Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଉପହାର ପ୍ୟାକେଟ ବିସ୍ଫୋରଣ ମୃତୁ୍ୟ ମାମଲା : ରାୟପୁରରୁ ଆସିଥିଲା ପାର୍ସଲ ବୋମା

    Share on :
    Date: Feb 24, 2018    Views: 107

    ଭୁବନେଶ୍ୱର (ଓଡିଆ ସ୍ପଟ ନୁ୍ୟଜ୍) : ବାହାଘର ଉପହାର ପ୍ୟାକେଟ ଖୋଲିବା ବେଳେ ବିସ୍ଫୋରଣ ଘଟି ବର ଓ ତାଙ୍କର ଜେଜେମା’ଙ୍କ ମୃତୁ୍ୟଘଟିବା ଘଟଣାରେ ପୁଲିସ୍ ଛାନଭିନ୍ ଆରମ୍ଭ କରିଛି । ଉକ୍ତ ପାର୍ସଲ ବୋମା ରାୟପୁରରୁ ଆସିଥିବା ପୁଲିସ୍ ଜାଣିବାକୁ ପାଇଛି । ରାୟପୁରରୁ ସ୍କାୟକିଙ୍ଗ କୋରିଅର ସାହାଯ୍ୟରେ ଏହି ପାର୍ସଲ ବୋମା ଆସିଥିଲା ବୋଲି ସ୍କାୟକିଙ୍ଗ କୋରିଅର ମାଲିକ କହିଛନ୍ତି ।  ତେବେ କିଏ ଓ କାହିଁକି ଏହି ପାର୍ସଲ ବୋମା ପଠାଇଥିଲା ତାହାର ଖୋଳତାଡ଼ ଆରମ୍ଭ କରିଛି ପୁଲିସ୍ । ଏହି ପାର୍ସଲ ବୋମାର ଓଜନ ଥିଲା ୨କିଲୋ ୧୦ ଗ୍ରାମ । 

    ସୂଚନାଯୋଗ୍ୟ, ଗତକାଲି ବଲାଙ୍ଗିରି ଜିଲ୍ଲା ପାଟଣାଗଡ଼ ଛକସ୍ଥିତ ରବୀନ୍ଦ୍ର ସାହୁଙ୍କ ପୁଅ ସୌମେନ୍ଦ୍ରଶେଖର ଓ ତାଙ୍କ ଜେଜେମା’ ଜେମାଦେଇଙ୍କ ଏହି ଉପହାର ପାର୍ସଲ ବୋମା ବିସ୍ଫୋରଣ ଘଟି ମୃତୁ୍ୟ ହୋଇଥିଲା । ନବବଧୂ ରୀମା ଗୁରୁତର ଆହତ ହୋଇ ବୁର୍ଲା ମେଡିକାଲରେ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି । ଉପହାର ପ୍ୟାକେଟି ଆସିଥିବା ଶୁକ୍ରବାର ଅପରାହ୍ନରେ । ବହୁ ଖୁସିରେ ବର, କନ୍ୟା ଓ ବରର ଜେଜେମା’ ଏହି ପ୍ୟାକେଟ୍ରେ କ’ଣ ଅଛି ଦେଖିବାକୁ ଖୋଲିବା ସମୟରେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିଲା । ରୋଷେଇ ରୁମ୍ରେ ଏହି ପ୍ୟାକେଟ୍ଟି ଖୋଲିବା ମାତ୍ରେ  ବିସ୍ଫୋରଣ ଘଟି ଘରର ଛାତ ମଧ୍ୟ ଫଟାଇଦେଇଥିଲା । 

    Maximum 500 characters

    ଆଂଚଳିକ View all

    Find Us on Facebook