Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପୁଣି ମହାରଥୀଙ୍କ ଦମ୍ଭୋକ୍ତି: ବିଜେଡି ନଜିତିଲେ ୨୮ସଂଧ୍ୟାରେ ଇସ୍ତଫା ଦେବି

    Share on :
    Date: Feb 19, 2018    Views: 1047

    ଭୁବନେଶ୍ୱର : ବିଜେପୁର ଉପ ନିର୍ବାଚନକୁ ରାଜନୀତି ବେଶ ସରଗରମ ଥିବା ବେଳେ ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀ ରାଜନୀତି ପାଣିପାଗକୁ ଆହୁରି ସରଗରମ କରିଦେଇଛନ୍ତି । ପୂର୍ବରୁ ବିଜେଡି ବିଜେପୁର ଦଖଲ କରିବ, ଯଦି ବିଜେଡି ହାରିବ ତେବେ ରାଜନୀତିରୁ ସନ୍ନାସ ନେବେ ବୋଲି କହିଥିବା ମହାରଥୀ ଆଜି ପୁଣି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ବିଜେଡି ବିଜେପୁରରେ ବିପୁଳ ସଂଖ୍ୟାରେ ଜିତିବ । ଯଦି ବିଜେଡି ନଜିତିବ ତେବେ ୨୮ ସଂଧ୍ୟାରେ ସେ ମନ୍ତ୍ରୀପଦରୁ ଇସ୍ତଫା ଦେବେ । ଆସନ୍ତାକାଲି ୨୦ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପ୍ରଚାର କରିବାକୁ ଥିବା ବେଳେ ବିଜେପିର ଅଶୋକ ପାଣିଗ୍ରାହୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରଚାର ମଇଦାନକୁ ଓହ୍ଲାଇବେ । ପ୍ରଚାରକୁ ନେଇ ଶ୍ରୀ ମହାରଥୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରକୁ ଆସିଲେ ଲୋକେ ଆହୁରି ଲୋକଙ୍କ ସହିତ ସଂପର୍କ ଆହୁରି ବଢ଼ିବ ଓ ଭୋଟ୍ ଆସିବ । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀକୁ ଓଡ଼ିଶାରେ କେହ ଚିହ୍ନିନାହାନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook