Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ମୋଦିଙ୍କ ନିକଟରେ ନବୀନଙ୍କ ଦାବି : ଛତିଶଗଡ଼ କାର୍ଯ୍ୟ ବନ୍ଦ କରିବାକୁ ଦିଅନ୍ତୁ ନିଦେ୍ର୍ଧଶ

    Share on :
    Date: Feb 2, 2018    Views: 275

    ଭୁବନେଶ୍ୱର : ଟ୍ରିବୁନାଲ ଗଠନ ପର୍ଯ୍ୟନ୍ତ ଛତିଶଗଡ଼କୁ କାର୍ଯ୍ୟ ବନ୍ଦ କରିବାକୁ ନିଦେ୍ର୍ଧଶ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ପତ୍ରରେ ମୁଖ୍ୟମନ୍ତ୍ରୀ ଉଲ୍ଳେଖ କରିଛନ୍ତିଯେ,  ୧୯୫୬ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନର ଧାରା ୪(୧) ଅନୁଯାୟୀ ଟ୍ରିବୁନାଲ ଗଠନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିବାକୁ ଗତବର୍ଷ ନଭେମ୍ବର ୭, ନଭେମ୍ବର ୧୭ ଓ  ଡିସେମ୍ବର ୧୨ରେ ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ  ।


    ଅପରପକ୍ଷରେ ଓଡ଼ିଶା ସରକାରଙ୍କ ପକ୍ଷରୁ ମହାନଦୀ ଜଳ ବିବାଦ ନେଇ ଦାଏର ମାମଲାର ବିଚାର କରି ଗତ ଜାନୁଆରୀ ୨୩ରେ ସୁପ୍ରିମକୋର୍ଟ ମାସକ ମଧ୍ୟରେ ଆଇନ ଅନୁଯାୟୀ ଟ୍ରିବୁନାଲ ଗଠନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଧଶ ଦେଇସାରିଛନ୍ତି  । ସୁପ୍ରିମକୋର୍ଟଙ୍କ ଏହି ରାୟ ପ୍ରକାଶ ପାଇବା ପରେ ଓଡ଼ିଶାବାସୀ ଆଶ୍ୱସ୍ତ ହୋଇଥିଲେ  । ମହାନଦୀ ଉପରେ ଥିବା ସେମାନଙ୍କ ଅଧିକାରର ସୁରକ୍ଷା ହୋଇପାରିବ ବୋଲି ଓଡ଼ିଶାବାସୀ ଆଶା ରଖିଛନ୍ତି  । ଓଡ଼ିଶାର ୬୦% ଜନସାଧାରଣ  ପାନୀୟ ଜଳ ଓ ଜଳସେଚନ ପାଇଁ ମହାନଦୀ ଉପରେ ନିର୍ଭରଶୀଳ  । ସେହିପରି ଜୈବବିବିଧତା ଓ ପରିବେଶର ସୁରକ୍ଷା ପାଇଁ ମଧ୍ୟ ମହାନଦୀର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପତ୍ରରେ ଉଲ୍ଲେଖ କରିଛନ୍ତି  ।


    ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ରାୟକୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରନ୍ତୁ ବୋଲି ନବୀନ ଅନୁରୋଧ କରିଛନ୍ତି  । ଏତଦବ୍ୟତୀତ ଟ୍ରିବୁନାଲ ଗଠନ ହେବା ପର୍ଯ୍ୟନ୍ତ ସମ୍ବିଧାନର ଧାରା ୨୫୬ ଅନୁଯାୟୀ ଛତିଶଗଡ଼କୁ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିଦେ୍ର୍ଧଶ ଦେବାକୁ ମଧ୍ୟ ନବୀନ ଦାବି ଜଣାଇଛନ୍ତି  । ବିଶେଷକରି ମହାନଦୀର ଉପରମୁଣ୍ଡରେ ଚାଲିଥିବା ୬ ବ୍ୟାରେଜ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବାକୁ ସେ ଦାବି କରଛନ୍ତି  ।  

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook