Jul 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ନିରଭ ମୋଦିଙ୍କ ନାମରେ ୧୧ ହଜାର କୋଟିର ଠକେଇ ଅଭିଯୋଗ

    Share on :
    Date: Feb 14, 2018    Views: 593

    ମୁମ୍ବାଇ : ମୁମ୍ବାଇରେ ଏକ ବଡ଼ ଧରଣର ଠକେଇର ପର୍ଦ୍ଧାଫାଶ ହୋଇଛି  । ନିରଭ ମୋଦି ନାମକ ଜଣେ ହୀରା ବେପାରୀଙ୍କ ନାମରେ ୧୧ ହଜାର କୋଟି ଠକେଇର ଅଭିଯୋଗ ଆସିଛି  । ତାଙ୍କ ନାମରେ ବେଆଇନ କାରବାର ହୋଇଛି  । ଖୋଳତାଡ଼ ବେଳେ ପଂଜାବ ନାସନାଲ ବ୍ୟାଙ୍କ କର୍ତୃପକ୍ଷ ଏହା ଜାଣିବାକୁ ପାଇଥିଲେ  । ଏଭଳି ଏକ ବଡ଼ ଧରଣର ଠକେଇର ସିବିଆଇ ତଦନ୍ତ ଦାବି ପାଇଁ ପିଏନବି ପକ୍ଷରୁ ସିବିଆଇକୁ ଅନୁରୋଧ କରାଯାଇଛି  ।

    କର୍ପୋରେଟଜଗତର ଏହି ବଡ଼ ଠକେଇ ଆଜି ଖାଲି ମୁମ୍ବାଇ ନୁହେଁ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି  । ପିଏନବି ପକ୍ଷରୁ ଏଭଳି ଅଭିଯୋଗ ସିବିଆଇ ପାଇବା ପରେ ତନାଘନା ଆରମ୍ଭ ହୋଇଯାଇଛି  । ଗତରାତିରେ ଏହି ଅଭିଯୋଗ ହୋଇଥିବା ସିବିଆଇ ସୂତ୍ରରୁ ଜାଣିବାକୁ ମିଳିଛି  । ତେବେ ଏହି ଅଭିଯୋଗ ନେଇ ସିବିଆଇ ପକ୍ଷରୁ ବିଶଦ ଭାବେ କିଛି କୁହାଯାଇନାହିଁ  ।

    ଜାତୀୟ ଗଣମାଧ୍ୟମମାନଙ୍କରେ ପ୍ରକାଶିତ ଖବର ଅନୁଯାୟର, ମୁମ୍ବାଇସ୍ଥିତ ରାଷ୍ଟ୍ରାୟତ ବ୍ୟାଙ୍କ ପଂଜାବ ନାସନାଲ ବ୍ୟାଙ୍କରେ ଏହି କାରବାର ହେଉଥିଲା  । କେତେକ ନିର୍ଦ୍ଧିଷ୍ଟ ଆକାଉଂଟଧାରୀଙ୍କୁ ବେଆଇନ ଭାବେ ଅର୍ଥ ନେଣଦେଣ ହେଉଥିଲା  । ଯେଉଁ ଆଧାରରେ ସେହି ଲୋକମାନେ ବିଦେଶର ଅନ୍ୟ ବ୍ୟାଙ୍କରୁ ଅର୍ଥ ପାଇପାରୁଥିଲେ । ପିଏନବି ଦେଶର ଦ୍ୱିତୀୟ ବୃହତମ ରାଷ୍ଟ୍ରାୟତ ବ୍ୟାଙ୍କ  । କିନ୍ତୁ ନିରଭ ମୋଦିଙ୍କ ଆକାଉଂଟରୁ କେଉଁ କେଉଁ ମାନଙ୍କୁ ଦେଣନେଣ ହୋଇଛି ତାହା ବ୍ୟାଙ୍କ କର୍ତୃପକ୍ଷ ପ୍ରକାଶ କରିନାହାନ୍ତି  । ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜିବାର ଆଶଙ୍କା ଥିବାରୁ ଉଭୟ ବ୍ୟାଙ୍କ ଓ ସିବିଆଇ ପକ୍ଷରୁ କୌଣସି ବି ତଥ୍ୟ ଗଣମାଧ୍ୟମକୁ ଦିଆଯାଉନାହିଁ  ।


    ସୂଚନାଯୋଗ୍ୟଯେ, ଗତ ସପ୍ତାହରୁ ସିବିଆଇ ମଧ୍ୟ ନିରଭ ମୋଦିଙ୍କ ଗତିବିଧି ଉପରେ ନଜର ରଖିଆସିଛି  । ୪୪ ନିୟୁତ ଡଲାର ଠକେଇ ମାମଲାରେ ସିବିଆଇ ଛାନଭିନ ଜାରି ରଖିଥିବାବେଳେ ୧୭୭ କୋଟି ଡଲାରର ବୃହତ ଠକେଇରେ କର୍ପୋରେଟ ଜଗତ ସହ ବହୁ ରାଜନେତାମାନଙ୍କର ଏଥିରେ ସଂପୃକ୍ତି ରହିଥିବା ଅନୁମାନ କରାଯାଉଛି ।

    Maximum 500 characters

    ଅର୍ଥନୀତି View all

    Find Us on Facebook