Jun 19, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ରାଉରକେଲା ଓ ବାଲେଶ୍ୱରରେ ହେବ ମହିଳା କାଉନସେଲିଂ ସେଲ୍

    Share on :
    Date: Feb 22, 2018    Views: 257

    ଭୁବନେଶ୍ୱର (ଓଡିଆ ସ୍ପଟ ନୁ୍ୟଜ୍) : ମହିଳାମାନଙ୍କୁ କାଉନସେଲିଂ ପାଇଁ ରାଉରକେଲା ଓ ବାଲେଶ୍ୱରରେ ଦୁଇଟି ସ୍ୱତନ୍ତ୍ର ସେଲ୍ ସ୍ଥାପନ କରାଯିବ  । ଜାତୀୟ ମହିଳା କମିଶନ ଏବଂ ଟାଟା ଇନଷ୍ଟିଚୁ୍ୟଟ ଅଫ ସୋସିଆଲ ସାଇନ୍ସ ସହଯୋଗରେ ଏହା ପ୍ରତିଷ୍ଠା ହେବ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି  ।

    ମହିଳା କମିଶନ ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେଯେ, ମହିଳାଙ୍କ ପ୍ରତି ହେଉଥିବା ହିଂସା ଘଟଣାକୁ ଗମ୍ଭୀରତାର ସହ ଚିନ୍ତା କରିବା ଦରକାର  । ଏସଂକ୍ରାନ୍ତୀୟ ମାମଲାର ତଦନ୍ତ ଓ ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବାର ଆବଶ୍ୟକତା ରହିଛି  । ମହିଳାମାନଙ୍କୁ ନ୍ୟାୟ ପ୍ରଦାନ ସହ ଦୋଷୀଙ୍କୁ ଦଣ୍ଡିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି  । ଏଥିପାଇଁ ବିଭିନ୍ନ ଜିଲ୍ଲାରେ ୨୯ଟି ତଦନ୍ତ ୟୁନିଟ୍ ପ୍ରତିଷ୍ଠା କରାଯାଇଛି  । ଜଣେ ମହିଳା ଯେକୌଣସି ଥାନାରେ ଅଭିଯୋଗ କରିପାରିବେ  । ରାଜ୍ୟର ୫୩୭ ଥାନାରେ ମହିଳା ଓ ଶିଶୁ ଡେସ୍କ ସ୍ଥାପନ ହୋଇଛି  । ଏତଦ୍ବ୍ୟତୀତ ରାଜ୍ୟରେ ୬ଟି ମହିଳା ଥାନା ମଧ୍ୟ ପ୍ରତିଷ୍ଠା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି  ।

    ଏହି ଅବସରରେ ସମ୍ପ୍ରତି ବଢ଼ି ଚାଲିଥିବା ସାଇବର କ୍ରାଇମକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ  । ଏନେଇ ମହିଳାଙ୍କ ମଧ୍ୟରେ ସଚେତନତା ବୃଦ୍ଧି ସହ ଡିଜିଟାଲ ସାକ୍ଷରତା ଜରିଆରେ ସଶକ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  ।

    ମୁଖ୍ୟମନ୍ତ୍ରୀ କହିଲେଯେ, ରାଜ୍ୟ ସରକାର କଟକ, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ ସାଇବର ପୁଲିସ ଥାନା ପ୍ରତିଷ୍ଠା କରିଥିବାବେଳେ ସବୁ ପୁଲିସ ଜିଲ୍ଲାରେ ସାଇବର କ୍ରାଇମ ସେଲ ସ୍ଥାପନ କରାଯାଇଛି  । ଡାହାଣୀ ଓ ଗୁଣୀ ସନେ୍ଦହରେ ମଧ୍ୟ ମହିଳାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବାରୁ ରାଜ୍ୟ ସରକାର ଡାହାଣୀ ଓ ଗୁଣିଗାରେଡ଼ି ନିରୋଧୀ ବିଲ ଆଣିଛନ୍ତି ବୋଲି ନବୀନ କହିଛନ୍ତି  ।
    ଏହି କର୍ମଶାଳାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଜାତୀୟ ମହିଳା କମିଶନ ସଦସ୍ୟା ରିଚା ଶର୍ମା ଓ ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ  ।  

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook