May 27, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ରିଲିଜ୍ ହେଲା ‘ବ୍ଲାକମେଲ’ ର ଟ୍ରେଲର

    Share on :
    Date: Feb 23, 2018    Views: 97

    ମୁମ୍ବାଇ: ଟିଜର ପରେ ଏବେ ଅଭିନେତା ଇରଫାନ ଖାନଙ୍କ ଅଭିନୀତ ଫିଲ୍ମ “ବ୍ଲାକମେଲ”ର ଟ୍ରେଲର ମଧ୍ୟ ରାଲିଜ ହୋଇଛି । ଫିଲ୍ମର ଟିକରଟି କାଫି ମଜାଦାର ଥିଲା ଯେଉଁଥିରେ ଇରଫାନଙ୍କୁ ଅର୍ଦ୍ଧନଗ୍ନ ହୋଇ ରାସ୍ତାରେ ଦୌଡ଼ୁଥିବାର ଦେଖାଯାଇଥିଲା । ଏବେ ରିଲିଜ ହୋଇଛି ଟ୍ରେଲର, ଯାହାକୁ ଦେଖି ଏବେ ଦର୍ଶକ ମଧ୍ୟ ଚିନ୍ତାରେ ।
    ଫିଲ୍ମର ମୁଖ୍ୟ ଭୂମିକାରେ ଇରଫାନ ଖାନ ଥିବାବେଳେ ଏହାର ଟ୍ରେଲରଟି ୨ମିନିଟ ୩୨ସେକେଣ୍ଡ ଭିଡ଼ିଓଟି ଦର୍ଶକଙ୍କ ମନରେ  ସୃଷ୍ଟି କରିଛି ଅନେକ ପ୍ରଶ୍ନ । ଫିଲ୍ମରେ ଇରଫାନ ତାଙ୍କ ପନôୀଙ୍କୁ ଅନ୍ୟ ପୁରୁଷ ସହ ଦେଖିଦେଇଛନ୍ତି । ଏହା ପେରେ ସେ କଣ କରିବେ? ଉଭୟଙ୍କୁ ମଧ୍ୟାରୁ କେହି ଜଣକୁ ମାରିଦେବେ ନହେଲେ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବେ । ଯଦି ଆପଣମାନେ  ଏମିତି ଭାବୁଛନ୍ତି, ତେବେ ଟ୍ରେଲରରେ ଆପଣଙ୍କ ପାଇଁ ଟ୍ୱିଷ୍ଟ ଅଛି । ସେ ଆଜିକାଲି ରାସ୍ତାରୁ ହଟି ତାଙ୍କ ସ୍ତ୍ରୀଙ୍କ ପ୍ରେମିକକୁ ବ୍ଲାକମେଲ କରୁଛନ୍ତି ଓ ତାଙ୍କୁ ଟଙ୍କା ମାଗୁଛନ୍ତି । କାହାଣୀ କିଛି  ଏମିତି ଆଗକୁ ବଢ଼ୁଛି ଯେ, ବ୍ଲାକମେଲିଙ୍ଗର ଛୁରା ବୁଲିକି ଇରଫାନଙ୍କ ଆଡ଼କୁ ଆସିଯାଉଛି ଆଉ ଫିଲ୍ମଟି ୬ଏପ୍ରିଲରେ ରିଲିଜ ହେବାର ଅଛି । ଏହି ଦିନ ମଧ୍ୟ ଜନ ଆବ୍ରାହମଙ୍କ “ପରମାଣୁ : ଦି ଷ୍ଟୋରୀ ଅଫ ପୋଖରନ” ମଧ୍ୟ ରିଲିଜ ହେଉଛି । 

    Maximum 500 characters

    କଳା View all

    Find Us on Facebook