May 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ରେଳ ବଜେଟ : ଓଡ଼ିଶାକୁ କେଉଁଥି ପାଇଁ କେତେ?

    Share on :
    Date: Feb 6, 2018    Views: 227

    ଭୁବନେଶ୍ୱର : ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ରେଳ ଭିତିଭୂମିର ବିକାଶ ନିମନ୍ତେ ଓଡ଼ିଶାକୁ ୫୨୫୨ କୋଟି ଟଙ୍କା ମିଳିଛି  । ଓଡ଼ିଶାକୁ ମିଳିଥିବା ଅନୁଦାନରେ ବହୁଗୁଡ଼ିଏ ନୂଆ ରେଳପଥ ନିର୍ମାଣ ହେବାକୁ ଥିବା ବେଳେ ଅନ୍ୟ କେତେକ ଲାଇନ୍ରେ ତୃତୀୟ ଓ ଚତୁର୍ଥ ରେଳଲାଇନ୍ ନିର୍ମାଣ ହେବ । ଅନ୍ୟ କେତେକ ରେଳ ଲାଇନ୍ର ଦୋହରୀକରଣ ପାଇଁ ମଧ୍ୟ ଅର୍ଥ ବରାଦ କରାଯାଇଛି । ବନ୍ଧମୁଣ୍ଡା-ରାଂଚି ନୂଆ ରେଳପଥ ପାଇଁ ୨୦୦ କୋଟି ବ୍ୟୟ ବରାଦ କରାଯାଇଛି । ସେହିପରି ଝାରସୁଗୁଡ଼ା-ବିଳାସପୁର ପାଇଁ ୨୦୦ କୋଟି ଓ ବ୍ରଜରାଜନଗର-ବେଲପାହାଡ଼ ପାଇଁ ୫.୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଆହୁରି ମଧ୍ୟ ବିମଳାଗଡ-ଚମ୍ପାଝରଣ ରେଳଲାଇନର ଦୋହରୀକରଣ ପାଇଁ ୫୦ କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ବନ୍ଧମୁଣ୍ଡା- ରାଉରକେଲାକୁ ୪ର୍ଥ ଲାଇନ୍ ପାଇାଁ ୫୦ କୋଟି ବ୍ୟୟ ବରାଦ କରାଯାଇଛି  ସେହିପରି ବନ୍ଧମୁଣ୍ଡା - ମନୋହରପୁର ନୂଆ ରେଳ ଲାଇନ ପାଇଁ ୧୦୦ କୋଟି ବ୍ୟୟ ବରାଦ କରାଯାଇଛି । ରାଉରକେଲା-ଝାରସୁଗୁଡ଼ାକୁ ୩ୟ ରେଳପଥ ନିର୍ମାଣ ପାଇଁ ୧୮୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ରାୟପୁର-ଝାରସୁଗୁଡ଼ା ରେଳଲାଇନର ଦୋହରୀକରଣ ପାଇଁ ୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ଜଣାପଡ଼ିଛି ।  
    ସେହିପରି ପୂର୍ବତଟ ରେଳପଥକୁ ମିଳିଥିବା ଅନୁଦାନରେ ନୂଆ ରେଳପଥ ନିର୍ମାଣ ପାଇଁ ୪୭୭ କୋଟି ୧୦ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଲାଇନ ଦୋହରୀକରଣ ପାଇଁ ୧୫୦ କୋଟି ଟଙ୍କା ରଖାଯାଇଛି । ଲାଇନ ନବୀକରଣ ପାଇଁ ୮୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସିଗ୍ନାଲ୍ ମ୍ୟାନେଜମେଂଟ ପାଇଁ ୬୭ କୋଟି ଟଙ୍କା ରଖାଯାଇଥିବା ବେଳେ ଷ୍ଟାଫ କ୍ୱାର୍ଟସ ପାଇଁ ୩୧ କୋଟି ଟଙ୍କା ରଖାଯାଇଛି । ଟ୍ରାଫିକ୍, ୟାର୍ଡ ରିମଡେଲିଂ ପାଇଁ ୧୦୩ କୋଟି ବ୍ୟୟ ବରାଦ କରାଯାଇଛି । ଲେବଲ କ୍ରସିଂର ଉନ୍ନତିକରଣ ପାଇଁ ୬୮ କୋଟି, କମ୍ପୁ୍ୟଟରୀକରଣ ପାଇଁ ୬ କୋଟି ଓ ଗେଜ ପରିବର୍ତନ ପାଇଁ ୫ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ଓଭର ବି୍ରଜ୍ ନିର୍ମାଣ ଓ ଅଣ୍ଡର ବି୍ରଜ ନିର୍ମାଣ ପାଇଁ ୨୪୫ କୋଟି ଟଙ୍କା ଓ ସେତୁ ନିର୍ମାଣ ପାଇଁ ୩୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । 
    ସୂଚନାଯୋଗ୍ୟ, ବଜେଟରେ ଉତରପ୍ରଦେଶକୁ ସର୍ବାଧିକ ୭୬୮୫ କୋଟି ମିଳିଥିବାବେଳେ ମହାରାଷ୍ଟ୍ରକୁ ୬୬୫୮ କୋଟି, ମଧ୍ୟପ୍ରଦେଶକୁ ୬୩୫୯ କୋଟି, ଆସାମକୁ ୫୮୬୬ କୋଟି ଓ ପଶ୍ଚିମବଙ୍ଗକୁ ୫୪୩୭ କୋଟି ଟଙ୍କା ମିଳିଛି  । ସୂଚନାଯୋଗ୍ୟଯେ ବଜେଟ୍ରେ ଓଡ଼ିଶାକୁ ୬୫୦୦ କୋଟି ଟଙ୍କା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଥିଲେ  ।
    ରେଳ ମନ୍ତ୍ରଣାଳୟ ପକ୍ଷରୁ କେଉଁ ରାଜ୍ୟକୁ କେତେ ଅନୁଦାନ ମିଳିଛି ସେନେଇ ଟ୍ୱିଟ୍ କରାଯାଇଛି  ।  ତଥ୍ୟ ଅନୁଯାୟୀ ଦିଲ୍ଲୀକୁ ୨୬୮ କୋଟି, ମହାରାଷ୍ଟ୍ରକୁ ୬୬୫୮ କୋଟି, ତାମିଲନାଡୁକୁ ୨୫୪୮ କୋଟି, ହିମାଚଳ ପ୍ରଦେଶକୁ ୩୮୭ କୋଟି, ତେଲେଙ୍ଗାନାକୁ ୧୮୧୩ କୋଟି, ଝାରଖଣ୍ଡକୁ ୨୯୩୩ କୋଟି, ମଧ୍ୟପ୍ରଦେଶକୁ ୬୩୫୯ କୋଟି, ଜାମ୍ମୁକାଶ୍ମୀରକୁ ୧୯୭୬ କୋଟି, ଗୁଜୁରାଟକୁ ୪୮୦୯ କୋଟି, ବିହାରକୁ ୪୪୦୭ କୋଟି, କେରଳକୁ ୯୨୩ କୋଟି, ଉତରାଖଣ୍ଡକୁ ୧୪୯୦ କୋଟି, ଉତରପ୍ରଦେଶକୁ ୭୬୮୫ କୋଟି, ହରିୟାଣାକୁ ୧୪୨୨ କୋଟି, ପଂଜାବକୁ ୧୫୩୨ କୋଟି, ପଶ୍ଚିମବଙ୍ଗକୁ ୫୪୩୭ କୋଟି, ରାଜସ୍ଥାନକୁ ୪୫୫୩ କୋଟି ଓ ଆସାମକୁ ୫୮୬୬ କୋଟି ଟଙ୍କା ମିଳିଛି ବୋଲି ଟ୍ୱିଟ ଯୋଗେ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି  । ତେବେ ନୂତନ ଭାବେ ଓଡ଼ିଶାକୁ କ’ଣ ମିଳିଛି ସେନେଇ ସୂଚନା ଦିଆଯାଇନାହିଁ  । କିନ୍ତୁ ଏବେ ଓଡ଼ିଶାରେ ୩୬ଟି ପ୍ରକଳ୍ପ କାର୍ଯ୍ୟ ଜାରିରହିଛି । ୪୭୫୦ କିଲୋମିଟର ରେଳ ପଥର ବିକାଶ ପାଇଁ ୪୩୭୫୧ କୋଟିର ପ୍ରକଳ୍ପ ଜାରି ରହିଥିବା ନେଇ ସୂଚନା ଦିଆଯାଇଛି  । 

    Maximum 500 characters

    ଅର୍ଥନୀତି View all

    Find Us on Facebook