Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଧାନର ଏଫଏକୁ୍ୟ ମାନ କୋହଳ କଲେ କେନ୍ଦ୍ର ସରକାର

    Share on :
    Date: Feb 7, 2018    Views: 295

    ଭୁବନେଶ୍ୱର : ଧାନର ଏଫଏକୁ୍ୟମାନକୁ କେନ୍ଦ୍ର ସରକାର କୋହଳ କରିଛନ୍ତି  । ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ୧୫ ଜିଲ୍ଲାର ଧାନ ମାନ କୋହଳ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି  । ଏନେଇ କେନ୍ଦ୍ର ଖାଦ୍ୟଯୋଗାଣ ମନ୍ତ୍ରୀ ରାମବିଳାସ ପାଶୱାନ ପତ୍ର ଲେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇଛନ୍ତି  ।


    ତେବେ ଧର୍ମେନ୍ଦ୍ରଙ୍କୁ ପାଶୱାନଙ୍କ ପତ୍ର ଚାଷୀଙ୍କୁ ଉତ୍ସାହିତ କରିଥିବାବେଳେ ସଂଘୀୟ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟିହୋଇଛି  । ପୂର୍ବରୁ ଏନେଇ ବହୁବାର ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ଖାଦ୍ୟଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପର୍ଯ୍ୟନ୍ତ ସମସ୍ତେ ଏଫଏକୁ୍ୟମାନ କୋହଳ କରିବା ପାଇଁ କେନ୍ଦ୍ରକୁ ଅନୁରୋଧ କରିଥିଲେ  । ତେବେ ନିକଟରେ ଧର୍ମେନ୍ଦ୍ର ଏନେଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ପରେ ପାଶୱାନ ପତ୍ର ମାଧ୍ୟମରେ ଏଫଏକୁ୍ୟର ମାନ କୋହଳ କରିଥିବା ନେଇ ସୂଚନା ଦେଇଛନ୍ତି  । ତେବେ ସବକା ସାଥ ସବକା ବିକାଶ ବୋଲି ନାରା ଦେଉଥିବା ମୋଦି ସରକାରଙ୍କ ମନ୍ତ୍ରୀମାନେ ସଂଘୀୟ ବ୍ୟବସ୍ଥାକୁ ଭୁଲିଗଲେ କେମିତି ? ଧର୍ମେନ୍ଦ୍ର କ’ଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନା ଖାଦ୍ୟ ଯୋଗାଣ ମନ୍ତ୍ରୀ ? ଧର୍ମେନ୍ଦ୍ର କ’ଣ ଚାଷୀଙ୍କ ଠାରୁ ଧାନ କିଣିବାର ଦାୟିତ୍ୱ ନେଇଛନ୍ତି କି ବୋଲି ବିଜେଡ଼ିର ଜଣେ ବରିଷ୍ଠ ନେତା ପ୍ରଶ୍ନ କରିଛନ୍ତି  । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook