Jul 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ବଜେଟ୍ ମୁଖ୍ୟାଂଶ : ଆଗାମୀ ଖରିଫ ଫସଲର ଏମଏସପି ଦେଢ଼ଗୁଣା କରିବାକୁ ନିଷ୍ପତି ନିଆଯାଇଛି

    Share on :
    Date: Feb 1, 2018    Views: 227

    ୧. ଦେଶର କୃଷି ଉପôାଦନ ରେକଡର଼୍ସ୍ତରରେ ପହଁଚିଛି  ।
    ୨. ସରକାର ଦେଢ଼ଗୁଣା ଏମଏସପି ଦେବା ପାଇଁ ସରକାର ସଂକଳ୍ପବଦ୍ଧ  । ରବି ଫସଲର ଖର୍ଚ୍ଚ ତୁଳନାରେ ଏମଏସପି ଦେଢ଼ଗୁଣା କରାଯାଇସାରିଛି  ।
    ୩. ଆଗାମୀ ଖରିଫ ଫସଲର ଏମଏସପି ଦେଢ଼ଗୁଣା କରିବାକୁ ନିଷ୍ପତି ନିଆଯାଇଛି  । ଯାହାଦ୍ୱାରା ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇପାରିବ  ।
    ୪. ଏମଏସପି ବଢ଼ାଇବା ପର୍ଯ୍ୟାପ୍ତ ନୁହେଁ  । ବରଂ ଏମଏସପିର ଲାଭ ଚାଷୀ ପାଇବା ଦରକାର  । ବଜାର ଦର ଯଦି ଏମଏସପି ଠାରୁ କମ୍ ହୁଏ ତେବେ ତେବେ ସରକାର ତାହାକୁ କିଣିବାର ବ୍ୟବସ୍ଥା କରିବା ଦରକାର  ।
    ୫. ୮୬% କ୍ଷୁଦ୍ର ଓ ନାମମାତ୍ର କୃଷକ  । ସେମାନେ ହୋଲସେଲ ବଜାରରେ ନିଜ ସାମଗ୍ରୀ ବିକ୍ରି କରିପାରୁନାହାନ୍ତି  । ଏଥିପାଇଁ ୨୨୦୦୦ ଗ୍ରାମୀଣ ବଜାର କରାଯାଇଛି  । ସେହିପରି ଏଗ୍ରି ମାର୍କେଟର ବିକାଶ ପାଇଁ ୨୦୦୦ କୋଟିର କର୍ପସ ପାଣ୍ଠି କରାଯାଇଛି  ।

    ୬. ପ୍ରଧାନମନ୍ତ୍ରୀ କୃଷି ସମ୍ପଦ ଯୋଜନା ପାଇଁ ୧୪୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି  । ଆଗ୍ରୋ ପ୍ରସେସିଂଗ ଉପରେ ଗୁରୁତ୍ୱାରୋପ କରାଯିବ  ।
    ୭. ୪୨ ମେଗାଫୁଡ଼୍ ପାର୍କ ଯୋଗୁଁ ଚାଷୀ ଲାଭବାନ ହେବେ  ।
    ୮. କିସାନ କ୍ରେଡ଼ିଟ କାଡର଼୍ ଦ୍ୱାରା ମତ୍ସ୍ୟ ଓ ଗୋଚାଷୀ ମଧ୍ୟ ଲାଭବାନ ହେବେ  ।
    ୯. ଜାତୀୟ ବାଉଁଶ ମିଶନ ପାଇଁ ୧୨ ଶହ କୋଟି ଟଙ୍କାର ପ୍ରାବଧାନ  ।

    ୧୦. ମତ୍ସ୍ୟ ଓ ପ୍ରାଣୀଧନ ଚାଷର ବିକାଶ ପାଇଁ ୧୦ ହଜାର କୋଟି ଟଙ୍କାର କର୍ପସ ପାଣ୍ଠି ଘୋଷଣା

    Maximum 500 characters

    ଅର୍ଥନୀତି View all

    Find Us on Facebook