Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଶ୍ରୀକାନ୍ତଙ୍କୁ ପରୋକ୍ଷରେ ଚକ୍ରାନ୍ତକାରୀ କହିଲେ ନବ ଦାସ

    Share on :
    Date: Feb 2, 2018    Views: 455

    ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ କିଏ ହେବ କଂଗ୍ରେସ ପ୍ରାର୍ଥୀ ? ଏନେଇ ଅଙ୍କ ଛିଣ୍ଡୁନଥିବାବେଳେ ପରୋକ୍ଷରେ ମୁହାଁମୁହିଁ ହୋଇଛନ୍ତି ଦୁଇ ବରିଷ୍ଠ କଂଗ୍ରେସ ନେତା  । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ବିଧାୟକ ନବ କିଶୋର ଦାସ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଛି  । ନିକଟରେ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିବା ପାଇଁ ଶ୍ରୀକାନ୍ତ ପିସିିସି ସଭାପତିଙ୍କୁ ପତ୍ର ଲେଖିବା ସହ ତାଙ୍କ ବ୍ୟତିରେକ ଆଉ ଯିଏ ପ୍ରାର୍ଥୀ ହେଲେ ଦଳ ପାଇଁ ଆତ୍ମଘାତୀ ହେବବୋଲି କହିଥିଲେ  । ଶ୍ରୀକାନ୍ତଙ୍କ ଏହି ପତ୍ରର ଉତର ନବ ଦାସ ରଖିଛନ୍ତି  । ସେ କହିଲେଯେ, ଏକଥା ଯିଏ କହୁଛନ୍ତି ସେ ଚକ୍ରାନ୍ତକାରୀ ହୋଇଥାଇପାରନ୍ତି  । ଆମେ ହାଇକମାଣ୍ଡଙ୍କ ନିକଟକୁ ଦୁଇଟି ନାଁ ପଠେଇଛୁ  । ହାଇକମାଣ୍ଡ ଯେଉଁ ନାଁରେ ମୋହର ମାରିବେ ସେ ହିଁ ପ୍ରାର୍ଥୀ ହେବେବୋଲି ନବ କହିଛନ୍ତି  ।


    ସୂଚନାଯୋଗ୍ୟଯେ, ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ପତ୍ର ଲେଖି ଶ୍ରୀକାନ୍ତ କହିଥିଲେଯେ, ବିଜେପୁରର ଦଳୀୟ ପ୍ରାର୍ଥୀ ଚୟନ ନେଇ ନବ ଦାସଙ୍କ ଆବାହକତ୍ୱରେ ଏକ କମିଟି ଗଠନ କରାଯାଇଥିଲା  । ଉକ୍ତ କମିଟିରେ କିଶୋର ଚନ୍ଦ୍ର ପଟେଲ, ପ୍ରକାଶ ଚନ୍ଦ୍ର ଦେବତା, ସାଧୁ ନେପାକ ଓ ଅନନ୍ତ ଶୟନ ପାଢ଼ୀ ସଭ୍ୟ ଥିଲେ  । ସେମାନେ ରିପୋର୍ଟ ଦେବା ପରେ କଂଗ୍ରେସ କାର୍ଯ୍ୟାଳୟକୁ ପଶ୍ଚିମ ଓଡ଼ିଶାର ନେତା ଓ ବିଜେପୁର କାର୍ଯ୍ୟକର୍ତାଙ୍କୁ ଡକାଇ ଆଲୋଚନା ହୋଇଥିଲା  । ସେମାନେ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିବା ପାଇଁ ମତ ଦେଇଥିଲେ  । ନିକଟରେ ଏଆଇସିସି ପକ୍ଷରୁ ହେମାନନ୍ଦ ବିଶ୍ୱାଳଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି  । ଶ୍ରୀ ବିଶ୍ୱାଳଙ୍କ କମିଟିରେ ଯେଉଁମାନେ ସଭ୍ୟ ରହିଛନ୍ତି ସେମାନେ ବି ପୂର୍ବ କମିଟିରେ ସଭ୍ୟ ଥିବାବେଳେ ପ୍ରଣୟ ସାହୁଙ୍କ ପ୍ରାର୍ଥୀତ୍ୱ ପ୍ରତି ସହମତି ହୋଇଥିଲେ  । ପ୍ରଣୟଙ୍କ ବିଜୟ ସମ୍ଭାବନା ଉଜ୍ଜ୍ୱଳ ଥିବାବେଳେ ତାଙ୍କ ବ୍ୟତିରେକ ଆଉ କିଏ ପ୍ରାର୍ଥୀ ହେଲେ ତାହା ଦଳ ପାଇଁ ଆତ୍ମଘାତୀ ହେବବୋଲି ଶ୍ରୀକାନ୍ତ ଉଲ୍ଲେଖ କରିଛନ୍ତି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook