Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

    Share on :
    Date: Feb 21, 2018    Views: 707

    ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି  । କଟକ ଜିଲ୍ଲାର ୨ଟି ଓ ଜଗତସିଂହପୁର ଜିଲ୍ଲାର ୩ଟି ବ୍ଲକରେ ଫ୍ଲୋରାଇଡ଼ ମୁକ୍ତ ଜଳଯୋଗାଣ ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି  । ୩୬୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବା ଏହି ଜଳଯୋଗାଣ ପ୍ରକଳ୍ପ ଏଲଆଣ୍ଡଟି ଦ୍ୱାରା କାର୍ଯ୍ୟାନ୍ୱୟନ କରାଯିବ  । ଏହାଦ୍ୱାରା ୪ ଲକ୍ଷ ୨୨ ହଜାର ଲୋକ ଉପକୃତ ହେବେ  ।

    ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକ୍ରମେ ଲୁହାପଥର ଭଳି ବକ୍ସାଇଟକୁ ମଧ୍ୟ ଦୀର୍ଘମିଆଦୀ ଭାବେ ଲିଙ୍କେଜ ଦିଆଯିବ  । ୭୦% ବକ୍ସାଇଟ ଖଣି ଦୀର୍ଘମିଆଦୀ ଲିଜ୍ ଦିଆଯିବ, ଅବଶିଷ୍ଟ ୩୦% ବକ୍ସାଇଟ ଖଣିର ନିଲାମ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି  । ଏହାଛଡ଼ା ଓପିଏସସି ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ମଧ୍ୟ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook