May 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଖାଲି କୋଟିଆ ନୁହେଁ କୋରାପୁଟର ୨୨ ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ସୀମା ବିବାଦ

    Share on :
    Date: Feb 6, 2018    Views: 209

    କୋରାପୁଟରୁ କ୍ରାନ୍ତି ପଟ୍ଟନାୟକ : କୁଟିଆ ଗ୍ରାମପୁଞ୍ଜକୁ ନେଇ ବିବାଦ ବଢ଼ିବାରେ ଲାଗିଛି  ।  ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ବିବାଦ ବି ଘନେଇବାରେ ଲାଗିଛି  । ଭତା, କମ୍ବଳ ଓ ସୌର ଲଣ୍ଠନ ପରେ ରାସ୍ତା କାମକୁ ବି ଆଗେଇ ନେଇଛି ଆନ୍ଧ୍ର  । ଏବେ ଭୋଟର ଓ ଆଧାର କାଡର଼୍ ପଂଜୀକରଣ ବି ଆରମ୍ଭ ହୋଇଗଲାଣି  । ଯାହାକୁ ନେଇ ଏବେ ସଚିବାଳୟରେ ଚାଲିଛି ସମୀକ୍ଷା  । କୋରାପୁଟ ଜିଲ୍ଲା ପ୍ରଶାସନ ବି ରିପୋର୍ଟ ପରେ ରିପୋର୍ଟ ପ୍ରସ୍ତୁତ କରିଚାଲିଛି  । ସେପଟେ ଆନ୍ଧ୍ରକୁ ଅଟକାଇବା ପାଇଁ ବି ଏଯାଏଁ ଠୋସ୍ ପଦକ୍ଷେପ ନେବାରେ ରାଜ୍ୟ ସରକାର ବିଫଳ ହୋଇଛି । ତେବେ ଖାଲି କୋଟିଆ ନୁହେଁ, କୋଟିଆ ଗ୍ରାମପୁଂଜ ସମେତ ସୀମାନ୍ତରେ ଥିବା ଅନେକ ଗ୍ରାମକୁ ନେଇ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ସୀମା ବିବାଦ ଦୀର୍ଘଦିନ ଧରି ଲାଗି ରହିଥିଲେ ବି ଏନେଇ କେହିବି ନିଷ୍କର୍ସରେ ପହଁଚିପାରିନାହାନ୍ତି  । କୋରାପୁଟ, ଗଜପତି, ଗଂଜାମ ଓ ରାୟଗଡ଼ାର ସୀମାନ୍ତ ଗ୍ରାମକୁ ନେଇ ଏହି ବିବାଦ ଲାଗିରହିଛି ।


    ତଥ୍ୟ ଅନୁଯାୟୀ, କୋରାପୁଟ ଜିଲ୍ଲାର କୋଟିଆ, ଗଞ୍ଜେଇପଦର, ପୋନିକି, ସିଥିଭିଲିସା, ରଣାସିଙ୍ଗା, ସୀମାଓଗଡ଼ା, ନଳୀଭଲସା, ଅର୍ଜୁଭଲସା, ତାଡ଼ିଭଲସା, ଭୋଳିପଦର, ତଳସେମ୍ବି, ଉପରସେମ୍ବି, ବରଣପାଦୁ୍ୟ, କାହ୍ନାଡୋରା, ଶାଳୀପଗୁଡ଼ା, ହରମଣ୍ଡିଗାଁ, ମହିପାଣୀ, ହାଟସୁନାରି, ଫଗୁସୁନାରି, ଡୋଲିଆମ୍ବ ଓ ମଦାକରକୁ ନେଇ ମଧ୍ୟ ବିବାଦ ରହିଛି । ଏନେଇ ସୁପି୍ରମକୋର୍ଟରେ ମାମଲା ଚାଲିଥିଲା  । ତେବେ ୨୦୦୬ ମାର୍ଚ୍ଚ ୩୦ରେ ସୀମା ବିବାଦ କମିଟି ରିପୋର୍ଟ ଦାଖଲ ନକରିବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଇତିମଧ୍ୟରେ ପ୍ରାୟ ୧୨ ବର୍ଷ ବିତିଗଲାଣି  । ହେଲେ ସୀମାବିବାଦ କମିଟି କି ରିପୋର୍ଟ ଦେଇଛି, ପରବର୍ତୀ କାର୍ଯ୍ୟପନ୍ଥା କ’ଣ ନିର୍ଦ୍ଧାରଣ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ  ।


    ଏତଦବ୍ୟତୀତ ବେରାମୁଥା ଓ ଏହାର ୧୨ଟି ପଡ଼ାଗ୍ରାମକୁ ନେଇ ବିବାଦ ରହିଛି  । ଏସଂକ୍ରାନ୍ତୀୟ ସୀମା ବିବାଦ ମାମଲାର ଶୁଣାଣୀ ସୁପ୍ରିମକୋର୍ଟରେ ହୋଇଥିଲା  । ତେବେ ଏହାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଥିବାବେଳେ ପୁନଶ୍ଚ ରିଭୁ୍ୟ ପିଟିସନ ଦାଖଲ କରାଯାଇଥିଲା  । ପୁନଶ୍ଚ ୨୦୧୦ରେ ଉକ୍ତ ପିଟିସନ ଖାରଜ ହୋଇଯିବାରୁ ରାଜ୍ୟ ସରକାର ୨୦୧୧ ଜାନୁଆରୀରେ କୁ୍ୟରେଟିଭ ପିଟିସନ ଦାଖଲ କରିଥିଲେ  । ତେବେ ତାହା ମଧ୍ୟ ନଭେମ୍ବର ୨୦୧୧ରେ ଖାରଜ ହୋଇଯାଇଥିଲା ବୋଲି ଜାଣିବାକୁ ମିଳିଛି  ।

    Maximum 500 characters

    ବିଶେଷ View all

    Find Us on Facebook