Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଏବେ ହେମାଙ୍କୁ ଧର୍ମେନ୍ଦ୍ର ସାହା!

    Share on :
    Date: Feb 7, 2018    Views: 1275

    ଭୁବନେଶ୍ୱର: ସ୍କି୍ରପ୍ଟ ଲେଖା ସରିଥିଲା । ଖାଲି ଡାଇଲଗ ମାରିବା ବାକି ରହିଥିଲା । ଆଜି ସେ କାମ ବି ସରିଗଲା । ଏବେ ଶଙ୍ଖ ଛାଡ଼ି ପଦ୍ମପୋଖରୀକୁ ଡିଆଁ ମାରିବାର ସୁଯୋଗ ଅପେକ୍ଷାରେ । ବିଜେପିରେ ଯୋଗଦେଇଥିବା ଗିରିଧର ଗମାଙ୍ଗଙ୍କ ପତ୍ନୀ ଓ ଶିଶିର ଗମାଙ୍ଗଙ୍କ ମା’ ହେମା ଗମାଙ୍ଗଙ୍କ ମନ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଯାଇଛି । ଚା’କପରେ ଝଡ଼ ସୃଷ୍ଟି କରିବା ଭଳି ଆଜି ହଠାତ୍ ହେମା ନବୀନଙ୍କ ଉପରେ ମନଭରି ବର୍ଷିଥିଲେ । ସରକାରୀ ଅର୍ଥ ହରିଲୁଟ୍ ହେଉଛି, ନବୀନ କିଛି ବୁଝୁନାହାନ୍ତି କହି ସେ ବିଜେଡିରେ ବିଦ୍ରୋହ ସୃଷ୍ଟି କରିଛନ୍ତି । ଯଦି ସେ ଏତିକି କହିଥାନ୍ତେ ହୁଏତ ତାହାକୁ କେହି ଦଳ ପ୍ରତି ତାଙ୍କର ଅସନ୍ତୋଷ ରହିଛି ବୋଲି ଜଣାପଡ଼ିଯାଇଥାନ୍ତା । ହେଲେ ଏକଥା କହିବା ଛଳରେ ସେ କହିଥିଲେ ଯେ, ଏବେ ସମସ୍ୟା ନେଇ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପାଖକୁ ଯିବେ । ଏମିତିକି ଗୁଣୁପୁରରେ ଥିବା ନିଜ କର୍ମୀମାନଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ହେମା । ସୂଚନାଯୋଗ୍ୟ ଗତ ନିର୍ବାଚନରେ ହେମା ବିଜେଡି ଟିକେଟରେ ଲକ୍ଷ୍ମୀପୁର ଆସନରୁ ଲଢ଼ିଥିଲେ ବି ପରାସ୍ତ ହୋଇଥିଲେ । ହେମାଙ୍କ ଏଭଳି ମନ୍ତବ୍ୟରୁ ସେ ପୂର୍ବରୁ ବିଜେପିକୁ ଯିବା ପାଇଁ ସଜବାଜ ହୋଇଥିବା ଚର୍ଚ୍ଚା ହେଉଛି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook