Jun 19, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ : ଭୁବନେଶ୍ୱରରୁ ପୁନେକୁ ସିଧାସଳଖ ବିମାନ ଚଳାଚଳ ଦାବି

    Share on :
    Date: Feb 7, 2018    Views: 69

    ଭୁବନେଶ୍ୱର: ସରକାରୀ କାମ ହେଉ କି ଛାତ୍ର ଛାତ୍ରୀଙ୍କ ପାଠପଢ଼ା ହେଉ ଅବା ପର୍ଯ୍ୟଟନ ସ୍ଥଳି ବୁଲାବୁଲି କରିବାକୁ ହେଉ ଏଥିପାଇଁ ପ୍ରାୟ ବହୁ ଲୋକ ମାନେ ପୁନେରୁ ଭୁବନେଶ୍ୱର ଆଉ ଭୁବନେଶ୍ୱରରୁ ପୁନେ ଅଭିମୁଖେ ଯାତ୍ରା କରିଥାନ୍ତି । ଏଥପାଇଁ ସେମାନଙ୍କୁ ବହୁତ ସମୟ ଲାଗିଥାଏ । ବହୁ ଲୋକମାନ ହଇରାଣ ହରକତ ହୋଇଥାନ୍ତି  । ଏହି ସବୁକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ପୁନେକୁ ବିମାନ ଚଳାଚଳ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ମନ୍ତ୍ରୀ ଅଶୋକ ଗଜପତିରାଜୁ ପୁଷ୍ପକତିଙ୍କୁ ଚିଠି ଲେଖିଛନ୍ତି  । 
    ଚିଠିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ଭୁବନେଶ୍ୱର-ପୁନେ ସହର ମଧ୍ୟରେ ସମ୍ପର୍କ ବହୁ ପୁରୁଣା  । ଉଭୟ ସହର ଦେଶରେ ଶିକ୍ଷା ଓ ଆଇଟି୍ ହବ୍ ପାଲଟିଛି । ଏଥିପାଇଁ ପ୍ର୍ରତ୍ୟେକ ଦିନ ବହୁ ଛାତ୍ରଛାତ୍ରୀ,ଅଧ୍ୟାପକ,ଶିକ୍ଷାବିତ୍ ଓ ଆଇଟି ପେଷାଦାର ଉଭୟ ଭୁବନେଶ୍ୱର-ପୁନେକୁ ଯା’ଆସ କରୁଛନ୍ତି । ଏହାବାଦ୍ ପୁନେରୁ ବହୁ ପର୍ଯ୍ୟଟକ ଭୁବନେଶ୍ୱର ନିକଟସ୍ଥ ପୁରୀ, କୋଣାର୍କ, ଚିଲିକା ସମେତ ଓଡ଼ିଶାର ବହୁ ପର୍ଯ୍ୟଟନସ୍ଥଳୀମାନଙ୍କୁ ବୁଲିବାକୁ ଆସଥାନ୍ତି  । ସେହିପରି ଭୁବନେଶ୍ୱରରୁ ବହୁ ସଂଖ୍ୟକ ଲୋକ ନିୟମିତ ପୁନେ ନିକଟସ୍ଥ ସିରିଡ଼ି, ମହାବଳେଶ୍ୱର, ତ୍ରୟୋମ୍ବକେଶ୍ୱର ଯାତ୍ରା କରୁଛନ୍ତି  । କିନ୍ତୁ ଏଜାଏଁ ଭୁବନେଶ୍ୱର-ପୁନେ ମଧ୍ୟରେ ସିଧାସଳଖ ବିମାନ ସେବା ମିଳିପାରିନାହିଁ  । ଭୁବନେଶ୍ୱରରୁ ପୁନେ ଯିବାପାଇଁ ଭାୟା ହାଇଦ୍ରାବାଦ କିମ୍ବା ମୁମ୍ବାଇ ଦେଇ ଯିବାକୁ ଲୋକମାନଙ୍କୁ ବହୁ କଷ୍ଟ ଆଉ ବହୁ ସମୟ ମଧ୍ୟ ଲାଗୁଛି । ଏଥିପାଇଁ ଯାତ୍ରୀମାନଙ୍କୁ ଅଧିକ ଖର୍ଚ୍ଚ ଲାଗୁଛି । ଏହାକୁ ଦୃଷ୍ଟରେ ରଖି ଭୁବନେଶ୍ୱର-ପୁନେ ମଧ୍ୟରେ ସିଧାସଳଖ ବିମାନ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଚିଠିରେ ପ୍ରକାଶ କରିଛନ୍ତି  । ଏୟାର ଇଣ୍ଡିଆ କିମ୍ବା କୌଣସି ଘରୋଇ ବିମାନ ସେବା କମ୍ପାନୀ ସିଧାସଳଖ ବିମାନ ସେବା ଯୋଗାଇବା ନେଇ କେନ୍ଦ୍ର ମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଏହି ଚିଠିରେ ନିବେଦନ କରିଛନ୍ତିି । ସୂଚନାଯୋଗ୍ୟ,ନିକଟରେ ଭୁବନେଶ୍ୱରରୁ ପୁନେକୁ ସିଧାସଳଖ ବିମାନ ଚଳାଚଳ ନେଇ ଉଦ୍ୟମ କରିବେ ବୋଲି ପୁନେ ଓଡ଼ିଆ ସମାଜକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ  । ଏହା କଲେ ଓଡ଼ିଶାବାସୀ ଖୁବ୍ କମ୍ ସମୟରେ ସେଠାରେ ପହଂଚି ପାରିବେ ଓ ସେଠାକାର ଲୋକମାନେ ବି ଆମ ରାଜ୍ୟକୁ ଆସିପାରିବେ  ଖାସ୍ କରିକରି ପାଠପଢ଼ା ପିଲାଙ୍କ ପାଇଁ ଏହା ଉପକାର ହୋଇ ପାରବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook