Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

Kanhu ଚରଣ ପଟ୍ଟନାୟକଙ୍କ ବିରୋଧରେ ସ୍ବାଧୀକାର ପ୍ରସ୍ତାବ ଆଣିଲେ ନରସିଂହ

2020 ମାର୍ଚ୍ଚ ମଧ୍ୟରେ ସବୁ ଗାଁକୁ ପାଇପ ଯୋଗେ ପାନୀୟ ଜଳ

ସୁରୁଖୁରରେ ଚାଲିଛି ବିଧାନସଭା

banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ଅପେକ୍ଷା

    Share on :
    ajab-Image
    Date: Feb 12, 2018    Views: 1711

    ଉମାକାନ୍ତ ପାତ୍ର

    ମୋ ନାଁ କୁ ବିକୃତ କରି ତୋ ମୁହଁର ସେ ଡାକ ମତେ ଖୁବ୍‍ ଆନନ୍ଦ ଦିଏ ।
    ସେ ବିକୃତ ନାଁ ଟି ଥରେ ଶୁଣିବାକୁ ଫୋନ୍‍ କଲି...... ତୁ କହିଲୁ ବ୍ୟସ୍ତ ଅଛୁ...... ପରେ କଥା ହେବୁ ।
    ରାତି ୧୦ଟା.... ୧୧ଟା.... ୧୨ ଟା ବାଜିଲା..... । ତୋ ଫୋନ୍‍ ଆସିଲାନି!

    ‘ତୁ ରାତିରେ ମୋବାଇଲ୍‍ ସୁଇଚ୍‍ ଅଫ୍‍ କାହିଁକି କରି ଦେଉଛୁ?’ ଆର ଦିନ ସକାଳେ ତୁ କହିଲୁ ।
    ‘ଆଉ କେବେ ସୁଇଚ୍‍ ଅଫ୍‍ କରିବିନି.....’ ମୁଁ କହିଲି ।

    ଏ ଘଟଣାର ଦଶ ବର୍ଷ ବିତି ଗଲାଣି...... । ମୋବାଇଲ୍‍ ମୋର ସୁଇଚ୍‍ ଅଫ୍‍ ହୋଇନି କି ତୋ ଫୋନ୍‍ ବି ଆସିନି ।

    ...............................................................................
    ଥାଲକୁଡି, ମଙ୍ଗଳପୁର, ଯାଜପୁର
    ୯୪୩୯୭୫୦୧୭୫

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook