Jul 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୨୫ରୁ ଫୁଟବଲ ଲିଗ୍

    Share on :
    Date: Feb 17, 2018    Views: 117

    ଭୁବନେଶ୍ୱର ; ଏସୀୟ ଦୌଡ଼କୁଦ ଓ ହକି ବିଶ୍ୱ ଲିଗ୍ ଫାଇନାଲ୍ର ସଫଳ ଆୟୋଜନ ପରେ ରାଜଧାନୀ ଭୁବନେଶ୍ୱର ପେସାଦାର ଫୁଟବଲ୍ ଲିଗ୍ ‘ଆଇଏସଏଲ୍’ ବା ଇଣ୍ଡିଆନ୍ ସୁପରଲିଗ୍ ପଦାର୍ପଣ କରିବାକୁ ଯାଉଛି । ଏହି ଲୋକପ୍ରିୟ ଘରୋଇ ଫୁଟବଲ୍ ଲିଗର ଏକ ମହତ୍ୱପୂର୍ଣ୍ଣ ମ୍ୟାଚ୍ କଳିଙ୍ଗ ଷ୍ଟାଡ଼ିୟମରେ ଚଳିତ ମାସ ୨୫ ତାରିଖରେ  ଖେଳାଯିବାର ଅଛି । ଟାଟା ଷ୍ଟିଲ୍ ମାଲିକାନାରେ ଥିବା ଜାମସେଦପୁର ଏଫ୍ସି କଙ୍ଗିଳ ଷ୍ଟାଡ଼ିୟମକୁ ତା’ର ଘରୋଇ ପଡ଼ିଆ କରିଥିଲା ବେଳେ ୨୫ରେ ଏହି ଦଳ ଏଠାରେ ବେଙ୍ଗାଲୁରୁ ଏଫସିର ମୁକାବିଲା କରିବ । ଉଭୟ ଜାମେସେଦପୁର ଏବଂ ବେଙ୍ଗାଲୁରୁ ଏଫ୍ସି ପ୍ରଥମ ଥର ପାଇଁ ଆଇଏସଏଲ୍ ଖେଳୁଥିବାରୁ ଭୁବନେଶ୍ୱର ମୁକାବିଲା ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ବେଙ୍ଗାଲୁରୁ ଏଫସ୍ କିନ୍ତୁ ପଏଂଟ ତାଲିକାରେ ପ୍ରଥମ ସ୍ଥାନରେ ରହି ପ୍ଲେ ଅଫ୍ ବା ସେମିଫାଇନାଲରେ ଆଗୁଆ ସ୍ଥାନ ସୁରକ୍ଷିତ କରି ନେଇଛି । ସେଥିପାଇଁ  ଜାମସେଦପୁର ଲାଗି କଳିଙ୍ଗ ଷ୍ଟାଡ଼ିୟମ ମ୍ୟାଚ୍ ତୁଳନାତ୍ମକ ଭାବେ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିବ  । ଏଥିପାଇଁ ଶୁକ୍ରବାର ଆନୁଷ୍ଟାନିକ ବିଗୁଲୁ ବାଜିିଛି । ଏକ ସ୍ଥାନିୟ ପଂଚ ତାରକା ହୋଟେଲରେ ଟାଟା ଦଳର ବରିଷ୍ଠ ଅଧିକାରି ଏବଂ ରାଜ୍ୟ ସରକାଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ମ୍ୟାଚ୍  ଆୟୋଜନ ନେଇ ସବୁ ପ୍ରକାର ପ୍ରସ୍ତୁତି ସରିଥିବା ସୂଚନା ଦିଆଯାଇଛି । କଳିଙ୍କ ଷ୍ଟାଡ଼ିୟମ ଏଥିଲାଗି ପୂରା ପ୍ରସ୍ତୁତ ହୋଇ ସାରିଛି । ଖେଳାଳିମାନେ ଆସନ୍ତା ସପ୍ତାହରେ ଭୁବନେଶ୍ୱର ପହଂଚିବା ଆରମ୍ଭ କରିବେ । ପ୍ରଥମେ ଘରୋଇ ଦଳ ଜାମସେଦପୁର ଏଫ୍ସି୧୯ ତାରଖରେ ଭୁବନେଶ୍ୱର ପହଂଚିବ । ଏହାର ଚାରଦିନ ପରେ ଅର୍ଥାତ୍ ୨୩ ରେ ବେଙ୍ଗାଲୁରୁ ଦଳ ପାଦ ଥାପିବ  ।  ଏହି ମ୍ୟାଚ୍ ଲାଗ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କ୍ରୀଡ଼ା ସଚିବ ବିଶାଲ ଦେବ, ପୁଲିସ କମିସନର ୱଇବି ଖୁରାନିଆ, ଟାଟା ଷ୍ଟିଲ ସ୍ୱତନ୍ତ୍ର ଅର୍ଥନୈତିକ ଜୋନର ପରିଚାଳନା ନିଦେ୍ର୍ଧଶକ ଅରୁଣ ମିଶ୍ର, ଟାଟା ଷ୍ଟିଲର ମଣିକାନ୍ତ ନାୟକ, ଚଂଚଲ ରାଣା, ଜାସସେଦପୁର ଦଳର ସିଇଓ ମୁକୁଲ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଭୁବନେଶ୍ୱରରେ ଜାମସେଦପୁର ଦଳ ଖେଳିବା ଆମ ପାଇଁ ଗର୍ବର ବିଷୟ  । ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ପାଇଁ ଏହା ନୂଆ ଅନୁଭବ ହେବ ବୋଲି ଶ୍ରୀ ଦେବ୍ ଏହି ଅବସରରେ କହିଥିଲେ । ଏହି ଜାମସେଦପୁର-ବେଙ୍ଗାଲୁରୁ ଏଫସି ମ୍ୟାଚ୍ ଲାଗି କଳିଙ୍ଗ ଷ୍ଟାଡ଼ିୟମରେ ୧୨ ହଜାରରୁ ଅଧିକ ଦର୍ଶକ ବସିବାର ବ୍ୟବସ୍ଥା କରାଯାଇଛି । ଏଥିଲାଗି ଅନଲାଇନରେ ଟିକେଟ ବିକ୍ରି ମଧ୍ୟ ଆରମ୍ଭ ହୋଇ ଯାଇଛି । ଏଥିଲାଗି ଦକ୍ଷିଣ ଷ୍ଟଣ୍ଡର ଟିକେଟ ମୂଲ୍ୟ ୧୫୦ ଏବଂ ପୂର୍ବ ଷ୍ଟାଣ୍ଡ ଟିକେଟ ଦର ୨୪୦ଟଙ୍କା ରଖା ଯାଇଛି । ସଂପ୍ରତି କେବଳ ଅନଲା୍ଇନରେ ଟିକେଟ ବିକ୍ରି ହେଉଛି  । ଟିକେଟ ବଳିଲେ ଯାଇ ହିଁ ଅଫଲାଇନ୍ ବା କାଉଂଟର୍ରେ ବିକ୍ରିର ବ୍ୟବସ୍ଥା ହେବ । ଫୁଟବଲ  ପ୍ରେମୀ  ଡଡଡ.କଣଇତଙଙଘଏଇ.ଉଙଗ କୁ ଯାଇ ନିଜ ମନ ମୁତାବକ ଟିକେଟ କିଣି ପାରିବେ ।

    Maximum 500 characters

    ଖେଳ ଖବର View all

    Find Us on Facebook