Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଜିଡ଼ିପି ଅଭିବୃଦ୍ଧି ୬.୭୫%, ତୈଳ ଦର ବୃଦ୍ଧି ଉଦବେଗଜନକ

    Share on :
    Date: Jan 29, 2018    Views: 313

    ନୂଆଦିଲ୍ଲୀ : ସଂସଦରେ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି  । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ରିପୋର୍ଟ ଉପସ୍ଥାପିତ କରିଛନ୍ତି  । ଅନ୍ତର୍ଜାତୀୟ ଅର୍ଥନୈତିକ ଅଭିବୃଦ୍ଧି ତୁଳନାରେ ଭାରତର ଜିଡ଼ିପି ଅଭିବୃଦ୍ଧି ଅଧିକ ରହିଛି  । ସେହିପରି ବିକାଶଶୀଳ ଅର୍ଥନୀତି ତୁଳନାରେ ବି ଭାରତର ଅର୍ଥନୀତି ଉତମ ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି  ।
    ଅର୍ଥନୈତିକ ସର୍ଭେ ରିପୋର୍ଟର କିଛି ଝଲକ :
    ୧ . ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶର ଜିଡ଼ିପି ଅଭିବୃଦ୍ଧି ୬.୭୫% ରହିଥିବାବେଳେ ୨୦୧୮-୧୯ରେ ତାହା ୭ରୁ ୭.୫%କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି  । ଗତବର୍ଷ ଅଗଷ୍ଟରେ ଉପସ୍ଥାପିତ ମିଡ଼ ଟର୍ମ ଇକୋନୋମିକ ସର୍ଭେ ରିପୋର୍ଟରେ ଜିଡ଼ିପି ଅଭିବୃଦ୍ଧି ୬.୫% ହେବବୋଲି ଆକଳନ କରାଯାଇଥିଲା  । 
    ୨ . ତୈଳ ଦର ବୃଦ୍ଧି ଉଦବେଗଜନକ
    ୩ . ନିର୍ମାଣ ଅଭିବୃଦ୍ଧି ୮% ଛୁଇଁବ
    ୪ . ଆସନ୍ତା ବର୍ଷ ଖାଉଟି ଚାହିଦା ବୃଦ୍ଧି ପାଇବ
    ୫ . କୃଷି ଅଭିବୃଦ୍ଧି ୨.୧% ରହିବ 
    ୬ . ବିମୁଦ୍ରୀକରଣ ପରେ ୧୮ ଲକ୍ଷ ନୂତନ ଟିକସ ଦାତା ସୃଷ୍ଟି ହୋଇଥିବାବେଳେ ଜିଏସଟି ପାଇଁ ପରୋକ୍ଷ ଟିକସଦାତାଙ୍କ ସଂଖ୍ୟା ୫୦% ବୃଦ୍ଧି ପାଇଛି  ।
    ୭ . ପୋଷାକ ପ୍ରୋତ୍ସାହନ ପ୍ୟାକେଜ ପାଇଁ ରେଡ଼ିମେଡ଼ ଗାର୍ମେଂଟସ ରପ୍ତାନୀ ବୃଦ୍ଧି ପାଇଛି  ।
    ୮ . ବିଭିନ୍ନ ରାଜ୍ୟ ଓ ସ୍ଥାନୀୟ ନିକାୟ ସଂସ୍ଥାର ପ୍ରତ୍ୟେକ୍ଷ ଟିକସ ଅନ୍ୟ ସଂଘୀୟ ରାଷ୍ଟ୍ର ତୁଳନାରେ ବହୁତ କମ୍ ରହିଛି  ।
    ୯. ପ୍ରତିକୂଳ ଜଳବାୟୂ ପାଇଁ କୃଷି ଉପôାଦନ ବହୁଳ ଭାବେ ପ୍ରଭାବିତ ହୋଇଛି  ।

    Maximum 500 characters

    ଅର୍ଥନୀତି View all

    Find Us on Facebook