Jul 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଦ୍ୱିତୀୟ ଟେଷ୍ଟ ହାରିଲା ଭାରତ

    Share on :
    Date: Jan 17, 2018    Views: 119

    ନୂଆଦିଲ୍ଲୀ : ପ୍ରଥମ ଟେଷ୍ଟ ଭଳି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଲଜ୍ଜାଜନକ ପରାଜୟ ବରଣ କରିଛି ଭାରତ  । ୨୮୭ ରନର ପିଛା କରି ୧୫୧ ରନରେ ଅଲଆଉଟ ହୋଇଯାଇଛି  । ଗତକାଲି ଭାରତ ୩୫ ରନରେ ୩ଟି ୱିକେଟ ହରାଇଥିଲା  । ତେବେ ଆଜି ଖେଳ ଆରମ୍ଭ ହେବା ପରେ ଭାରତର ଶକ୍ତିଶାଳୀଳ ବ୍ୟାଟିଂ ଲାଇନ୍ ତାସ ପତା ଭଳି ଭୁଷୁଡ଼ି ଯାଇଥିଲା  । ଦକ୍ଷିଣଆଫ୍ରିକାର ନବାଗତ ବୋଲର ଲୁଙ୍ଗି ଏନଗିଡ଼ି ମାତ୍ର ୩୯ ରନ ଦେଇ ୬ ୱିକେଟ ନେଇଥିଲେ  । 


    ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୩୩୫ ରନରେ ଅଲଆଉଟ ହୋଇଯାଇଥିଲା  । ତେବେ କୋହଲିଙ୍କ ଶତକ ବଳରେ ଭାରତ ପ୍ରଥମ ଇନିଂସରେ ୩୦୭ ରନ କରି ଅଲଆଉଟ ହୋଇଯାଇଥିଲା  । ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ମାତ୍ର ୨୫୮ ରନ କରି ଅଲଆଉଟ ହୋଇଯିବାରୁ ବିଜୟ ପାଇଁ ଭାରତ ସକାଶେ ୨୮୭ ରନର ଟାର୍ଗେଟ ରହିଥିଲା  ।

    Maximum 500 characters

    ଖେଳ ଖବର View all

    Find Us on Facebook