Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ଗରିବ କବିଙ୍କୁ ପୁରସ୍କୃତ

    Share on :
    ajab-Image
    Date: Jan 27, 2018    Views: 6844

     ଥରେ ଜଣେ ଗରିବ ଲୋକ ଏକ ଲୋକଗୀତ ଲେଖିଥିଲା ଓ ରାଜାଙ୍କ ପାଖକୁ ଯିବାକୁ ଚାହିଁଥିଲା ତାହା ଶୁଣାଇବା ପାଇଁ । ଏହି ଉଦେ୍ଧଶ୍ୟରେ ସେ ରାଜପ୍ରାସାଦ ଅଭିମୁଖେ ଯାତ୍ରାକଲା । ରାଜ ଅଦାଲତରେ (ଦରବାର) ଏକ ଜଗୁଆଳି ଥାଏ । ଜଗୁଆଳିଟିକୁ ଗରିବ ଲୋକ ତା’ର ଅଭିପ୍ରାୟ ଜଣାଇଲା । ଜଗୁଆଳିଟି ଗରିବ ଲୋକଟି ପାଇଁ   ଗୋଟିଏ ସର୍ତ୍ତ ରଖିଲା ।   ତାହା ଥିଲା ରାଜାଙ୍କ ଠାରୁ ସେ ଯେଉଁ ପାରିଶ୍ରମିକ ପାଇବ ତା’ର ଶତକଡ଼ା ୫୦ ଭାଗ ଜଗୁଆଳିକୁ ଦେବ । ଗରିବ ଲୋକଟି ଏହି ସର୍ତ୍ତରେ ରାଜି ହେଲା । ତା’ପରେ ଅନ୍ୟଏକ ଦ୍ୱାରଦେଶରେ ଥିଲେ ଗାଡର଼୍ ମୁଖ୍ୟ ଓ ମନ୍ତ୍ରୀ, ସେମାନେ ମାଗିଲେ ୨୫ ପ୍ରତିଶତ । ପରିଶେଷରେ ଗରିବ ଲୋକ ରାଜାଙ୍କ ନିକଟରେ ପହଞ୍ଚôଲା । ସେ ତାଙ୍କ ଗୀତ ରାଜାଙ୍କୁ ଶୁଣାଇଲେ ଓ ରାଜା ଅତି ପ୍ରସନ୍ନ ହୋଇଗଲେ ।  ଗୀତ ଗାନ କରିଥିବା ଏହି  ଗରିବଟିକୁ ଏକଶତ ମୁଦ୍ରା ଦେବାପାଇଁ ସେ ଆଦେଶ ଦେଲୋ କିନ୍ତୁ ଏହି ଗରିବ କବି ସ୍ୱର୍ଣ୍ଣ ମୁଦ୍ରା ଗ୍ରହଣ କରିବା ପାଇଁ ଅସ୍ୱୀକାର କରି ରାଜାଙ୍କୁ ଅନୁରେଧ କଲେ ଯେ ତାଙ୍କୁ ୧୦୦ଟି ଚାବୁକ ମାଡ଼ ଦିଆଯାଉ । ରାଜା ଚକିତ ଓ ଆଶ୍ଚର୍ଯ୍ୟାନ୍ୱିତ ହେଇଗଲେ ଓ ଏଭଳି ଅଦ୍ଭୁତ ପୁରସ୍କାରର କାରଣ ସମ୍ପର୍କରେ ପ୍ରଶ୍ନ କଲେ । ଗରିବ କବି ପ୍ରଥମେ ନିରବ ହେଲେ, କିନ୍ତୁ ରାଜା କାରଣ ସମ୍ପର୍କରେ ଅନିସନ୍ଧିତ୍ସୁ ହେବା ଯୋଗୁ ସତ୍ୟ ଉନ୍ମୋଚନ କଲେ ।
    କବି ଗାଡର଼୍, ମୁଖ୍ୟ ଗାଡର଼୍ ଓ ମନ୍ତ୍ରୀଙ୍କୁ ଦେଇଥିବା ପ୍ରତିଶ୍ରୁତି କଥା ବର୍ଣ୍ଣନା କଲେ । ରାଜା ମାନସିକ ଭାବେ ଆତଙ୍କିତ ହୋଇଗଲେ ଯେ ତାଙ୍କ ପ୍ରତ୍ୟକ୍ଷ ସେବାରେ ଥିବା କର୍ମଚାରୀମାନେ ଏତେ ଭ୍ରଷ୍ଟାଚାରୀ । ସେ ସେମାନଙ୍କୁ ଦଣ୍ଡ ଦେଲେ ଓ ଗରିବ କବିଙ୍କୁ ପୁରସ୍କୃତ କଲେ ।  

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook