Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ‘ଆମେ ସୁବଳ ସାହୁଙ୍କ ଖାସ ଲୋକ ଆଜ୍ଞା’

    Share on :
    Date: Feb 21, 2018    Views: 285

    ଭୁବନେଶ୍ୱର : ବରପାଲିରେ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଆସିଥିଲେ ହଜାର ହଜାର ଲୋକ  । ଅନେକ ବିଜେଡ଼ି ପତାକା ଓ ଟୋପି ପିନ୍ଧିଥିବାବେଳେ ଆଉ କେତେକ ଶଙ୍ଖ ପତାକା କି ଉତରୀୟ ପକାଇନଥିଲେ  । ଏମିତିକି ନବୀନ ବାବୁ ଭାଷଣ ଦେବା ପୂର୍ବରୁ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ବି ଦେଉନଥିଲେ  । ପୂରା ଚୁପଚାପ ଓ ଗୁମସୁମ୍ ହୋଇ ବସିଥିଲେ  । ଦୂରରୁ ଏହା ଲକ୍ଷ୍ୟ କରି ଆମେ ସେହି ଲୋକଙ୍କ ପାଖକୁ ଯାଇ କିଛି ପଚାରି ବୁଝିଲୁ  । କାହିଁକିନା ବ୍ରାଣ୍ଡ ଲୋକଙ୍କୁ ପଚାରିଲେ ଭୋଟରଙ୍କ ମତିଗତି ନେଇ ଉତର ଜାଣିବା ଭାରି କଷ୍ଟ  । ସେଠାରେ ଥିବା କିଛି ବୃଦ୍ଧ ଓ ଯୁବକମାନଙ୍କୁ ପଚାରିବା ପରେ ଜାଣିବାକୁ ପାଇଲୁ, ସେମାନେ ହେଉଛନ୍ତି ସୁବଳ ସାହୁଙ୍କ ଖାସ ଲୋକ  । ସୁବଳଙ୍କୁ ଅର୍ଥାତ୍ ସବୁବେଳେ କଂଗ୍ରେସକୁ ଭୋଟ ଦେଇ ଆସୁଛନ୍ତି  । ସେମାନଙ୍କ କହିବା କଥା ହେଉଛି, ସୁବଳ ବାବୁ ଆମ ସହ ନେତା ଭାବେ ନୁହେଁ ସହକର୍ମୀ କିମ୍ବା ଭାଇ ଭାବେ ମିଶୁଥିଲେ  । ବାଇକରେ ଯିବାବେଳେ ଆମକୁ ଦେଖିଦେଲେ କାନ୍ଧରେ ହାତ ପକାଇ କଥା ହେଉଥିଲେ  । ଭତା କି ଇନ୍ଦିରା ଆବାସ କଥା କହିଲେ ସାଙ୍ଗେ ସାଙ୍ଗେ ସେଇଠୁ ହିଁ ବିଡ଼ିଓଙ୍କୁ ଫୋନ୍ କରୁଥିଲେ  । ତେଣୁ ମଲା ଯାଏଁ ଆମେ ସୁବଳଙ୍କୁ ଭୁଲିବୁ ନାହିଁ  । ଯଦି ସେମାନେ କଂଗ୍ରେସ ଲୋକ ତେବେ ଏଠାକୁ କାହିଁକି ଆସିଛନ୍ତି ବୋଲି ପଚାରିବାରୁ ସେମାନେ କହିଥିଲେ, ଆମେ ଉପନିର୍ବାଚନରେ ନବୀନ କି ବିଜେଡ଼ିକୁ ଦେଖି ରୀତାଙ୍କୁ ଭୋଟ ଦେଉନାହୁଁ  । ସୁବଳଙ୍କ ପାଇଁ ଆମେ ତାଙ୍କ ପନôୀଙ୍କୁ ଭୋଟ ଦେବାକୁ ମନସ୍ଥିର କରିଛୁ  । ତେବେ ସୁବଳଙ୍କ ଭଳି ତାଙ୍କ ପନôୀ ଆପଣଙ୍କକୁ ଚିହ୍ନନ୍ତି କି ଜାଣନ୍ତି ନାହିଁ  । ତେଣୁ ସେ କ’ଣ ଆପଣଙ୍କୁ ତାଙ୍କ ଭଳି ଗୁରୁତ୍ୱ ଦେବେ କି ବୋଲି ପ୍ରଶ୍ନର ଉତରରେ ସେମାନେ କହିଥିଲେଯେ, ଆଜ୍ଞା ଏଇ ନିର୍ବାଚନଟା ବର୍ଷକ ପାଇଁ  । ଯଦି ସୁବଳଙ୍କ ଭଳି ସେମାନେ ଆମକୁ ସ୍ନେହ ଆଦର ଦେବେ ତାହାଲେ ଆଗକୁ ସେମାନଙ୍କୁ ଭୋଟ୍ ଦେବୁ । ନହେଲେ ବାଧ୍ୟ ହୋଇ ଆମେ ୨୦୧୯ରେ କଂଗ୍ରେସକୁ ଭୋଟ ଦେବୁବୋଲି ସେମାନେ କହିଥିଲେ  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook