Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କ୍ରିକେଟ୍ ବିଶ୍ୱକପ୍ : ଭାରତକୁ ଦରକାର ୨୧୭

    Share on :
    Date: Feb 3, 2018    Views: 263

    କୁଇନସ ଟାଉନ : ଆଇସିସି ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପରେ ଚମ୍ପିଆନ ହେବା ପାଇଁ ଭାରତକୁ ମାତ୍ର ୨୧୭ ରନ୍ ଦରକାର  । ଆଜି ସକାଳୁ ଆରମ୍ଭ ହୋଇଥିବା ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇôଥଲା  । ତେବେ ପ୍ରଥମ ୧୧ ଓଭର ମଧ୍ୟରେ ଅଷ୍ଟ୍ରେଲିଆ ମାତ୍ର ୬୦ ରନ୍ରେ ୩ଟି ୱିକେଟ ହରାଇଥିଲା  । ତେବେ ଜେ. ମେର୍ଲୋଙ୍କ ଆକର୍ଷଣୀୟ ୭୬ ରନ୍ ବଳରେ ଅଷ୍ଟ୍ରେଲିଆ ନିଜର ସ୍ଥିତି ମଜବୁତ୍ କରିପାରିଥିଲା  । କିନ୍ତୁ ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ପାଇଁ ଦଳ ୪୭.୨ ଓଭରରେ ୨୧୬ ରନ୍ କରି ଅଲଆଲଟ ହୋଇଯାଇଛି ।


    ଅଷ୍ଟ୍ରେଲିଆର ଓପନର ଏଡ଼ୱାଡର଼୍ସ ୨୮ ରନ୍, ବ୍ରିଆଂଟ ୧୪ ରନ୍, ଜେଜେଏସ ସାଂଘା ୧୩ ରନ୍, ମେର୍ଲୋ ୭୬ ରନ୍, ଉପଲ ୩୪ ରନ୍, ମ୍ୟାକସ୍ୱିନ୍ୱି ୨୩ ରନ୍ ଓ ହୋଲଟ ୧୩ ରନ୍ କରିଥିଲେ  । ଅନ୍ୟ ଖେଳାଳୀମାନେ ଦୁଇ ଅଙ୍କ ଛୁଇଁ ପାରିନଥିଲେ  । 


    ଅପରପକ୍ଷରେ ଭାରତ ପକ୍ଷରୁ ଶିବମ୍ ମାଭି ୧ ୱିକେଟ୍ ହାସଲ କରିଥିବାବେଳେ ପୋରେଲ୍, ଶିବ ସିଂହ, ନଗରକୋଟି ଓ ଏସ ରାୟ ୨ଟି ଲେଖାଏଁ ୱିକେଟ୍ ହାସଲ କରିଛନ୍ତି  ।

    Maximum 500 characters

    ଖେଳ ଖବର View all

    Find Us on Facebook