Jun 19, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଭଡାଟିଆ ପ୍ରାର୍ଥୀ ଦେଇଛନ୍ତି ବିଜେପି ଓ ବିଜେଡ଼ି, କଂଗ୍ରେସର ବିଜୟ ସୁନିଶ୍ଚିତ : ସୁର

    Share on :
    Date: Feb 6, 2018    Views: 503

    ଭୁବନେଶ୍ୱର : ବିଜେପି ଓ ବିଜେଡ଼ି ଭଡ଼ାଟିଆ ପ୍ରାର୍ଥୀ ଦେଇଛନ୍ତି  । ସେମାନଙ୍କର ନିଜର ପ୍ରାର୍ଥୀ ନାହିଁ  । କଂଗ୍ରେସ ତୃଣମୂଳସ୍ତରରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଛି  । ବିଜେପୁର ନିର୍ବାଚନ ଫଳାଫଳ ଏକପାଖିଆ ଭାବେ କଂଗ୍ରେସକୁ ଯିବ  । ଏକଥା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ  ।


    ଆଜି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ପ୍ରାର୍ଥୀପତ୍ର ଦାଖଲ କରିବେ  । ଏଥିପାଇଁ ଦଳ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି  । ପ୍ରାୟ ୧୦ ହଜାର ଲୋକ ସମାଗମ କରିବାର ଯୋଜନା ହୋଇଛି  । ବିଜେପି ଓ ବିଜେଡ଼ି ଯେଭଳି ପ୍ରାର୍ଥୀପତ୍ର ଦାଖଲ ବେଳେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଠିକ୍ ସେମିତି କଂଗ୍ରେସ ମଧ୍ୟ ଶକ୍ତି ପ୍ରଦର୍ଶନ କରିବ  । ପ୍ରଣୟଙ୍କ ପ୍ରାର୍ଥୀପତ୍ର ଦାଖଲ ଅବସରରେ ଉପସ୍ଥିତ ରହିବା ପାଇଁ ରାଜ୍ୟର ବରିଷ୍ଠ କଂଗ୍ରେସ ନେତାମାନେ ବିଜେପୁରରେ ପହଁଚି ସାରିଛନ୍ତି  । ଏହି ଅବସରରେ ସୁର ରାଉତରାୟ କହିଲେଯେ, ସୁବଳ ସାହୁ ଜଣେ ଲୋକପ୍ରିୟ ନେତା ଥିଲେ  । ହେଲେ ରୀତା ସାହୁ କଂଗ୍ରେସ ଛାଡ଼ି ଭୁଲ କରିଛନ୍ତି  । ସେ ଯଦି କଂଗ୍ରେସରୁ ପ୍ରାର୍ଥୀ ହୋଇଥା’ନ୍ତେ ତେବେ ବିପୁଳ ଭୋଟରେ ଜୟଯୁକ୍ତ ହୋଇଥା’ନ୍ତେ  । ହେଲେ ୧୪୦ ବର୍ଷର ଏକ ବଡ଼ ଦଳ ହାତ ଛାଡ଼ି ସେ ବିରାଟ ଭୁଲ କରିଛନ୍ତି  । ସେ ସ୍ଥିର ଲୋକ ନୁହେଁ ବୋଲି ଲୋକଙ୍କ ପାଖକୁ ବାର୍ତା ଯାଇଛି  । ତେଣୁ ତାଙ୍କ ଉପରୁ ଲୋକଙ୍କ ଆସ୍ଥା ତୁଟି ଯାଇଛି  । ସେପଟେ ବିଜେପିକୁ ପ୍ରାର୍ଥୀ ମିଳିଲାନି ବୋଲି ଭଡ଼ାରେ ପ୍ରାର୍ଥୀ ନେଇଛି । ହେଲେ ବିଜେପୁରବାସୀ କଂଗ୍ରେସକୁ ଏକପାଖିଆ ଭୋଟ୍ ଦେବା ପାଇଁ ନିଷ୍ପତି ନେଇସାରିଛନ୍ତି ବୋଲି ସୁର କହିଛନ୍ତି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook