Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

Kanhu ଚରଣ ପଟ୍ଟନାୟକଙ୍କ ବିରୋଧରେ ସ୍ବାଧୀକାର ପ୍ରସ୍ତାବ ଆଣିଲେ ନରସିଂହ

2020 ମାର୍ଚ୍ଚ ମଧ୍ୟରେ ସବୁ ଗାଁକୁ ପାଇପ ଯୋଗେ ପାନୀୟ ଜଳ

ସୁରୁଖୁରରେ ଚାଲିଛି ବିଧାନସଭା

banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ଅନ୍ତର୍ଜାତୀୟ ମାତୃଭାଷା ଦିବସ

    Share on :
    ajab-Image
    Date: Feb 21, 2018    Views: 2213

    ଜାତି ସଂଘର ଅନୁମୋଦନ କ୍ରମେ ୨୦୦୦ ମସିହାରୁ ସାରା ବିଶ୍ୱରେ ଫେବୃଆରୀ ୨୧ ତାରିଖକୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଭାବେ ପାଳନ କରାଯାଉଛି  । ଐତିହ୍ୟ-ସଂସ୍କୃତି-ପରମ୍ପରା ରକ୍ଷା କରିବା ପାଇଁ ମାତୃଭାଷା ଏକ ବଳିଷ୍ଠ ମାଧ୍ୟମ  । ମାତୃଭାଷାକୁ ଉପେକ୍ଷା କରି କୌଣସି ଜାତି ବଡ ହୋଇନାହିଁ କି ହୋଇପାରିବ ନାହିଁ  । ଏ ବାବଦରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ  । ଫେବୃଆରୀ ୨୧କୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଭାବେ ପାଳନ କରିବା ପାଇଁ ୟୁନେସ୍କୋ ପକ୍ଷରୁ ୧୯୯୯ରେ ପ୍ରସ୍ତାବ ଦିଆଯାଇଥିଲା  । ଯାହାକୁ ଅବିଳମ୍ବେ ଜାତିସଂଘ ସ୍ୱୀକୃତି ପ୍ରଦାନ କରିଥିଲା  । ଫେବୃଆରୀ ୨୧ ଏକ ଐତିହାସିକ ଦିବସ । ୧୯୫୨ରେ ଏହି ଦିନରେ ମାତୃଭାଷାର ସୁରକ୍ଷା ପାଇଁ ପୁଲିସ ଗୁଳିର ଶିକାର ହୋଇଥିଲେ ବାଙ୍ଗଲାଦେଶର ଏକାଧିକ ମାତୃଭାଷା ପ୍ରେମୀ ବଙ୍ଗଲା ଭାଷୀ ଛାତ୍ର ଓ ବୁଦ୍ଧିଜୀବୀ । ବଙ୍ଗଲାଦେଶର ଜନ୍ମ ପୂର୍ବରୁ ପୂର୍ବ-ପାକିସ୍ଥାନର ଅଧିକାଂଶ ନାଗରିକ ଥିଲେ ବାଙ୍ଗଲାଭାଷୀ । ପାକିସ୍ଥାନ ସରକାର ପୂର୍ବ-ପାକିସ୍ଥାନୀଙ୍କ ଉପରେ ବଳ ପୂର୍ବକ ଉର୍ଦ୍ଧୂ ଭାଷା ଲଦିଦେବାରୁ, ଆନେ୍ଦାଳନ ଆରମ୍ଭ ହୋଇଥିଲା  । ଆନେ୍ଦାଳନ ଦମନ କରିବା ପାଇଁ ପୁଲିସ୍ ଢାକା ଉଚ୍ଚ ନ୍ୟାୟାଳୟ ନିକଟରେ ଗୁଳି ଚଳାଇବାରୁ ଏକାଧିକ ଭାଷାପ୍ରେମୀଙ୍କ ଜୀବନ ଯାଇଥିଲା । ମାତୃଭାଷାର ସୁରକ୍ଷା ପାଇଁ ଉକ୍ତ ପ୍ରାଣବଳୀ ଅନନ୍ୟ-ଅସାଧାରଣ । ତେଣୁ ଉକ୍ତ ଦିନକୁ ଚିର ଦିନ ସ୍ମରଣୀୟ କରିବା ପାଇଁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା ।            

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook