Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆତଙ୍କିତ ହୁଅନ୍ତୁନି, ସାମାଜିକ ଦୂରତା ଅବଲମ୍ବନ ନକଲେ ଜିରୋ ଟୋଲେରାନ୍ସ :CMO

ଓଡ଼ିଶାରେ ପୁଣି 16ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସମସ୍ତେ ଭୁବନେଶ୍ୱର ଅଂଚଳର ,ମୋଟ ହେଲା 39

14ରେ ନିଆଯିବ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି: ପିଟିଆଇ ସୂତ୍ରରୁ ପ୍ରକାଶ

ସୁନ୍ଦରପଦା ଅଂଚଳକୁ ସିଲ କଲା ବିଏମସି

ଭୁବନେଶ୍ୱରରେ ଆଉ 2 ପଜିଟିଭ ଚିହ୍ନଟ. ମୋଟ ହେଲା 23

ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ.8ରେ ସଟ ଡାଉନ ଉଠିବ, ଗହଳି କରିବେନି : ମୁଖ୍ୟ ଶାସନ ସଚିବ

ଭାରତରେ କରୋନା ମୃତ୍ୟୁ ସଂଖ୍ୟା 79କୁ ବୃଦ୍ଧି

କଳାହାଣ୍ଡି କରୋନା ଆକ୍ରାନ୍ତଙ୍କ ଗାଁ ସିଲ

କଟକ କେଶବପୁରରେ ପୁଲିସ ଉପରକୁ ଢେଲା ପଥର ମାଡ

banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ଆମେ ତ ଓଡିଆ , ଭାରି ବଢ଼ିଆ

    Share on :
    ajab-Image
    Date: Jan 27, 2018    Views: 6730

     

    ଆମେ ତ ଓଡିଆ ଭାରି ତ ବଢିଆ

    ଆମ ପରି କିଏ ହେବରେ?

    ଗଙ୍ଗଠାରୁ ଗୋଦାବରୀ ଜୟକରିଥିଲୁ

    ସେ ଦିନ କୁଆଡେ ଗଲାରେ । ।୦ । ।

    ମଗଧର ରାଜା ସମ୍ରାଟ ଅଶୋକ

    ଚଣ୍ଡାଶୋକ ଦିନେ ଥିଲାରେ ।

    ଆମେ ତ ଓଡିଆ ବୁଦ୍ଧି  ଶିଖାଇଲୁ

    ଧର୍ମାଶୋକ ସିଏ ହେଲାରେ । ।୧ । ।

    ଆମ ଏ ଓଡିଆ ସାଧବ ପୁଅଟା

    ବିଦେଶେ ବଣିଜେ ଗଲେରେ

    ବୋହି ଆଣୁଥିଲେ କେତେ ଯେ ସଂପଦ

    ତାହା ତୁଲେ କିଏ ଥିଲେ ରେ? । ।୨ । ।

    ବି୍ରଟିଶ ସାମ୍ରାଜ୍ୟ କରି କେତେ ଯୁଦ୍ଧ

    ଶେଷେ ଅଧିନକୁ ନେଲାରେ

    ସାହସ କଲାନି ପାଖେ ରଖିବାକୁ

    ଆଗେ ସ୍ୱାଧୀନତା ଦେଲାରେ । ।୩ । ।

    ଏ ମାଟିରେ ଆମ କେତେ ସୁରବୀର

    ଅତୀତେ ଜନମୀ ଥିଲେରେ

    ବକ୍ସି ଜଗବନ୍ଧୁ ଚାଖୀ ଖୁଣ୍ଟିଆ

    ଜୟୀରାଜଗୁୁରୁ, ବିର୍ସା ମୁଣ୍ଡାରେ । ।୪ । ।

    ମଧୁବାରିଷ୍ଟର ରାମଚନ୍ଦ୍ର ଭଞ୍ଜ

    ଗୋପବନ୍ଧୁ, ସୁବାଷ ବୋଷରେ ।

    ବିଜୁ ଖାରବେଳ ଆଦି କେତେ ଜଣ

    ନାଆଁ ରଖି ଦେଇ ଗଲେରେ । ।୫ । ।

    ପଠାଣି ସାମନ୍ତ ସିଦ୍ଧାନ୍ତ ଦର୍ପଣେ

    ଯୁଗେଯୁଗେ ରହିଥିବରେ ।

    ବାଳୁତ ଆମର ଧରମା, ବାଜିଆ

    ଇତିହାସ ରଚି ଗଲେରେ । ।୬ । ।

    କୋଣାର୍କ, ଶ୍ରୀକ୍ଷେତ୍ର ଖଣ୍ଡଗିରି ପରା

    ସବୁ କଥା ଆମ କହଇ ।

    ଏମିତି ମାଟିର ସନ୍ତାନ ହୋଇ ତୁ

    ଏତେ ଭିରୁ କହ କିମ୍ପାଇ? । ।୭ । ।

                              ଶରତ ସାହୁ

    ପଥରଚକଡା, କଣ୍ଟିଲୋ, ନୟାଗଡ

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook