Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ରେଳ ବଜେଟ୍ : ଓଡ଼ିଶାକୁ ମିଳିଲା ୫୨୫୨ କୋଟି

    Share on :
    Date: Feb 6, 2018    Views: 561

    ଭୁବନେଶ୍ୱର : ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ରେଳ ଭିତିଭୂମିର ବିକାଶ ନିମନ୍ତେ ଓଡ଼ିଶାକୁ ୫୨୫୨ କୋଟି ଟଙ୍କା ମିଳିଛି  । ବଜେଟରେ ଉତରପ୍ରଦେଶକୁ ସର୍ବାଧିକ ୭୬୮୫ କୋଟି ମିଳିଥିବାବେଳେ ମହାରାଷ୍ଟ୍ରକୁ ୬୬୫୮ କୋଟି, ମଧ୍ୟପ୍ରଦେଶକୁ ୬୩୫୯ କୋଟି, ଆସାମକୁ ୫୮୬୬ କୋଟି ଓ ପଶ୍ଚିମବଙ୍ଗକୁ ୫୪୩୭ କୋଟି ଟଙ୍କା ମିଳିଛି  । ସୂଚନାଯୋଗ୍ୟଯେ ବଜେଟ୍ରେ ଓଡ଼ିଶାକୁ ୬୫୦୦ କୋଟି ଟଙ୍କା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଥିଲେ  ।


    ରେଳ ମନ୍ତ୍ରଣାଳୟ ପକ୍ଷରୁ କେଉଁ ରାଜ୍ୟକୁ କେତେ ଅନୁଦାନ ମିଳିଛି ସେନେଇ ଟ୍ୱିଟ୍ କରାଯାଇଛି  ।  ତଥ୍ୟ ଅନୁଯାୟୀ ଦିଲ୍ଲୀକୁ ୨୬୮ କୋଟି, ମହାରାଷ୍ଟ୍ରକୁ ୬୬୫୮ କୋଟି, ତାମିଲନାଡୁକୁ ୨୫୪୮ କୋଟି, ହିମାଚଳ ପ୍ରଦେଶକୁ ୩୮୭ କୋଟି, ତେଲେଙ୍ଗାନାକୁ ୧୮୧୩ କୋଟି, ଝାରଖଣ୍ଡକୁ ୨୯୩୩ କୋଟି, ମଧ୍ୟପ୍ରଦେଶକୁ ୬୩୫୯ କୋଟି, ଜାମ୍ମୁକାଶ୍ମୀରକୁ ୧୯୭୬ କୋଟି, ଗୁଜୁରାଟକୁ ୪୮୦୯ କୋଟି, ବିହାରକୁ ୪୪୦୭ କୋଟି, କେରଳକୁ ୯୨୩ କୋଟି, ଉତରାଖଣ୍ଡକୁ ୧୪୯୦ କୋଟି, ଉତରପ୍ରଦେଶକୁ ୭୬୮୫ କୋଟି, ହରିୟାଣାକୁ ୧୪୨୨ କୋଟି, ପଂଜାବକୁ ୧୫୩୨ କୋଟି, ପଶ୍ଚିମବଙ୍ଗକୁ ୫୪୩୭ କୋଟି, ରାଜସ୍ଥାନକୁ ୪୫୫୩ କୋଟି ଓ ଆସାମକୁ ୫୮୬୬ କୋଟି ଟଙ୍କା ମିଳିଛି ବୋଲି ଟ୍ୱିଟ ଯୋଗେ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି  । ତେବେ ନୂତନ ଭାବେ ଓଡ଼ିଶାକୁ କ’ଣ ମିଳିଛି ସେନେଇ ସୂଚନା ଦିଆଯାଇନାହିଁ  । କିନ୍ତୁ ଏବେ ଓଡ଼ିଶାରେ ୩୬ଟି ପ୍ରକଳ୍ପ କାର୍ଯ୍ୟ ଜାରିରହିଛି । ୪୭୫୦ କିଲୋମିଟର ରେଳ ପଥର ବିକାଶ ପାଇଁ ୪୩୭୫୧ କୋଟିର ପ୍ରକଳ୍ପ ଜାରି ରହିଥିବା ନେଇ ସୂଚନା ଦିଆଯାଇଛି  । 

    Maximum 500 characters

    ଅର୍ଥନୀତି View all

    Find Us on Facebook