Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ବଲିଓଡ୍ରେ ନୂଆ ଚେହେରା

    Share on :
    Date: Jan 21, 2018    Views: 155



    ସାବିତ୍ରୀ ତି୍ରପାଠୀ: 

    ହର୍ଷବର୍ଦ୍ଧନ କପୁର


    ପ୍ରସିଦ୍ଧ ଅଭିନେତା ଅନିଲ କପୁର ଓ ସୁନୀତା କପୁରଙ୍କ ପୁତ୍ର ହେଉଛନ୍ତି ହର୍ଷବର୍ଦ୍ଧନ କପୁର । ପରିବାରର ସଭିଏଁ ଫିଲ୍ମ ଜଗତର ଜଣେ ଜଣେ ତାରକା । ବିଖ୍ୟାତ ସିନେ ନିଦେ୍ର୍ଧଶକ ଶେଖର କପୁର ମଧ୍ୟ ଏହି ପରିବାରର । ଏଣୁ କୌଣସି ଭଲ ବ୍ୟାନରର ଫିଲ୍ମରେ ଅଭିନୟ କରିବାକୁ ଅସୁବିଧା ହେବ ନାହିଁ ତାଙ୍କର । ଆମେରିକାରୁ ଅଭିନୟ ଓ ସ୍କିନ୍ପ୍ଲେ ଉପରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ହର୍ଷବର୍ଦ୍ଧନ । ‘ବମ୍ବୋର ଭେଲଭେଟ’ରେ ସେ ସହକାରୀ ନିଦେ୍ର୍ଧଶକ ଭାବେ କାର୍ଯ୍ୟ କରି ବେଶ୍ ଅଭିଜ୍ଞତା ହାସଲ କରିଛନ୍ତି । ହର୍ଷବର୍ଦ୍ଧନଙ୍କ ଫଟୋଜେନିକ ଚେହେରା ରହିଛି ଏବଂ ବେଶ ଷ୍ଟାଇଲିଷ୍ଟ । ୨୦୧୮ରେ ବଲିଉଡକୁ ସେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

    ତନୁଜ ଭିରୱାନି
    ‘ଏକ ଦୁଜେ କେ ଲିୟେ’ ଫେମ ଅଭିନେତ୍ରୀ ରତି ଅଗ୍ନିହୋତ୍ରୀଙ୍କ ପୁତ୍ର ହେଉଛନ୍ତି ତନୁଜ ଭିରୱାନି ।ତନୁଜ ସୌମ୍ୟ ଏବଂ ତାଙ୍କର ବାକ୍ ଚାତୁରୀ ଚମକôାର । ସେ ସୋସିଆଲ ମିଡିଆରେ ଖୁବ ସକ୍ରିୟ ନଥିଲେ ମଧ୍ୟ ତାରକା ସନ୍ତାନ ମହଲରେ ନିଜର ଉପସ୍ଥିତି ଜାହିର ରଖିବାରେ ସଫଳ ହୋଇପାରିଛନ୍ତି । ସେ କେବେ ବଲିଉଡକୁ ଆସିବେ, ସେଥିରେ ବିଶେଷ ଚର୍ଚ୍ଚା ହେଉନଥିଲେ ହେଁ ଭିତରେ ଭିତରେ ଅଭିନୟ ପ୍ରତି ନିଷ୍ଠା ରଖିଛନ୍ତି ।

    ସନ୍ନିଙ୍କ ପୁତ୍ର କରନ


    କରନ ଦେଓଲ ହେଉଛନ୍ତି ହି ମ୍ୟାନ ସନ୍ନି ଦେଓଲଙ୍କ ପୁତ୍ର । ଜେଜେବାପା-ଜେଜେମାଆ ଧର୍ମେନ୍ଦ୍ର ଓ ହେମାମାଳିନୀ ବଲିଉଡର ପ୍ରସିଦ୍ଧ ତାରକାଦମ୍ପତି । କଳା ବବି ଦେଓଲ ବି ଚର୍ଚ୍ଚିତ ଅଭିନେତା । ସନ୍ନି ପୁତ୍ରର କ୍ୟାରିୟର ପାଇଁ ଏବେଠୁ ଲାଗି ପଡ଼ିଛନ୍ତି । ସେ ଆଉ କୌଣସି ପ୍ରଡକ୍ସନ ହାଉସର ସହାୟତା ନ ନେଇ ହୋମ ପ୍ରଡକ୍ସନରେ କରନଙ୍କୁ ବ୍ରେକ୍ ଦେବାକୁ ଚାହାନ୍ତି, ଯେମିତି ଧର୍ମେନ୍ଦ୍ର ତାଙ୍କୁ ‘ବେତାବ’ ଫିଲ୍ମରେ ବ୍ରେକ୍ ଦେଇଥିଲେ । ପୁଅର ଡେବୁ୍ୟ ଫିଲ୍ମର ନାମ ‘ପଲ୍ ପଲ ଦିଲ କେ ପାସ୍’ । ଜେଜେ ଧର୍ମେନ୍ଦ୍ର ଅଭିନୀତ ଫିଲ୍ମ ‘ବ୍ଲାକ୍ମେଲ’ର ଏକ ଲୋକପ୍ରିୟ ଗୀତର ମୁଖୁଡ଼ା ଅନୁସାରେ କରନ ଡେବ୍ରୁୟ ଫିଲ୍ମର ନାଁ ରହିଛି ‘ପଲ ପଲ କେ ପାସ’ । ଫିଲ୍ମଟି ଦେଓଲ ପରିବାରର ହୋମ ପ୍ରଡକ୍ସନ ‘ବିଜେତା ପ୍ରଡକ୍ସନ’ ବ୍ୟାନାରରେ ତିଆରି ହେଉଛିଚ ସ୍ତ୍ରୀ ପୂଜା ଓ ଦେଓଲ ପରିବାର ଲୋକଙ୍କ ସହିତ ଆଲୋଚନା ପରେ କରନଙ୍କୁ ଲଞ୍ଚ କରାଯାଉଛି ଯେମିତି ଅତୀତରେ ସନ୍ନି ଓ ବବିଙ୍କ ପ୍ରଥମ ଫିଲ୍ମ ‘ବେତାବ’ ଓ ‘ବରଷାତ’ ବେଳେ ହୋଇଥିଲାଚ ୧୯୮୩ରେ ‘ବେତାବ’ ସୁପରଡ୍ରୁପର ହିଟ୍ ସାବ୍ୟସ୍ତ ହୋଇଥିଲା । ଏଥିରେ ଥିବା ସମସ୍ତ ଗୀତ ଏବେ ବି ଲୋକପ୍ରିୟ । ଏଥିରେ ଅମ୍ରିତାଙ୍କ ବିପକ୍ଷରେ ସନ୍ନି ଅଭିନୟ କରିଥିଲେ । କରନଙ୍କ ବିପକ୍ଷରେ ଆଜି ସାରା ଅଭିନୟ କରୁଛନ୍ତି । ସାରା ଓ କରନଙ୍କୁ ଦେଖିଲେ ଲାଗୁଛି ବଲିଉଡ ପୁଣି ଥରେ ନୂଆ ରୂପରେ ସନ୍ନି ଓ ଅମ୍ରିତାଙ୍କ ପାଇଛି । ୨୦୧୮ରେ ଫିଲ୍ମଟି ମୁକ୍ତିଲାଭ କରିବାର ସମ୍ଭାବନା ରହିଛି ।ÿ

    ଶ୍ୱେତା ତନୟା ନଭ୍ୟା


    ବିଗବି ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ନାତୁଣୀ ତଥା ଶ୍ୱେତା ନନ୍ଦାଙ୍କ କନ୍ୟା ନବ୍ୟା କୌଣସି ସିନେ ତାରକା ତୁଳନାରେ କମ ନୁହଁନ୍ତି । ସେ ଯେଉଠିକି ଯାଆନ୍ତି ପାପାରାଜି ଫଟୋଗ୍ରାଫରମାନେ ଗୋଡ଼ାଇ ଗୋଡ଼ାଇ କୌଣସି ପୋଜ୍ର ଫଟୋ ନେବାକୁ ପ୍ରାଣେପଣେ ଲାଗିପଡ଼ନ୍ତି ।୧୯୯୭ରେ ଜନ୍ମିତ ନବ୍ୟା ମାଆଙ୍କ ପରି ଡେଙ୍ଗା ଓ ଫ୍ୟାଶନ ସଚେତନ । ଅଜା ବିଗ୍ ବି ସହିତ ସେ ଖବ୍ ଅନ୍ତରଙ୍ଗ ଏବଂ ବୋଲ୍ଟ ଫଟୋ ଦିଅନ୍ତି । ଏବେ ସେ ଲଣ୍ଡନସ୍ଥିତ ସେଭେନ ଓକାସ ସ୍କୁଲରେ ପଢ଼ୁଛନ୍ତି । ଏହି ସ୍କୁଲରେ ଶାହରୁଖ ଖାନଙ୍କ ପୁଅ ଆନ ମଧ୍ୟ ଅଛନ୍ତି । ଦୁହେଁ ସହପାଠୀ । ଏମାନଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି । ନବ୍ୟାଙ୍କ ଅଭିନୟ ପ୍ରତି ବିଶେଷ ରୁଚି ରହିଛି । ‘ପାରସିଆନ’ ଲେ ବାଲ ଦେଶ ଦେବୁଟାନେସ ପକ୍ଷରୁ ଅଭିନୟ ପାଇଁ ଯେତେବେଳେ ଅଡିସନ ପରୀକ୍ଷା କରାଗଲା, ସାରା ବିଶ୍ୱରୁ ୨୫ଜଣଙ୍କୁ ବଛା ଯାଇଥିଲା । ସେଥିରେ ଥିଲେ ନଭ୍ୟା । ଖୁବ ଶୀଘ୍ର ବଚନ ପରିବାରର ଏହି ଅଲିଳଲୀକୁ ରୂପେଲି ପରଦାରେ ଦେଖିବାକୁ ଚାହୁଁଛନ୍ତି ଦର୍ଶକ ।

    Maximum 500 characters

    କଳା View all

    Find Us on Facebook