରିଟର୍ଣ୍ଣ କରିଥିଲେ  । ତାଙ୍କର ଶେଷ ଚଳଚ୍ଚିତ୍ର ‘ମମ୍’ ୨୦୧୭ ଜୁଲାଇରେ ମୁକ୍ତିଲାଭ କରିଥିଲା  । ୧୯୮୦ରେ ସେ ଅଭିନେତା ମିଥୁନ ଚକ୍ରବର୍ତୀଙ୍କୁ ଗୋପନରେ ବିବାହ କରିଥିବା ଚର୍ଚ୍ଚା ହୋଇଥିଲା  । ତେବେ ୧୯୯୬ରେ ପ୍ରଯୋଜକ ବୋନି କାପୁରଙ୍କୁ ବିବାହ କରିଥିଲେ  । 

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook