May 27, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଶିବରାତ୍ରିର ମହାତ୍ମ୍ୟ

    Share on :
    Date: Feb 14, 2018    Views: 101

    ମହା ଶିବରାତ୍ରି ଏ ଦିବସର ମହତ୍ୱ ସମସ୍ତଙ୍କୁ ଜଣା । ମହାଭାରତର ଶାନ୍ତି ପର୍ବତ କଥା । ଶରଶଯ୍ୟାରେ ପିତାମହ ଭୀଷ୍ମଙ୍କ ତୁଣ୍ଡରେ ରାଜା ଚିତ୍ରଭାନୁଙ୍କ କାହାଣୀ  । ଇଷ୍ଠାକୁ ବଂଶର ରାଜା ଜମ୍ବୁଦୀପର ଶାସକ ପନôୀ ଶିବରାତ୍ରି ବ୍ରତ ପାଳନ କରିଥିଲେ  । ଋଷି ଅଷ୍ଟାବକ୍ର ହଠାତ୍ ସେଠାରେ ପହଂଚି ବ୍ରତପାଳନ ସମ୍ପର୍କରେ ରାଜଙ୍କୁ ପ୍ରଶ୍ନ କଲେ  । ରାଜା ଚିତ୍ରଭାନୁ ଥିଲେ  । ଅଷ୍ଟାବକ୍ରଙ୍କୁ ପୂର୍ବଜନ୍ମର ବୃତାନ୍ତି ବଖାଣିଲେ । ସେ ପୂର୍ବଜନ୍ମରେ ଥିଲେ ଜଣେ ଭିକାରୀ  । ନାଁ ଥିଲା ସୁସ୍କାର ଶିକାର ପାଇଁ ତାଙ୍କୁ ପ୍ରତିଦିନ ଜଙ୍ଗଲକୁ ଯିବାକୁ ପଡେ଼  । ଦିନେ ରାତି  ହୋଇଗଲା । ଫେରି ପାରିଲେନି ସୁସ୍କାର ଘରକୁ  । ରାତିରେ ଆଶ୍ରୟ ନେଲେ ଲକ ବେଲଗଛ ଡ଼ାଳରେ ରାତିର ଘନ ଅନ୍ଧକାର ଓ ହିଂସ୍ରଜନ୍ତୁଙ୍କ ଚିକôାରରେ ସୁସ୍କର ଭୟଭୀତ ହୋଇପଡ଼ିଲେ  । ଜୀବନ ବିକଳରେ ବେଲଗଛର ପତ୍ରଗୁଡ଼ିକୁ ଛିଣ୍ଡାଇ ତଳେ ପକେଇବାକୁ ଲାଗିଲେ । ଆଖିରୁ ଝରିପଡ଼ୁଥିଲା ଧାର ଧାର ଲୁହ  । ବୃକ୍ଷତଳେ ସୁସ୍କରର ଅଜାଣତରେ ଥିବା ଏକ ଶିବଲିଙ୍ଗ ଉପରେ ରାତସାରା ପଡ଼ୁଥିଲା ବେଲପତ୍ର ଓ ତା’ ଆଖିଲୁହ ସେଦିନ ଥିଲା ଫାଲଗୁନ କୃଷ୍ଣ ଚତୁର୍ଦ୍ଧଶୀ । ବାସ୍ ଶିକାରୀ ସୁସ୍କର ଏବେ ଏହି ଜନ୍ମରେ ରାଜା ଚିତ୍ରଭାନୁ । ଶିବଙ୍କ ନାଁ ଆଶୁତୋଷ  । ଟିକିଏ ଖୁସି ହୋଇଗଲେ ବର ଅଜାଡ଼ି ପକାନ୍ତି । ସେ ପୁଣି ଧୂର୍ଜଟୀ, ନଟରାଜ, ରୁଦ୍ର, ପଶୁପତି, ନୀଳକଣ୍ଠ,ଏବଂ ଭୂତନାଥା ଏମିତି ଅନେକ ନାଁ ତାଙ୍କର  । ପ୍ରତ୍ୟେକ ନାର ଅର୍ଥ ବିଚିତ୍ର ସ୍ୱତନ୍ତ୍ର । ନାଁ ତ ନୁହେଁ ।  ମହାଭାବର ପରିଚୟ ସେ ମହାଯୋଗୀ, ପୁଣି ସଦା ଶକ୍ତିଯୁକ୍ତ । ଥରେ ଯୋଗମୁଦ୍ରାରେ ସମାହିତ ହୋଇଗଲେ ଅନନ୍ତ କାଳ ବିତିଯାଏ । ସେ ନିଳକଣ୍ଠ  ଜଗତର ହିତ ପାଇଁ ଗରଜକୁ ପାନ କରିନାରନ୍ତି । ସେ ପୁଣି ଅଘୋରା ଶ୍ମାଶନବାସୀ  । ପାର୍ଥôବ ସମ୍ପଦ ବୋଲି କିଛି ନାହିଁ  । ମାତ୍ର ସକଳ ପଦାର୍ଥ ତାଙ୍କରି ସର୍ଜନା  । କୁବେରକୁ  ଦେଇପାରନ୍ତି ଅଳକାଭୁବନ ମାତ୍ର ନିଜେ ନିସ୍ୱ କାର୍ପୂର, କସ୍ତୁରୀ ଗନ୍ଧରେ ଶରଧା ନାହିଁ, ପାଉଁଶ ତାଙ୍କର ପ୍ରିୟ । ନବରନôମାଳ ନୁହେଁ, କୁସିତ -କାଦାକାର ନରଅସ୍ଥିମାଳରେ ତଥାପି ସୁନ୍ଦର ଓ ରମଣୀୟ । କେତେବେଳେ ଜଟାରେ ଗଙ୍ଗା । କାଳସର୍ପ ଅଙ୍ଗର ଭୂଷଣ ସବୁ ଅମଙ୍ଗଳ ବୋଶରେ ସର୍ବମଙ୍ଗଳର କାରଣ ସେଇ ଶିବଙ୍କର ଆଜି ପୂଜା ଶିବଭକ୍ତମାନଙ୍କ ସମର୍ପଣରେ ଶୈବକ୍ଷେତ୍ରଗୁଡିକ ଚଳଚଂଳ ସବୁଠୁ ଅଧିକ ଚଳଚଂଳ  । ଏକାମକ୍ଷେତ୍ର ଭୁବେନେଶ୍ୱର ପ୍ରସିଦ୍ଧ ଚରିକ୍ଷେତ୍ର ଶଙ୍ଖ, ଚକ୍ର, ଗଦା, ପଦ୍ମ ମରେ ଏକାମ୍ରକ୍ଷେତ୍ର ହେଉଛି ଗଦାକ୍ଷେତ୍ର । ମହାଯୋଗୀ ଶିବଙ୍କର ଅନ୍ୟ ଏକ ଆଳୟ  । ପୁଣି ସେ ଅଘୋରା ବଡ଼ ବିଚିତ୍ର । ମହାଯୋଗୀ ମହାଯୋଗୀ ଶିବଙ୍କ ସ୍ୱନିବାସ ତ କୈଜାସ । ଏତେ ଦୂରରେ ସେ ଆଉ ଏକ ଘର କରିବାର କାରଣ କ’ଣ ବା  ହୋଇପାରେ? ଏ ସମ୍ପର୍କରେ ପୂରାଣ ଓ ଲୋକତୁଣ୍ଡରେ ବହୁ କାହାଣୀ ରହିଛି  । ଥରେ ପର୍ଯ୍ୟଟନ ଅବକାଶରେ ଶିବପାର୍ବତୀ କାଶୀଧାମରେ ବେଶ୍ କେତେକାଳ ରହିଥିଲେ । ତାଙ୍କ ଅନୁପସ୍ଥିତି କୈଳାସବାସୀଙ୍କୁ ସୁଖ ଦେଇପାରିଲା ନାହିଁ । ଫେରିବାକୁ ସେମାନେ ପାର୍ଥନା କଲେ । ଶିବ ତାଙ୍କର  ଜୈନିକ ଭକ୍ତ କାଶୀରଜଙ୍କ ହାତରେ କାଶୀବାସୀଙ୍କ ଭଲମନ୍ଦ ବୁଝିବା ଭାର ଦେଇ ଫେରିଆସିଲେ କୈଳାସ । ଶିବଙ୍କ ଇଚ୍ଛା ଓ ଆଶିର୍ବାଦ କାଶୀରାଜାଙ୍କୁ ଅହଂକାରୀ କରିଦେଲା । ସେ ଆପଣକୁ ସର୍ବଶକ୍ତମାନ ବୋଲି ମଣିଲେ ଏବଂ ପଣ କଲେ ବିଷ୍ଣୁଙ୍କୁ ପରସ୍ତ କରିବାକୁ  । ଏଥିପାଇଁ ସେ କୋଠର ତପସ୍ୟାରେ ବସି  ଶିବଙ୍କର ଶରଣାପନ୍ନ ହେଲେ  ।ପ୍ରିୟ ଭକ୍ତର ଏକାର୍ଗତା ମହାଯୋଗୀଙ୍କୁ ବିଚଳିତ କଲା  । ସଶରୀରରେ ଉଭା ହୋଇ ବର ମାଗି ନେବାକୁ କହିଲେ  । କାଶୀରାଜଙ୍କ ପ୍ରାର୍ଥନା ଥିଲା, ମୁଁ ଯୁଦ୍ଧରେ ବିଷ୍ଣୁଙ୍କୁ ପରାସ୍ତ କରେ  ମୋତେ ଏଇ ଆଶୀର୍ବାଦ କରିନ୍ତୁ ।
    କାଶୀରାଜଙ୍କ ଇଚ୍ଛାରେ ଚାଳିତ ହେଲେ ମହାଯୋଗୀ  । ମନେ ମନେ ଭାବିଲେ, ଏହା କାଶୀରାଜଙ୍କ ଅହମିକାର ଲକ୍ଷଣ  । ମାତ୍ର କଥା ଦେଇଛନ୍ତିା ଯେତେବେଳେ, ଭକ୍ତର ମନୋବା‚ା ପୂର୍ଣ୍ଣ କରିବାକୁ ପଡ଼ିବ  । ଉପାୟହୀନ ଶିବ ଏଥର ସର୍ତ କରିବାକୁ ରଖିଲେ କାଶୀରାଜ ଅବଶ୍ୟ ଯୁଦ୍ଧ କରିବେ, ମାତ୍ର ତାଙ୍କ ପଛରେ ରହିବେ  । ତାଙ୍କ ଅନୁଚରଗଣ ଏବଂ ସବା ଶେଷରେ ରହିବେ ସେ ନିଜେ । 
    ଏଥର ମହାସମର ଆରମ୍ଭ ହୋଇଗଳଶ କାଶୀରାଜ ଓ ବିଷ୍ଣଙ୍କ ମଧ୍ୟରେ  । କାଶୀରାଜଙ୍କ ପଛରେ ଯେ ମହାଯୋଗୀ ସକ୍ରୀୟ ବିଷ୍ଣୁଙ୍କ ଏ କଥା ଅଗୋଚର ଚହିଲା ନାହିଁ  । ସେ ସୁଦର୍ଶନ ଚକ୍ର ପ୍ରୟୋଗ କଲେ । ଚକ୍ରର ତେଜରେ ସମଗ୍ର କାଶୀନଗର ପୋଡ଼ି ଛାରଖାର ହୋଇଗଲା । ଚକ୍ର ଏଥର ଚାଲିଲା ସ୍ୱଂୟ ରାଜାଙ୍କ ଆଡ଼କୁ ସୈନ୍ୟ ।
    ଗଲେ ଶେଷକେୁ ରାଜା ଏକାକୀ  । ପ୍ରିୟ ଭକ୍ତକୁ ସରକ୍ଷା ଦେବା ପାଇଁ ଶିବଙ୍କ ହାତରେ ଚକମି ଉଠିଲା ପାଶୁପତି ଅସ୍ତ୍ର ପିବତ୍ର ମହାଶିବ  । ସୁଦର୍ଶନ ଓ ପଶୁପିତ ଏବେ ମୁହାାଁମୁହିଁ  । ମୁହାଁମୁହିଁ ସଂସାରର ଦୁଇ ମହାଶକ୍ତି ବିଷ୍ଣୁ ଓ ଶିବ  । ବିଷ୍ଣୁଶକ୍ତି ପାଖରେ ଶିବଶକ୍ତି ହାର ମାନିଲା  । ଶିବ ଯୁଦ୍ଧଭୂମି ତ୍ୟାଗ କଲେ ଏବଂ ଶରଣ ପଶିଲେ ବିଷ୍ଣୁଙ୍କ ପାଖରେ ବିଷ୍ଣୁଙ୍କ ମୁହଁରେ ହସ  । ଅବୋଧ ରହସ୍ୟବୟ ଶିବଙ୍କୁ ଏ କଥା ବୁଝିବା ପାଇଁ କଷ୍ଟ ହେଲାନି  । ସେ ଲାଜ ପାଇଲେ ଏବଂ ବିଷ୍ଣୁଙ୍କୁ ଅନୁରୋଧ କଲେ ମୋତେ ଏପରି ଏକ ଜାଗାରେ ରହିବା ପାଇଁ । ସୁଯୋଗ ଦିଅ,ଯେଉଁଠରେ ମୁଁ ପ୍ରସନ୍ନଚିତରେ ତୁମର ସେବା କରିପାରିବି । ବିଷ୍ଣୁଙ୍କ ଉତର ଥିଲା- ଆପଣ ଏକାମ୍ରବନକୁ ଯାଆନ୍ତୁ । ତାହା ମୋର ଗୁପ୍ତ ନିବାସସ୍ଥଳ । ତମେ ସେଠାରେ କୋଟିଲିଙ୍ଗେଶ୍ୱର ବା ଲିଙ୍ଗରାଜ ନାମରେ ଏକମ୍ରକ୍ଷେତ୍ରରେ ବିଜେ କରିଛନ୍ତି । ଏହି କାହାଣୀ ନିଶ୍ଚିତ ଭାବରେ ବୈଷ୍ଣବମାନଙ୍କର ସର୍ଜନା ଉଦେ୍ଧଶ୍ୟ । ବିଷ୍ଣୁଙ୍କ ସାର୍ବଭୌମତ୍ୱ ପ୍ରତିଷ୍ଠା ମାତ୍ର  ଏହି କ୍ଷେତ୍ରର ମହତ୍ୱ ହେଲା- ଏହା ଉଭୟ ବିଷ୍ଣୁ ଓ ଶିବଙ୍କ ଆରଧନାର କ୍ଷେତ୍ର  । ଏମିତି କଟିଗଲା  ପନ୍ଦର ବର୍ଷ । ମହାଯୋଗୀଙ୍କ ସହିତ ଦେବୀ ପାର୍ବତୀ ଦେବୀ ରହିଲେ ଏକାମ୍ର କ୍ଷେତ୍ରରେ  ।    

    Maximum 500 characters

    ସଂସ୍କୃତି View all

    Find Us on Facebook