May 27, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆପଣଙ୍କ ମତ

ମୁଖ୍ୟ ଖବର

    ରାଜ୍ୟର ସ୍ୱାସ୍ଥ୍ୟ ସ୍ଥିତି ଓ ସରକାରଙ୍କ ପାଇଁ ଆହ୍ୱାନ

    Share on :
    Date: Jan 24, 2018    Views: 537

    ଉମାକାନ୍ତ ପାତ୍ର
    ଥାଲକୁଡି, ମଙ୍ଗଳପୁର, ଯାଜପୁର, 
    9439750175

    ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍.ଡି.ଜି)କୁ ନଜରରେ ରଖି ଜନ ସ୍ୱାସ୍ଥ୍ୟରେ ସୁଧାର ଆଣିବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ନୀତି-୨୦୧୭ କେନ୍ଦ୍ର ସରକାର ପ୍ରସ୍ତୁତ କରିଛନ୍ତି । ଏଠାରେ ପ୍ରଶ୍ନ ଉଠେ, ଏହି ଲକ୍ଷ୍ୟ ହାସଲ ପାଇଁ ଆମ ରାଜ୍ୟ ସରକାର କେତେ ପ୍ରସ୍ତୁତ? ଆମ ରାଜ୍ୟର ସ୍ୱାସ୍ଥ୍ୟ ସମ୍ପର୍କିତ ସ୍ଥିତି କ’ଣ ରହିଛି? ଉକ୍ତ ଲକ୍ଷ୍ୟ ହାସଲ କରିବା ପାଇଁ ଆମ ସରକାରଙ୍କ ପାଇଁ କ’ଣ ଆହ୍ୱାନ ରହିଛି ଆଦି ବିଷୟରେ ଆଲୋକପାତ କରିବାର ବେଳ ଆଜି ଉପନୀତ । ସବୁ ବୟସ ଓ ବର୍ଗର ବିଶ୍ୱବାସୀ ଏକ ସୁସ୍ଥ ଜୀବନଶୈଳୀକୁ ସୁନିଶ୍ଚିତ କରିବା ନିରନ୍ତର ବିକାଶ ଲକ୍ଷ୍ୟ- ୩ରେ ଧାର୍ଯ୍ୟ କରାଯାଇଛି । ୨୦୩୦ ମସିହା ସୁଦ୍ଧା ଏହି ଲକ୍ଷ୍ୟ ଅଧିନରେ ଅପ୍ରାପ୍ତ ବୟସ ଅଣ-ସଂକ୍ରମିତ ରୋଗ ମୃତୁ୍ୟହାର କମାଇବା, ନିଶାଦ୍ରବ୍ୟର ବ୍ୟବହାର ରୋକିବା ଓ ଏହା ଦ୍ୱାରା ବ୍ୟାପୁଥିବା ରୋଗଗୁଡିକର ଚିକିସôା ବ୍ୟବସ୍ଥାରେ ଉନ୍ନତି ଆଣିବା, ସମସ୍ତ ଜନସାଧାରଣଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବା, ମାତୃ ମୃତୁ୍ୟହାର ଓ ଶିଶୁ ମୃତୁ୍ୟହାର ରୋକିବା, ବିଶ୍ୱରୁ ଏଚ୍.ଆଇ.ଭି. ସଂକ୍ରମଣକୁ ସମ୍ପୂର୍ଣ୍ଣ ପ୍ରତିହତ କରିବା ଭଳି କେତେକ ଦୀର୍ଘ ସୂତ୍ରୀ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ସ୍ୱାସ୍ଥ୍ୟ ସ୍ଥିତି ସମ୍ପର୍କିତ ତଥ୍ୟାବଳୀକୁ ଅନୁଶୀଳନ କଲେ ଜଣାଯାଏ ଯେ, ଆମ ରାଜ୍ୟର ସ୍ୱାସ୍ଥ୍ୟ ସ୍ଥିତି ଅନେକ ଉଦ୍ବେଗଜନକ ଏବଂ ଏସ୍.ଡି.ଜି. ଓ ଜାତୀୟ ସ୍ୱାସ୍ଥ୍ୟ ନୀତି- ୨୦୧୭ର ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ସରକାରଙ୍କ ପାଇଁ ଅନେକ ଆହ୍ୱାନ ରହିଛି ।

    ସାର୍ବଜନୀନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମହିଳା ଓ ଶିଶୁ ସ୍ୱାସ୍ଥ୍ୟ ଅନେକ ଗୁରୁତ୍ୱ ବହନ କରେ । ନିତି ଆୟୋଗଙ୍କ ତଥ୍ୟ ଅନୁସାରେ ଆମ ରାଜ୍ୟରେ ପ୍ରତି ଏକ ଲକ୍ଷ ଜନ୍ମିତ ଶିଶୁଙ୍କ କ୍ଷେତ୍ରରେ ମାତୃ ମୃତୁ୍ୟ ଅନୁପାତ ୨୨୨ ଥିବା ବେଳେ ଜାତୀୟ ହାର ୧୬୭ ରହିଛି ଏବଂ ଓଡିଶା ଦେଶର ଚତୁର୍ଥ ସର୍ବାଧିକ ରାଜ୍ୟ ଭାବେ ଏକ ଅଲୋଡା କିର୍ତ୍ତୀ ସ୍ଥାପନ କରିଛି । ଜାତୀୟ ସ୍ୱାସ୍ଥ୍ୟ ୨୦୧୭ ନୀତିରେ ଏହି ଅନୁପାତକୁ ୨୦୨୦ ମସିହା ସୁଦ୍ଧା ୧୦୦କୁ କମାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଯାହାକି ହାସଲ କରିବା ଓଡିଶା କ୍ଷେତ୍ରରେ କାଠିକର ପାଠ, କାରଣ ଆମ ରାଜ୍ୟର ୧୮ଟି ଆଦୀବାସୀ ବହୁଳ ଜିଲ୍ଲାଗୁଡିକରେ ଏବେ ବି ଅନେକ ଗ୍ରାମ ରହିଛି ଯେଉଁଠି ସ୍ୱାସ୍ଥ୍ୟ ସେବା ଅପହଞ୍ଚ ଏବଂ ଆଦିବାସୀ ବହୁଳ ଅଞ୍ଚଳରେ ଥିବା କୁସଂସ୍କାର ଓ ଅନ୍ଧବିଶ୍ୱାସ ଏବେ ବି ମହାମେରୁ ଭଳି ଛିଡା ହୋଇଛି । ଜନଗଣନା ୨୦୧୧ ତଥ୍ୟାନୁସାରେ ଓଡିଶାରେ ୨୦ ରୁ ୨୪ ବର୍ଷ ବୟସ୍କ ପ୍ରତି ଶହେ ଜଣ ବିବାହିତ ମହିଳାମାନଙ୍କ ଭିତରୁ ୨୧ ଜଣ ୧୮ ବର୍ଷରୁ କମ୍‍ ବୟସରେ ବିବାହ କରୁଛନ୍ତି; ଯାହା ଦ୍ୱାରା ସେମାନେ କମ୍‍ ବୟସରେ ଗର୍ଭବତୀ ହେଉଛନ୍ତି ଏବଂ ୧୫ ରୁ ୪୯ ବର୍ଷ ବୟସର ମହିଳାମାନଙ୍କ ମଧ୍ୟରେ ଶତକଡା ୭୯ ଭାଗ ରକ୍ତହୀନତାର ଶୀକାର ଅଟନ୍ତି । ଓଡିଶାର ଶତକଡା ୪୩ ପ୍ରତିଶତ ଦମ୍ପତ୍ତି କୌଣସି ଗର୍ଭ ନିରୋଧକ ପଦ୍ଧତି ଆପଣାଇ ନ’ଥାନ୍ତି । ମାତ୍ର ୨୩.୧ ପ୍ରତିଶତ ଗର୍ଭବତୀ ମହିଳା ଗର୍ଭାବସ୍ଥାରେ ସର୍ବନିମ୍ନ ଚାରି ଥର ସ୍ୱାସ୍ଥ୍ୟ ପରୀକ୍ଷା, ଦୁଇଟି ଟି.ଟି. ଇନ୍ଜେକ୍ସନ୍ ସହ ୧୦୦ଟି ଆଇରନ୍ ଫଲିକ୍ ବଟିକା ଗ୍ରହଣ କରୁଛନ୍ତି । ସେହିପରି ରାଜ୍ୟର ମୋଟ ୭୩.୩ ପ୍ରତିଶତ ମହିଳା ପ୍ରସବ ପରବର୍ତ୍ତୀ ଚିକିସôା ସୁବିଧା କୌଣସି ଡାକ୍ତର କିମ୍ବା ନର୍ସଙ୍କ ପାଖରୁ ପାଇପାରୁଛନ୍ତି । ସୁରକ୍ଷିତ ମାତୃତ୍ୱକୁ ଦୃଷ୍ଟିରେ ରଖି ଜନନୀ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ରାଜ୍ୟରେ ମାତ୍ର ୭୨.୬ ପ୍ରତିଶତ ମହିଳା ଏହି ଯୋଜନାରୁ ସୁଫଳ ପାଉଛନ୍ତି ଏବଂ ଏବେ ବି ପ୍ରାୟ ୧୫ ପ୍ରତିଶତ ପ୍ରସବ ଘରେ ହେଉଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କମ୍‍ ବୟସରେ ବିବାହ, ଘରେ ପ୍ରସବ, ଦୁଇଟି ସନ୍ତାନ ମଧ୍ୟରେ ବ୍ୟବଧାନ ନ ରହିବା, ଶୀଘ୍ର ତଥା ବାରମ୍ବାର ଗର୍ଭଧାରଣ, ରକ୍ତହୀନାତର ଶୀକାର ଇତ୍ୟାଦି ଶିଶୁ ମୃତୁ୍ୟହାର, ମାତୃ ମୃତୁ୍ୟହାର ଓ କମ୍‍ ଓଜନର ଶିଶୁ ଜନ୍ମ ଆଦିର ମୂଳ କାରଣ ।

    ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୪ ତଥ୍ୟାନୁସାରେ, ଓଡିଶାରେ ପ୍ରତି ୧୦୦୦ ଜୀବିତ ଶିଶୁଙ୍କ ମଧ୍ୟରୁ ନିଜର ପ୍ରଥମ ଜନ୍ମ ଦିନ ପୂର୍ବରୁ ୪୦ ଜଣ ଓ ପାଞ୍ଚ ବର୍ଷରୁ କମ୍ ବୟସର ୪୯ ଜଣ ଶିଶୁ ବିଭିନ୍ନ ସଂକ୍ରମଣ ଜନିତ କାରଣରୁ ମୃତୁ୍ୟ ବରଣ କରୁଛନ୍ତି । ଦେଶର ମୋଟ ରାଜ୍ୟ ଭିତରୁ ଓଡିଶା ସମେତ ୨୩ଟି ରାଜ୍ୟର ଶିଶୁ ମୃତୁ୍ୟ ହାର ଜାତୀୟ ହାର ଠାରୁ କମ୍‍ରେ ରହିଛି । ଜାତୀୟ ସ୍ୱାସ୍ଥ୍ୟ ନୀତିରେ ୨୦୧୯ ମସିହା ସୁଦ୍ଧା ଶିଶୁ ମୃତୁ୍ୟହାର ୨୮କୁ ଏବଂ ୨୦୨୫ ସୁଦ୍ଧା ପାଞ୍ଚ ବର୍ଷରୁ କମ୍‍ ବୟସର ଶିଶୁ ମୃତୁ୍ୟହାର ୨୩କୁ କମାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିରେ ସୂଚନା ଯୋଗ୍ୟ ଯେ, ଜାତୀୟ ହାର ଠାରୁ ଶିଶୁ ମୃତୁ୍ୟହାରରେ ଭଲ ସ୍ଥିତିରେ ଥିବା ୨୩ଟି ରାଜ୍ୟ ମଧ୍ୟରୁ ୧୨ଟି ରାଜ୍ୟ ୨୦୧୭ ମସିହା ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରି ସାରିଛନ୍ତି । ବଳକା ୧୧ଟି ରାଜ୍ୟ ମଧ୍ୟରୁ ଚାରିଗୋଟି ରାଜ୍ୟର ପରିସଂଖ୍ୟନ ଧାର୍ଯ୍ୟ ଲକ୍ଷ୍ୟର ଖୁବ୍‍ ନିକଟତର ଅଛନ୍ତି । ଓଡିଶା ଜାତୀୟ ହାର ଠାରୁ ସାମାନ୍ୟ ତଳେ ରହିଛି; ମାତ୍ର ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ନିମନ୍ତେ ଓଡିଶା ପାଇଁ ନିହାତି ଭାବେ ଏକ ଆହ୍ୱାନର ବିଷୟ । ରାଜ୍ୟର ମାତ୍ର ୭୮.୬ ପ୍ରତିଶତ ୧୨ ରୁ ୨୩ ମାସ ମଧ୍ୟରେ ବି.ସି.ଜି., ମିଳିମିଳା, ପୋଲିଓ ଏବଂ ଡି.ପି.ଟି.ର ତିନୋଟି ମାତ୍ର ପାଉଛନ୍ତି । ଶିଶୁ ଜନ୍ମରୁ ଛଅ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଏବଂ ଛଅ ମାସ ପରେ ଅର୍ଦ୍ଧ ତରଳ ପରିପୂରକ ଖାଦ୍ୟ ଶିଶୁର ଶାରୀରିକ, ମାନସିକ ବିକାଶର ମୂଳ ମନ୍ତ୍ର ହୋଇଥିବା ବେଳେ ରାଜ୍ୟର ମୋଟ ୬୫.୬ ପ୍ରତିଶତ ଶିଶୁ ଛଅ ମାସ ମଧ୍ୟରେ କେବଳ ମା’ କ୍ଷୀର ଖାଉଛନ୍ତି । ୬ ରୁ ୨୩ ମାସ ମଧ୍ୟରେ ମାତ୍ର ୯ ପ୍ରତିଶତ ଶିଶୁ ସମ୍ପର୍ଣ୍ଣ ପରିପୂରକ ଖାଦ୍ୟ ପାଇପାରୁଛନ୍ତି । ତେବେ ଆଦିବାସୀ ଅଧ୍ୟୁଷିତ ତଥା ସ୍ୱାସ୍ଥ୍ୟ ସେବା ଅପହଞ୍ଚ ଇଲାକାରେ ଏହି ଚିତ୍ର ଆହୁରି ଉଦ୍ବେଗଜନକ ଏବଂ ଶିଶୁ ମୃତୁ୍ୟ ହାରକୁ ରୋକିବା ପାଇଁ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବାକୁ ଆହୁରି ଗୁଣାତ୍ମକ ମାନର କରିବା ସହ ଟୀକାକରଣ, ଆନୁଷ୍ଠାନିକ ପ୍ରସବ, ଛଅ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ସ୍ତନ୍ୟପାନ ଏବଂ ଦୁଇ ବର୍ଷ ପର୍ଯ୍ୟନ୍ତ ଶିଶୁକୁ ମା’ କ୍ଷୀର ସହ ପରିପରୂକ ଖାଦ୍ୟ ଆଦି ଦିଗଗୁଡିକୁ ଧ୍ୟାନ ଦିଆଯିବା ଦରକାର ।

    ସେହିପରି ଅପ୍ରାପ୍ତ ବୟସ୍କମାନଙ୍କ ମଧ୍ୟରେ ଅଣ-ସଂକ୍ରମିତ ରୋଗ ମୃତୁ୍ୟହାର ଏକ ତୃତୀୟାଂଶ କମାଇବା ପାଇଁ ଏସ୍‍.ଡି.ଜି.ରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଆମ ରାଜ୍ୟର ମୋଟ ମୃତୁ୍ୟ ସଂଖ୍ୟାରୁ ଏହି କାରଣରୁ ୩୩ ପ୍ରତିଶତରୁ ଅଧିକ ଲୋକ ବୟସ ପୂର୍ବରୁ ମୃତୁ୍ୟ ବରଣ କରୁଛନ୍ତି । ଭାରତୀୟ ଆର୍ୟବିଜ୍ଞାନ ଗବେଷଣା ପରିଷଦ- ୨୦୧୫ ତଥ୍ୟ ଅନୁଯାୟୀ ୨୨ ପ୍ରତିଶତ ମୃତୁ୍ୟର କାରଣ ଅଣ-ସଂକ୍ରମଣ ଜନିତ ରୋଗ ହୋଇଥିବା ବେଳେ ୮ ପ୍ରତିଶତ ମୃତୁ୍ୟର କାରଣ ଉଚ୍ଚ ରକ୍ତଚାପ, ଫୁସ୍ଫୁସ୍ ଓ ହୃଦୟ ଜନିତ ରୋଗ । ସେହିପରି ଜାତୀୟ ଅପରାଧ ନଥି ସଂସ୍ଥାର ତଥ୍ୟ ଅନୁସାରେ ୨୦୧୪ ମସିହାରେ ରାଜ୍ୟରେ ୪୧୬୦ ଜଣ ଆତ୍ମହତ୍ୟା କରିଛନ୍ତି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ- ୪ ତଥ୍ୟ ଅନୁଯାୟୀ ପ୍ରାୟ ୧୯ ପ୍ରତିଶତ ମହିଳା ଏବଂ ୫୬ ପ୍ରତିଶତ ପୁରୁଷ ତମାଖୁ ସେବନ କରୁଥିବା ବେଳେ ୨.୪ ପ୍ରତିଶତ ମହିଳା ଏବଂ ୩୯.୩ ପ୍ରତିଶତ ପୁରୁଷ ମାଦକ ଦ୍ରବ୍ୟର ସେବନ କରୁଛନ୍ତି । ସେହିପରି ଆମ ରାଜ୍ୟର ମୋଟ ଜନସଂଖ୍ୟାର ୧୧.୭ ପ୍ରତିଶତ ଲୋକ ହେରୋଇନ୍ ସେବନ କରୁଥିବା ବେଳେ ୪୦ ପ୍ରତିଶତ ଆଘ୍ରାଣ ଜନିତ ନିଶା ସେବନ କରୁଛନ୍ତି । ଏହି ହାର ଦୈନିକ ବୃଦ୍ଧି ପାଇବାରେ ଲାଗିଛି ଏବଂ ଅବକାରୀ କ୍ଷେତ୍ରରୁ ରାଜସ୍ୱ ଆୟ ବଢୁଥିବା ଦ୍ୱାହି ଦେଇ ସରକାର କେବଳ ନିରବ ଦ୍ରଷ୍ଟା ସାଜିଛନ୍ତି । ଏହି କ୍ଷେତ୍ରରେ ଜୀବନଶୈଳୀକୁ ପ୍ରଭାବିତ କରୁଥିବା ବିଭିନ୍ନ ସ୍ୱାସ୍ଥ୍ୟ ପରାମର୍ଶ ଓ ମନୋବିଜ୍ଞାନ ଚିକିସôା ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ସହ ନିଶା ନିବାରଣ କେବଳ ସଚେତନତା ଭିତରେ ନ ରହି ନିଶା ଦ୍ରବ୍ୟ ପ୍ରସ୍ତୁତି, ବିକ୍ରି ଓ ସେବନ କଟକଣା ଆଇନ୍ କଡାକଡି ଭାବେ କାର୍ଯ୍ୟକାରୀ କରାଯିବା ଉଚିତ୍ । ରାଜ୍ୟ ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମୀ ବିକାଶ, ଆବଶ୍ୟକୀୟ ଦକ୍ଷ ମାନବ ସମ୍ବଳ ନିୟୋଜନ, ତୃଣମୂଳ ସ୍ତରର ସମସ୍ୟାର କାରଣ ପ୍ରତି ସଚେତନତା ବୃଦ୍ଧି ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡିକରେ ଲକ୍ଷ୍ୟ ଭେଦୀ କାର୍ଯ୍ୟକ୍ରମ ଆପଣା ଯାଇପାରିଲେ ଓଡିଶାର ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ଳୈବିପକ ପରିବର୍ତ୍ତନ ଅଣାଯାଇ ପାରିବ ।

    Maximum 500 characters

    ଆପଣଙ୍କ ମତ View all

    Find Us on Facebook