Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତୀୟ ହକି ଦଳର ପ୍ରାୟୋଜକ ହେବ ଓଡ଼ିଶା

    Share on :
    Date: Feb 15, 2018    Views: 301

    ଭୁବନେଶ୍ୱର : ଓଡିଶା ଭାରତୀୟ ହକି ଦଳର ପ୍ରାୟୋଜକ ହେବ  । ଉଭୟ ପୁରୁଷ ଓ ମହିଳା ହକି ଟିମର ପ୍ରାୟୋଜକ ହେବ  ।  ଆସନ୍ତା ୫ ବର୍ଷ ପାଇଁ ଭାରତୀୟ ଟିମର ଓଡ଼ିଶା ପ୍ରାୟୋଜକ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି  । ଭାରତୀୟ ହକି ଦଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପ ଜର୍ସି ଓ ଲୋଗୋ ଉନ୍ମୋଚନ କରିଛନ୍ତି  । ଦିଲ୍ଲୀରେ ଏନେଇ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଜର୍ସି ଓ ଲୋଗୋ ଉନ୍ମୋଚନ କରିଛନ୍ତି  । ହକି ଇଣ୍ଡିଆ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରାଯିବା ସହ ମେମେଂଟୋ ପ୍ରଦାନ କରାଯାଇଛି  । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଆମକୁ ହକି ବିଶ୍ୱକପ ଆୟୋଜନର ସୁଯୋଗ ମିଳିଥିବାରୁ ଆମେ ଗର୍ବିତ  । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ  । ହକି ବିଶ୍ୱକପକୁ ଓଡ଼ିଶା ସମସ୍ତଙ୍କୁ ସ୍ୱାଗତ ଜଣାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  । ଓଡ଼ିଆରେ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ଆରମ୍ଭ କରିଥିବାବେଳେ ଶେଷରେ ଓଡ଼ିଆରେ ହିଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ  । ଏହି ଉତ୍ସବରେ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ସହ ଭାରତୀୟ ଟିମର ଖେଳାଳୀମାନେ ଉପସ୍ଥିତ ଥିଲେ  ।

    Maximum 500 characters

    ଖେଳ ଖବର View all

    Find Us on Facebook