Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମର୍ଣ୍ଣିଂ, ନୁନ୍ ଓ ମାଟିନିଂ ସୋ’ର ମଜା ନେଉଛନ୍ତି ବିଜେପୁରବାସୀ

    Share on :
    Date: Feb 21, 2018    Views: 355

    ବିଜେପୁର/ବରପାଲି/ଗାଇସିଲଟ : ରାଜଧାନୀରେ ସିନା ସବୁ ଶୁକ୍ରବାର ସିନେମା ରିଲିଜ ହେଉଛି ହେଲେ ବିଜେପୁରରେ ସବୁଦିନ ନୂଆ ସୋ’, ନୂଆ ସିନେମା ଦେଖିବାକୁ ମିଳୁଛି  । ଯେଉଁ ହିରୋ ହିରୋଇନଙ୍କୁ ଖାଲି ଟିଭି ଆଉ ସିନେମା ପରଦାରେ ଦେଖିବାକୁ ମିଳୁଥିଲା ଏବେ ସେମାନେ ବାରଣ୍ଡାରେ ବସୁଛନ୍ତି  । ଭୋଟ କିଏ କାହାକୁ ଦେବ ସେଇଟାତ ପରର କଥା, ହେଲେ ଏସି କାରରୁ ଓହ୍ଲାଇ ଖରାରେ ତରାରେ ଝାଳନାଳ ହୋଇ ପ୍ରିୟ ଅଭିନେତାଙ୍କ ସହ ହାତ ମିଳାଇବା, ସେଲଫି ଉଠାଇବାର ସୁଯୋଗ କେହି ହାତଛଡ଼ା କରୁନାହାନ୍ତି  । ଯୁବପୀଢ଼ିଙ୍କୁ ନୂଆ ପୀଢ଼ିର ଅଭିନେତା ଓ ଅଭିନେତ୍ରୀମାନେ ଆକର୍ଷିତ କରୁଥିବାବେଳେ ପୁରୁଣା ପୀଢ଼ିଙ୍କର ମନ ମୋହୁଛନ୍ତି ପୁରୁଣା ଅଭିନେତା ଓ ଅଭିନେତ୍ରୀ  । ତେବେ ଅଭିନେତ୍ରୀ ଓ ଅଭିନେତାମାନଙ୍କ କ୍ରେଜ କିନ୍ତୁ ଭୋଟରେ ରୂପାନ୍ତରିତ ହେବନାହିିଁ ତାହା ସ୍ପଷ୍ଟ ହୋଇଯାଇଛି  ।

    ବିଜେପୁରରେ ଚାଲିଛି ଏବେ ହାଇଭୋଲଟେଜ ପ୍ରଚାର  । ଖାଲି ନେତା ନୁହଁନ୍ତି ଟୋଟାଲ ଓଲିଉଡ଼ ଏବେ ବିଜେପୁରରେ ଟେଂଟ ପକାଇ ରହିଛନ୍ତି  । ବିଜେଡ଼ି ପାଇଁ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ, ଅରିନ୍ଦମ ପ୍ରଚାର କରୁଛନ୍ତି । ସେହିପରି ତାରକା ଦୌଡ଼ରେ ବିଜେପି ବି ପଛରେ ନାହିଁ  । ମିହିର ଦାସ, ଅପରାଜିତା ମହାନ୍ତି, ମହାଶ୍ୱେତା ରାୟ, ଅନୁ ଚୌଧୁରୀ, ପିଙ୍କି ପ୍ରଧାନ, ହରିହର ମହାପାତ୍ର ବିଜେପି ପାଇଁ ଜୋରଦାର ପ୍ରଚାର କରୁଛନ୍ତି  । ସୁଟିଂ ସେଟ୍ରେ ଟିକିଏ ଖରା ପଡ଼ିଲେ ଯେଉଁ ଅଭିନେତା ଓ ଅଭିନେତ୍ରୀମାନେ ଭ୍ୟାନ ଭିତରକୁ ପଳାଇ ଯାଆନ୍ତି ସେମାନେ କିନ୍ତୁ ବିଜେପୁରର ତତଲା କଂକ୍ରିଟ ଦାଣ୍ଡରେ ସିଝୁଛନ୍ତି  । 

    କେଉଁ ଅଭିନେତା ଓ ଅଭିନେତ୍ରୀ ମର୍ଣ୍ଣିଂ ସୋ’ମାନେ ସକାଳୁ ସକାଳୁ ପ୍ରଚାର କରୁଛନ୍ତି  । ଚୁଲିରେ ଭାତ ଉତୁରିଲେ ବି ଟେନସନ ନାହିଁ  । ସମସ୍ତେ ଧାଇଁ ଆସୁଛନ୍ତି ଦାଣ୍ଡକୁ  । କିଏ ଓଳି ଧରି ଗଳିକି ଅନାଉଛି ତ ଆଉ କିଏ କାହା ଛାତ ଉପରକୁ ପଳାଉଥିବା ଦେଖିବାକୁୁ ମିଳିଛି  । ଯୁବକ ଯୁବତୀମାନେ ମଧ୍ୟ ଦାଣ୍ଡରେ ସେମାନଙ୍କ ସହ ବୁଲି ହାତ ମିଳାଇବା ସହ ସେଲଫି ଉଠାଉଛନ୍ତି  । ଖରା ପ୍ରବଳ ହେଉଥିଲେ ବି ନୁନ୍ ସୋ ଚାଲିଛି  । ତେବେ ମାଟିନ୍ ସୋ ହାଉସଫୁଲ ହେଉଛି  । ଅପରାହ୍ନରେ ଅଭିନେତା ଓ ଅଭିନେତ୍ରୀମାନେ ଜୋରଦାର ପ୍ରଚାର କରୁଛନ୍ତି  । ସେତେବେଳକୁ ବିଲବାଡ଼ି କାମ ଶେଷ ହୋଇ ଯାଉଥିବାବେଳେ ପିଲାମାନେ ବି ସ୍କୁଲ କଲେଜରୁ ଫେରି ଆସୁଛନ୍ତି  । ତେଣୁ ମାଟିନ୍ ସୋର ବେଶୀ ପ୍ରଭାବ ପଡୁଛି  । ତେବେ ଏଇ ଅଭିନେତା ଓ ଅଭିନେତ୍ରୀଙ୍କ ରାଲି ଜମାଣିଆ ହେଉଥିବାବେଳେ ଦଳମତ ନିର୍ବିଶେଷରେ ସମସ୍ତେ ଭିଡ଼ ଜମାଉଛନ୍ତି  । ଫଳରେ ଏହା ଭୋଟରେ ରୂପାନ୍ତରିତ ହେବନାହିଁ ବୋଲି ସ୍ଥାନୀୟ ଲୋକମାନେ ମତପୋଷଣ କରନ୍ତି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook