Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

Kanhu ଚରଣ ପଟ୍ଟନାୟକଙ୍କ ବିରୋଧରେ ସ୍ବାଧୀକାର ପ୍ରସ୍ତାବ ଆଣିଲେ ନରସିଂହ

2020 ମାର୍ଚ୍ଚ ମଧ୍ୟରେ ସବୁ ଗାଁକୁ ପାଇପ ଯୋଗେ ପାନୀୟ ଜଳ

ସୁରୁଖୁରରେ ଚାଲିଛି ବିଧାନସଭା

banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ସମୟ

    Share on :
    ajab-Image
    Date: Feb 6, 2018    Views: 1535


    ସାବିତ୍ରୀ ତ୍ରିପାଠୀ: ଗତ ଗୁରୁବାର ଦିନ ଚନ୍ଦନା ଆସିଥିଲା ଆମ ଘରକୁ  । ତା’ହାତରେ ଥିଲା ନିଜ ସାନ ଭାଇ ଶୁଭ ପରିଣୟର ନିମନ୍ତ୍ରଣ ପତ୍ର  । ତା’ ଗଭାରେ ମହକୁଥିଲା ରଜନୀଗନ୍ଧାର ମାଳ, ମୁହଁରେ ଥିଲା ଚିର ପରିଚିତା ହସରୁ ଖିଏ  । ଆମ ଘରେ ପାଦ ଦେଉ ଦେଉ ଚଟାପଟ କହିଲା, ‘ଏଇମାସ ବାଇଶି ତାରିଖରେ ମୋ ଭାଇର ବାହାଘର  । ଅପେକ୍ଷାରେ ରହିଲି  । ନିଶ୍ଚେ ଯିବେ ସପରିବାର  ।’ ମୋ ପତ୍ନୀ ଚାହା ଟିକେ ଯାଚୁ ଯାଚୁ ସେ ନିଷ୍କ୍ରାନ୍ତ ହୋଇଗଲା ଝଡ ÿଭଳି  । ମୋତେ ଲାଗିଲା, ସତେ ଯେମିତି ସେ ଦିଗବିଜୟରେ ବାହାରିଛି  । ମୋର ଆତିଥେୟତାକୁ ତା’ର ଜମା ପରବାୟ ନାହିଁ  । 
    ଚନ୍ଦନା ସହିତ ମୋ ପରିଚୟର ପ୍ରଥମ ପର୍ବ ଥିଲା ଆକସ୍ମିକ  । ସେ ଦିନେ ଗଢ଼ିପାରୁଥିଲା ଚମକ୍ରାର କବିତାର କୋଣାର୍କ  ।  ମୁଁ ଥିଲି ତା’ କବିତାର ମନମୁଗ୍ଧ ପାଠକ  । ପଡ଼ିଯାଇଥିଲି ତା’ କବିତାର ପ୍ରେମରେ  । ଗେରୁଆ ମାଟିର ଗାଅାଁରେ  । ସେ ସମୟଟି ଥିଲା ରୌଦ୍ରଦଗ୍ଧ ମଧ୍ୟାହ୍ନ  । ତା’କବିତାଠୁ ଆହୁରି ମନୋରମ ଲାଗୁଥିଲା ତା’ ମୁହଁର ଗଢ଼ଣ, ଭସାଣିଆ ଆଖିର ଆମନ୍ତ୍ରଣ  । ମତେ ଦେଖି ସେ ଉତ୍ସୁକତା ପ୍ରକାଶ କଲା  । ତା’ଆଖି ଓ ମୋ ଆଖି ଭିତରେ ଥିଲା ସହସ୍ର ସହସ୍ର ମାଇଲର ଦୂରତା  । ନୂଆ ନୂଆ କବିତା ଲେଖୁଥିବା ତରୁଣ କବିଟିଏ ମୁଁ  । ମୋ ଲାଗି ସେ ପାଲଟିଗଲା ପ୍ରେରଣାର ଦୋଦୁଲ୍ୟମାନ ଦୀପଶିଖା  । କବିତା ଲେଖୁ ଲେଖୁ ତା’ ଜୀବନର ଯବନିକା ପଡ଼ିଗଲେ ସେ ନିଜକୁ ମହାଭାଗ୍ୟବତୀ ମଣିବ ବୋଲି ଭାବର ଆଦାନ ପ୍ରଦାନ ହୁଏ  । ହଠାତ ଦିନେ ପାଇଲି ତା’ ବିବାହର ନିମନ୍ତ୍ରଣ ପତ୍ର  । ଯୋଗ ଦେଲି ସେ ଶୁଭକାମରେ  । ମେହେନ୍ଦିରେ କମକୂଟ ପାପୁଲି, ପାଦରେ ଅଳତାର ଧାର, କପାଳରେ ଚନ୍ଦନଟିପା, ମଥାରେ ମୁକୁଟ, ଦେହରେ ବଉଳପାଟ ନାଇ ସତେ କି ସେ ଦଶହରା ମେଢ଼ର ଦାଉଦାଉ ଦେବୀମୂର୍ତି ପରି ଦିଶୁଥିଲା  । ସେ ଗଢ଼ିଲା ଆପଣାର ନବୀନ ସଂସାର  । ସେଦିନୁ ସେତିକି ତା’କଲମ ହୋଇଗଲା ସାତପର  । ଶତଚ୍ଛିନ୍ନ ହୋଇଗଲା ତା’ ସୂକ୍ଷ୍ମ ଆବେଗର କଳେବର  । ତା’ସ୍ୱାମୀ, ପୁଅ, ସଂସାର, ଗାଡ଼ିଘୋଡ଼ାକୁ ନେଇ ତା’କୁ ସମୟ ମିଳୁନାହିଁ ବୋଲି ସଫେଇ ଦେଉଛି  । ‘ଏଥରୁ କ’ଣ ମିଳୁଛି, ଏସବୁ ପାଗଳମାନଙ୍କର କାମ’ ବୋଲି ବିଷେଦଗାର କରୁଛି  । ମତେ ଲାଗୁଛି, ଏକ ସୁନାବ୍ୟା ସ୍ରୋତସ୍ୱିନୀର କଳାଘୁମର କଲ୍ଲୋଳ  । 
    ଆଗ ଆଗ ଭାବୁଥିଲି ଚନ୍ଦନା ଏକ ସୁଖପାଠ୍ୟ ଉପନ୍ୟାସର ଐଶ୍ୱର୍ଯ୍ୟ କି କମନୀୟ କବିତାର କୋମଳଗାନ୍ଧାର  । ହେଲେ ଏବେ ବୁଝୁଛି ସେ ଏକ ଅବୋଧ୍ୟ ଶିଳାଲିପି  । ତା’ଭିତରେ ଅହରହ ସୃଷ୍ଟି ହୁଏ ଘୂର୍ଣ୍ଣିଝଡ଼  । ଯିଏ କେବେ ଗୋଟିଏ ବିନ୍ଦୁରେ ନୁହେଁ ସ୍ଥିର  । ନିଜ ସିଦ୍ଧାନ୍ତରେ ସଦା ଟଳମଳ, ପବନରେ ଅଶ୍ୱତଥ ପତ୍ର ପରି ଫରଫର  । 

     

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook