Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବାହାଘର ଉପହାର ପ୍ୟାକେଟ ଖୋଲିବା ବେଳେ ବିସ୍ଫୋରଣ: ବର ଓ ଜେଜେମା ମୃତ, କନ୍ୟା ଗୁରୁତର

    Share on :
    Date: Feb 23, 2018    Views: 775

    ଭୁବନେଶ୍ୱର (ଓଡିଆ ସ୍ପଟ ନୁ୍ୟଜ୍) : ବାହାଘର, ଭୋଜିଭାତ ସରିଥିଲା  । ରିସେପସନରେ ମିଳିଥିବା ଉପହାର ଗୋଟିକ ପରେ ଗୋଟିଏ ଖୋଲା ଚାଲିଥିଲା  । କିଏ କ’ଣ ଦେଇଛି ତାହା ବି ଖାତାରେ ଟିପା ହେଉଥିଲା  । ହେଲେ ଏକ ଉପହାର ପ୍ୟାକେଟ ଖୋଲିବା ବେଳେ ତାହା ଖୁବଜୋରରେ ବିସ୍ଫୋରଣ ହୋଇଥିଲା  । ବିସ୍ଫୋରଣ  ଯୋଗୁଁ ଉକ୍ତ ଘରେ ଥିବା ବରର ଜେଜେମା’ ମୃତୁ୍ୟବରଣ କରିଥିବା ବେଳେ ବର ଓ କନ୍ୟା ଗୁରୁତର ଆହତ ହୋଇଛନ୍ତି । ପ୍ରଥମେ ଗୁରୁତର ତିନିଜଣଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି  । ତେବେ ଡାକ୍ତରଖାନାରେ ବର ଓ ଜେଜେମା’ଙ୍କ ମୃତୁ୍ୟ ହୋଇଥିବା ବେଳେ ବର ଓ କନ୍ୟା ଗୁରୁତର ହୋଇ ଚିକିତସାଧୀନ ଅଛନ୍ତି । ପାଟଣାଗଡ଼ରେ ଏମିତି ଏକ ଘଟଣା ଘଟିଛି  । ଗତ ୧୮ରେ ବାହାଘର ହୋଇଥିଲା  । ତେବେ ଉପହାର ପ୍ୟାକେଟରେ କେହି ବିସ୍ଫୋରକ ରଖିଥିବା ସନେ୍ଦହ କରାଯାଉଛି  । ଗୁରୁତରମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଏନେଇ ସ୍ଥାନୀୟ ପୁଲିସ ମଧ୍ୟ ଛାନଭିନ ଆରମ୍ଭ କରିଛି  । 

    Maximum 500 characters

    ଆଂଚଳିକ View all

    Find Us on Facebook