Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଅନାସ୍ଥା ପ୍ରସ୍ତାବରେ ଆସିବ ସଂଶୋଧନ : ଗୁପ୍ତ ବଦଳରେ ହେବ ଖୋଲା ମତଦାନ

    Share on :
    Date: Feb 8, 2018    Views: 415

    ଭୁବନେଶ୍ୱର : ପୌର ପରିଷଦ ଅନାସ୍ଥା ପ୍ରସ୍ତାବରେ ସଂଶୋଧନ ଆସିବ  । ଆଉ ପୂର୍ବଭଳି ଗୁପ୍ତ ମତଦାନ ନହୋଇ ଖୋଲା ମତଦାନ ହେବ  । ରାଜ୍ୟ କ୍ୟାବିନେଟରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା  ।


    କ୍ୟାବିନେଟରେ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବି ଆଲୋଚନା ହୋଇଛି  ।  ନୂଆପଡ଼ା ଜିଲ୍ଲାର ୯୦୫ ଗ୍ରାମକୁ ଫ୍ଲୋରାଇଡ଼ ମୁକ୍ତ ପାନୀୟ ଜଳ ଯୋଗାଣ କରାଯିବ  । ସେହିପରି ବାରଙ୍ଗରେ ଦୈନିକ ୫ ଲକ୍ଷ ଲିଟର କ୍ଷମତା ଥିବା ଦୁଗ୍ଧ ଉପôାଦନ କେନ୍ଦ୍ର ସ୍ଥାପନ କରାଯିବ  । ଜେଲ ସର୍ଭିସ୍ ରୁଲରେ ବି ସଂଶୋଧନ ଅଣାଯିବ  । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗକୁ ମଧ୍ୟ କ୍ୟାବିନେଟ ମଂଜୁରୀ ଦେଇଛନ୍ତି  । ଆସିକା ଚିନିକଳକୁ ବି ୧୫ କୋଟିର ଋଣ ମିଳିବ  । ଲୋୟର ଇନ୍ଦ୍ର ଭୂତଳ ପାଇପ ଲାଇନ୍ ପ୍ରକଳ୍ପ ଟେଣ୍ଡରକୁ ମଧ୍ୟ କ୍ୟାବିନେଟରେ ମଂଜୁରୀ ମିଳିଛି  । ଭୁତଳ ପାଇପ ଲାଇନ ଦ୍ୱାରା ୧୩ ହଜାର ୮ ଶହ ଏକର ଜମିକୁ ଜଳସେଚନର ବ୍ୟବସ୍ଥା କରାଯିବ  । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook