May 27, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ସୁଧ ସହ ଜରିମାନା ନଦେଲେ ବ୍ୟାଜାପ୍ତ ହେବ ଖଣି ମାଲିକଙ୍କ ସମ୍ପତି

    Share on :
    Date: Jan 30, 2018    Views: 447


    ଭୁବନେଶ୍ୱର : ଖଣି ଲିଜଧାରୀଙ୍କ ସବୁ ଚାଲ ଫେଲ ମାରିଛି  । ବେଆଇନ ଭାବେ ଉତୋଳନ କରିଥିବା ଶହ ଶହ କୋଟି ଟଙ୍କାର ଖଣିଜ ପଦାର୍ଥ ପାଇଁ ସେମାନେ ଜରିମାନା ଦେବାକୁ ବାଧ୍ୟ  । ଆଇନ ଆଢ଼ୁଆଳରେ ସେମାନେ ଜରିମାନା ଫାଙ୍କିବାକୁ ଯେଉଁ ଅପଚେଷ୍ଟା କରିଥିଲେ ତାହା ସଫଳ ହୋଇପାରିନାହିଁ  । ଅଦାଲତରେ ରିହାତି ପାଇବା ପାଇଁ ଆଶା ରଖିଥିବାବେଳେ ମହରଗରୁ ଯାଇ କାନ୍ତାରରେ ପଡ଼ିଛନ୍ତି  । ସୁପ୍ରିମକୋର୍ଟ ସେମାନଙ୍କ ପ୍ରତି ଅଧିକ କଠୋର ହେବା ସହ ସୁଧ ସହ ଜରିମାନା ପଇଠ ନକଲେ ସମ୍ପତି ବ୍ୟାଜାପ୍ତ ମଧ୍ୟ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି  । ଖଣି ଜରିମାନା ସଂକ୍ରାନ୍ତୀୟ ମାମଲାର ଶୁଣାଣୀ କରି କୋର୍ଟ ଓଡ଼ିଶା ସରକାରଙ୍କୁ ଏଭଳି ନିଦେ୍ର୍ଧଶ ଦେଇଛନ୍ତି  ।


    ସୂଚନାଯୋଗ୍ୟଯେ, ଡିସେମ୍ବର ୩୧ ସୁଦ୍ଧା ଶତ ପ୍ରତିଶତ ଜରିମାନା ପଇଠ ପାଇଁ କୋର୍ଟ ନିଦେ୍ର୍ଧଶ ଦେଇଥିଲେ  । କୋର୍ଟଙ୍କ ନିଦେ୍ର୍ଧଶ ଆଧାରରେ ରାଜ୍ୟ ସରକାର ଖଣି ମାଲିକମାନଙ୍କୁ ନୋଟିସ୍ ଦେଇଥିଲେ  । ତେବେ ଆଇନ ଉଲ୍ଲଂଘନ କରିଥିବା ରାଜ୍ୟର ୧୩୧ ଖଣି ଲିଜଧାରୀଙ୍କ ମଧ୍ୟରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ୭୩ଟି ଖଣି ଲିଜଧାରୀ ଜରିମାନା ଅର୍ଥ ପଇଠ କରିଥିଲେ  । ରାଜ୍ୟ ସରକାର ସେମାନଙ୍କ ଉପରେ ମୋଟ୍ ୧୭୫୭୬ କୋଟି ଟଙ୍କା ଜରିମାନା ଆଦାୟ କରିବାକୁ ନୋଟିସ୍ ଦେଇଥିବାବେଳେ ୮୨୨୩ କୋଟି ଟଙ୍କା ଆଦାୟ ହୋଇପାରିଥିଲା  । 


    ଜରିମାନା ଦେଇଥିବା ୭୩ ଖଣି ମଧ୍ୟରୁ ୩୦ଟି ଖଣି ଅଚଳ ଥିବାବେଳେ ୪୩ଟି ଖଣି ଚାଲୁ ରହିଥିଲା  । ସେହିପରି ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ଆଧାରରେ ଜରିମାନା ଦେଇନଥିବା ଖଣି ଲିଜଧାରୀଙ୍କ ଖଣିକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା  । ୪୬ ଲୁହାପଥର ଖଣି, ୮ ମାଙ୍ଗାନିଜ ଖଣି ଲିଜଧାରୀ ଜରିମାନା ଦେଇନଥିବାରୁ ସେମାନଙ୍କ ଖଣି ବନ୍ଦ କରିଦିଆଯାଇଥିଲା  । ଫଳରେ ଖଣି ଉପôାଦନ ଠପ ହୋଇଯାଇଥିବାବେଳେ ଅନେକ ନିଯୁକ୍ତି ହରାଇଥିବା ଦେଖିବାକୁ ମିଳିଥିଲା  ।


    ତେବେ ସେତେବେଳେ ଏନେଇ ପୂର୍ବାଂଚଳ ଜୋନାଲ ମାଇନିଂ ସଂଘର ନେତା ପ୍ରବୋଧ ମହାନ୍ତି କହିଥିଲେଯେ, ଗତ ସାତ ଆଠ ବର୍ଷ ମଧ୍ୟରେ ଅନେକ ଖଣି ବନ୍ଦ ହୋଇଯାଇଛି  । ଖଣି ଲିଜଧାରୀମାନେ ଜରିମାନା ପ୍ରଦାନ ସ୍ଥିତିରେ ନାହାନ୍ତି  । ତେଣୁ ସୁପ୍ରିମକୋର୍ଟ ସେମାନଙ୍କ ଦାବିକୁ ଗ୍ରହଣ କରିବେ ବୋଲି ଆଶା କରିଥିଲେ  । ତେବେ ସୁପ୍ରିମକୋର୍ଟରେ ସେମାନେ ନିରାଶ ହେବାକୁ ବାଧ୍ୟ ହୋଇଛନ୍ତି  ।

    Maximum 500 characters

    ଅର୍ଥନୀତି View all

    Find Us on Facebook