Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ବୁଦ୍ଧି ଅଟଇ ଶ୍ରେଷ୍ଠ ବଳ

    Share on :
    Date: Jan 27, 2018    Views: 199

     

    ବୁଦ୍ଧି ଅଟଇ ଶ୍ରେଷ୍ଠ ବଳ

    ଜଗତ ବୁଦ୍ଧିରୁ ବାହାର
    ବୁଦ୍ଧିର ବଳେ ଗରୀୟାନ
    ହୋଇଛି ମାନବ ମହାନ ।ା
    କହିବା ବୁଦ୍ଧିର ପ୍ରକାର
    ବୁଦ୍ଧିର ଅଛି ଦୁଇସ୍ତର
    ଭଲ ବୁଦ୍ଧିରେ ଯଶ ହୁଏ 
    ମନ୍ଦରେ ପ୍ରାଣନାଶ ଯାଏ ।ା
    ସାହସ ବିଦ୍ୟା ଉଦାରତା
    କ୍ଷମା ନିର୍ଲୋଭ କୋମଳତା
    ବିନୟ ଉପକାର ଭାବ
    ଧୈର୍ଯ୍ୟ କରୁଣା ଧର୍ମଭାବ ।ା
    ଏସବୁ ଭଲ ଗୁଣେ ଲେଖା
    ଭଲ ଲୋକରେ ଯାଏ ଦେଖା 
    ମିଥ୍ୟା ଅଳସ ନିଷ୍ଠୁରତା
    ଈର୍ଷା ପରଶ୍ରୀକାତରତା ।ା
    ଭଲ ମନ୍ଦର ଭେଦାଭେଦ
    ହେଜହେ ଶିଶୁମାନେ ହୃଦ
    ସୂର୍ଯ୍ୟ ଯେସନେ ରଶ୍ମି ଜାଳେ
    ଶୋଷଇ ନର୍ଦ୍ଧମାର ଜଳେ ।ା
    ନୀରକୁ ଗ୍ରହଣ କରଇ
    ମଇଳା ସବୁ ଛାଡ଼ିଦେଇ
    ତେସନେ ଭଲ ବାଛି ନିଅ
    ମନ୍ଦ ଗୁଣକୁ ଛାଡ଼ିଦିଅ ।ା
    ରାଜକିଶୋର ରାଜ
    ଝାଞ୍ଜିରୀମଙ୍ଗଳା, କଟକ

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook