Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କେବିକେକୁ ପୁଣି ନିରାଶ କରିଛନ୍ତି କେନ୍ଦ୍ର ସରକାର : ନବୀନ

    Share on :
    Date: Feb 2, 2018    Views: 135

    ଭୁବନେଶ୍ୱର : କେବିକେ ଓ ଅନ୍ୟାନ୍ୟ ଆଦିବାସୀ ଅଂଚଳ ପାଇଁ କେନ୍ଦ୍ର ସରକାର ପୁଣି ଉପେକ୍ଷା କରିଛନ୍ତି  । ସେହିପରି ଜଳସେଚନରେ ନାମମାତ୍ର ବୃଦ୍ଧି ନେଇ ମଧ୍ୟ ନବୀନ ଉଦବେଗ ପ୍ରକାଶ କରିଛନ୍ତି  । ଏତଦବ୍ୟତୀତ ଓଡ଼ିଶା ପାଇଁ ରେଳବାଇ ବଜେଟରେ ଯେତିକି ପ୍ରାବଧାନ କରାଯାଉଛି ତାହା ଖର୍ଚ୍ଚ ହେଉନଥିବାରୁ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ  ।


    ୨୦୧୮-୧୯ ବଜେଟ୍ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତିଯେ,  ଧାନର ଏମଏସପି ଉପôାଦନ ମୂଲ୍ୟର ଦେଢ଼ଗୁଣା କରିବା ପାଇଁ ବଜେଟ୍ରେ ଘୋଷଣା କରାଯାଇଛି  । ଏଥିପାଇଁ ତାଙ୍କ ସରକାର ପୂର୍ବରୁ ଦାବି କରି ଆସୁଛନ୍ତି  । ବଜେଟରେ ଏଭଳି ଘୋଷଣା କରି ତାଙ୍କ ସରକାରଙ୍କ ଦାବି ଗୃହୀତ ହୋଇଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି  । କିନ୍ତୁ ଫସଲ ଉପôାଦନର ଖର୍ଚ୍ଚ ବାସ୍ତବତା ଭିତିରେ ଆକଳନ କରିବା ପାଇଁ ସେ ଦାବି କରିଛନ୍ତି  । ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାକୁ ନବୀନ ସ୍ୱାଗତ କରିଥିବାବେଳେ ୧୦ କୋଟିର ଲକ୍ଷ୍ୟ ବଦଳରେ ଏହାକୁ ସାର୍ବଜନୀନ କରାଯାଇଥିଲେ ଭଲ ହେବ  । ଏଭଳି ପଦକ୍ଷେପ ନେଲେ ରାଜ୍ୟ ସରକାର ସମସ୍ତ ସହଯୋଗ ଦେବାକୁ ପ୍ରସ୍ତୁତ ବୋଲି ନବୀନ କହିଛନ୍ତି  । ମନରେଗା, ମଧ୍ୟାହ୍ନଭୋଜନ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ପିଏମଜିଏସୱାଇ ଭଳି ଯୋଜନାରେ ସ୍ୱଳ୍ପ ଅର୍ଥ ବ୍ୟୟବରାଦ ହୋଇଛି  । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥ ବରାଦ ହ୍ରାସ ପାଇଥିବାରୁ ସମସ୍ତଙ୍କୁ କିଭଳି ଗୃହ ଯୋଗାଇ ଦିଆଯାଇପାରିବ ସେନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି  । 


    ସେହିପରି ଓଡ଼ିଶା ସରକାର ରେଳ ବଜେଟରେ ୬୫୦୦ କୋଟି ଟଙ୍କାର ବ୍ୟୟବରାଦ ପାଇଁ ଦାବି କରିଥିଲେ  । କିନ୍ତୁ ଏଯାବତ ଓଡ଼ିଶାକୁ କେତେ ମିଳିବ ତାହା ସ୍ପଷ୍ଟ ହୋଇନାହିଁ  । ସେହିପରି ଗତ ଆର୍ଥିକ ବର୍ଷରେ ରେଳବଜେଟରେ ଓଡ଼ିଶା ପାଇଁ ଯେତିକି ବ୍ୟୟବରାଦ କରାଯାଇଥିବାବେଳେ ତାହାର ୬୦%ରୁ କମ୍ ଖର୍ଚ୍ଚ ହୋଇଛି  । ଯାହାକି ଚିନ୍ତାଜନକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook