Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଲୋଏର ଇନ୍ଦ୍ର ଭୂତଳ ପାଇପ ଜଳଯୋଗାଣ ପ୍ରକଳ୍ପ ଦ୍ୱାରା ଜଳସେଚିତ ହେବ ୧୩୯୮୨ ହେକ୍ଟର ଜମି

    Share on :
    Date: Feb 8, 2018    Views: 153

    ଭୁବନେଶ୍ୱର : ଲୋଏର ଇନ୍ଦ୍ର ଭୂତଳ ପାଇପ ଜଳଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ ମୋହର ଲଗାଇଛନ୍ତି  । ଏହାଦ୍ୱାରା ୧୩୯୮୨ ହେକ୍ଟର ଜମି ଜଳସେଚିତ ହୋଇପାରିବ  । ଏଥିପାଇଁ ଟେଣ୍ଡର ଜରିଆରେ ଦୁଇ ଜଣ ଅଭିଜ୍ଞ ଠିକାଦାର ନିଯୁକ୍ତି କରାଯାଇଛି  ।


    ସୂଚନାଯୋଗ୍ୟଯେ, ମହାନଦୀ ଅବବାହିକାର ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଏକ ବୃହତ ଜଳସେଚନ ପ୍ରକଳ୍ପ  । ଖଡ଼ିଆଳ ଠାରୁ ନୂଆପଡ଼ା ଯିବା ରାସ୍ତାରେ ୧୭ କିମି ଦୂରତ୍ୱରେ ଦରଗାଁଠାରେ ଏହା ଅବସ୍ଥିତ  । ଏହି ପ୍ରକଳ୍ପଟି ସମ୍ପୂର୍ଣ୍ଣ ହେଲେ ନୂଆପଡ଼ାର ୧୩୫୦୦ ହେକ୍ଟର ଜମି ଓ ବଲାଙ୍ଗୀରର ୧୬୪୦୦ ହେକ୍ଟର ଜମି ଜଳସେଚିତ ହୋଇପାରିବ  । ୨୦୧୮ ସୁଦ୍ଧା ଏହାର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି  । ବର୍ତମାନ ସୁଦ୍ଧା ମାଟିବନ୍ଧ ଏବଂ ଜଳ ନିର୍ଗମନ ପଥ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ମୁଖ୍ୟ ଓ ଶାଖା କେନାଲ କାର୍ଯ୍ୟ ୯୮% ଶେଷ ହୋଇଛି  । ସେହିପରି ଉପଶାଖା ଏବଂ ନିମ୍ନ କେନାଲର କାର୍ଯ୍ୟ ୬୫% ସମାପ୍ତ ହୋଇଥିବା ଜଣାପଡ଼ିଛି  । ଚଳିତ ବର୍ଷ ଖରିଫ ଋତୁରେ ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାର ୧୫୧୧୦ ହେକ୍ଟର ଜମିକୁ ଜଳସେଚିତ କରାଯାଇପାରିଛି  । ଜମି ଅଧିଗ୍ରହଣ ନେଇ ସମସ୍ୟା ରହିଥିବାରୁ ଭୂତଳ ପାଇପ ଜଳଯୋଗାଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି  ।


    ଝାରସୁଗୁଡ଼ାରେ ବିମାନ ବନ୍ଦର ବିକାଶ ପାଇଁ ଝାରସୁଗୁଡ଼ା ଟାଉନ ୟୁନିଟ ୮ରେ ୧.୪୭୦ ଏକର ଜମି ବିନାଦେୟରେ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣଙ୍କୁ ପ୍ରଦାନ କରାଯିବ  । କ୍ୟାବିନେଟରେ ଏହି ପ୍ରସ୍ତାବକୁ ମଧ୍ୟ ମଂଜୁରୀ ମିଳିଛି  । ଏଥିପାଇଁ ସରକାରଙ୍କୁ ପ୍ରିମିୟଦ ଆଦି ବାବଦରେ ୩୧ ଲକ୍ଷ ୩୪ ହଜାର ଟଙ୍କା ଓ ରିକରିଂ ଆକାରରେ ବାର୍ଷିକ ୫୧୪୫୦ ଟଙ୍କା କ୍ଷତି ସହିବାକୁ ପଡ଼ିବ  । ଖାଲି ସେତିକିନୁହେଁ ଗଂଜାମ ଜିଲ୍ଲାର ଛତ୍ରପୁର ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଦ୍ୱାରା ଏକ ରାଡ଼ାର କେନ୍ଦ୍ର ସ୍ଥାପନ କରାଯିବ  । ଏଥିପାଇଁ ଜମି ଉପରୁ ବକେୟା ଦେୟ ବାବଦରେ ୯୬ ଲକ୍ଷ ୩୩ ହଜାର ୧୨୮ ଟଙ୍କା ଏବଂ ଅନ୍ୟାନ୍ୟ ଦେୟ ଛାଡ଼ କରିବା ପାଇଁ ନିଷ୍ପତି ନିଆଯାଇଛି  ।


    ସେହିପରି ଓଡ଼ିଶା କାରଗାର ସେବା ନିୟମାବଳୀରେ କେତେକ ସଂଶୋଧନ ମଧ୍ୟ ହେବ  । ଏହାଛଡ଼ା ଓଏସଜେ ଏବଂ ଓଜେଏସ ନିୟମାବଳୀ ୨୦୦୭ରେ କେତେକ ସଂଶୋଧନ କରାଯିବ  । ଫଳରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ୧% ସଂରକ୍ଷଣ ୪%କୁ ବୃଦ୍ଧି ପାଇବା ସହ ସର୍ବୋଚ୍ଚ ବୟସସୀମାକୁ ୫ ବର୍ଷ ବଦଳରେ ୧୦ ବର୍ଷକୁ ବୃଦ୍ଧି କରାଯାଇଛି  ।


    ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକ୍ରମେ ବାରଙ୍ଗଠାରେ ଦୈନିକ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ସ୍ୱୟଂଚାଳିତ ପ୍ଲାଂଟ କରାଯିବ  । ଫଳରେ ଓଡ଼ିଶା ଦୁଗ୍ଧ ସମବାୟ ସଂଘର କ୍ଷମତା ୧୦ ଲକ୍ଷ ଲିଟରକୁ ବୃଦ୍ଧି ପାଇପାରିବ  । ନାସନାଲ ଡାଏରୀ ଡେଭଲପମେଂଟ ବୋଡର଼୍ ଦ୍ୱାରା ଏହା ଟର୍ଣ୍ଣ କି ପଦ୍ଧତିରେ ନିର୍ମାଣ କରାଯିବ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook