Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ନୂଆପଡ଼ା ଜିଲ୍ଲାର ୯୦୫ ପଡ଼ାଗ୍ରାମରେ ଫ୍ଲୋରାଇଡ଼ ମୁକ୍ତ ପାଇପ ଜଳ ଯୋଗାଣ

    Share on :
    Date: Feb 8, 2018    Views: 75

    ଭୁବନେଶ୍ୱର : ନୂଆପଡ଼ା ଜିଲ୍ଲାର ୯୦୫ ପଡ଼ାଗ୍ରାମକୁ ଫ୍ଲୋରାଇଡ଼ ମୁକ୍ତ ପାଇପ ଜଳ ଯୋଗାଣ କରାଯିବ  । ଏସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟ ମୋହର ଲଗାଇଛନ୍ତି  । ଇତିମଧ୍ୟରେ ନୂଆପଡ଼ାର ୩୧୭ ପଡ଼ା ଗ୍ରାମକୁ ପାନୀୟ ଜଳ ଯୋଗାଣ କରାଯାଇଛି  । ଅପରପକ୍ଷରେ ଏନଆରଡ଼ିଡବ୍ଲୁ୍ୟପି, ବସୁଧା ଏବଂ ଆରଆଇଡ଼ିଏଫ ଯୋଜନାରେ ୩୭୧ ଫ୍ଲୋରାଇଡ଼ ପ୍ରଭାବିତ ଗ୍ରାମକୁ ବିଶୁଦ୍ଧ ଜଳଯୋଗାଣ ପାଇଁ ୨୫୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ଚାଲିଅଛି  । ଅବଶିଷ୍ଟ ୨୧୭ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ନିମନ୍ତେ ୫ଟି ବୃହତ ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ  । ଏଥିପାଇଁ ୩୭୦ କୋଟି ୬୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇ ୫ଟି ବୃହତ ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ଯୋଜନା ରହିଛି  । ସେଥିପାଇଁ ଲାର୍ସନ ଟର୍ବୋଙ୍କୁ କାର୍ଯ୍ୟ ପ୍ରଦାନ ପାଇଁ ଟେଣ୍ଡରକୁ ଅନୁମୋଦନ କରାଯାଇଛି  । ଏହାଦ୍ୱାରା ନୂଆପଡ଼ା, ଖରିଆର, ବୋଡେ଼ନ ଓ କୋମନା ବ୍ଲକର ୨ ଲକ୍ଷ ଲୋକ ଉପକୃତ ହେବେ  । ନାବାଡର଼୍ ଆର୍ଥିକ ସହାୟତାରେ ଦୁଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପାଦିତ ହେବ  । ତେବେ ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ନଳକୂପରେ ଡି ଫ୍ଲୋରାଇଡ଼ସେନ ପ୍ଲାଂଟ ସ୍ଥାପନ କରାଯିବ ବୋଲି ପଂଚାୟତିରାଜ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି  । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook