Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତି ଆୟୋଗ ଉପାଧ୍ୟକ୍ଷ

    Share on :
    Date: Feb 17, 2018    Views: 365

    ଭୁବନେଶ୍ୱର : ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ସହ କୋଇଲା ରୟାଲଟି ସଂଶୋଧନ ଓ ପଛୁଆ ଜିଲ୍ଲା ପାଇଁ କେନ୍ଦ୍ରୀୟ ସହାୟତା ପୁନଃ ପ୍ରଚଳନ କରାଯାଉ  । ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । 

    ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଆଜି ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ  । ଏହି ସାକ୍ଷାତ ସମୟରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ବଷୟ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କେ.ବି.କେ, ଆଇ.ଏ.ପି ଓ ବି.ଆର.ଜି.ଏଫ୍ ଜିଲ୍ଳାପାଳଙ୍କ ପାଇଁ କେନ୍ଦ୍ର ସହାୟତା ପୁନଃ ପ୍ରଚଳନ କରିବା, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ କରିବା, ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରେ କେନ୍ଦ୍ରର ଅଂଶଧନକୁ ୭୫ ପ୍ରତିଶତରୁ ୯୦ ପ୍ରତିଶତକୁ ବୃଦ୍ଧି ପାଇଁ କେନ୍ଦ୍ରୀୟ ପ୍ରତିଶ୍ରୁତିକୁ ପାଳନ କରାଯିବା, କେନ୍ଦ୍ରୀୟ ଯୋଜନାରେ ବାର୍ଷିକ ଅନୁଦାନ ବିଷୟରେ ଆଗୁଆ ସୁଚନା ଦେବା ଏବଂ ଘୋଷିତ ଅନୁଦାନରେ କୌଣସି ପ୍ରକାର କାଟଛାଂଟ ନ କରିବା, ୩୮ଟି ବାମପନ୍ଥୀ ଉଗ୍ରବାଦ ଉପଦ୍ରୁତ ବ୍ଲକ୍ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ନିୟମାବଳୀକୁ କୋହଳ କାରିବା, ରାଜ୍ୟର ୪୩୭୬ଟି ବ୍ୟାଙ୍କ ନଥିବା ଗ୍ରାମପଂଚାୟତରେ ବ୍ୟାଙ୍କ ଖୋଲିବା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ୧୧,୨୦୦ ଗାଁରେ ମୋବାଇଲ ନେଟ୍ୱର୍କ ସମ୍ପ୍ରସାରଣ ଏବଂ ସବୁ ଗ୍ରାମ ପଂଚାୟତ ବିଶେଷତଃ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ପଂଚାୟତମାନଙ୍କରେ ବ୍ରଡ଼ବ୍ୟାଣ୍ଡ କନେକ୍ଟିଭିଟି ଉପଲବ୍ଧ କରାଇବା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ  । 

    ଏତଦବ୍ୟତୀତ ରାଜ୍ୟ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ବିକାଶ ଓ ରକ୍ଷଣାବେକ୍ଷଣ, ରେଳପଥର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା, କୋଇଲା ରୟାଲଟିର ସଂଶୋଧନ, ଅମୃତସର-କୋଲକାତା ଶିଳପ କରିଡ଼ରକୁ ବିଶାଖାପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରିତ କରି ଓଡ଼ିଶାକୁ ଏଥିରେ ଅନ୍ତର୍ଭୁକ୍ତ କରିବା ଏବଂ ରାଜ୍ୟ ସରକାରଙ୍କର ମମତା ଯୋଜନା ଅନୁକରଣରେ କେନ୍ଦ୍ର ସରକାର ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ଅଧିକ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ନିୟମାବଳୀକୁ ସଂଶୋଧନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ  ।

    ବୈଠକରେ କୃଷି ଉପôାଦନ କମିଶନର ଗଗନ ବିହାରୀ ଧଳଙ୍କ ସମେତ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ଶାସନ ସଚିବ ଏବଂ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook