Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ବନ୍ଦହେବ ଯାତ୍ରାପାର୍ଟି: ସୌମ୍ୟରଞ୍ଜନ

    Share on :
    Date: Jan 17, 2018    Views: 717


    ଭୁବନେଶ୍ୱର : ଯଲିଉଡରେ ଚଡ଼କ । ବନ୍ଦ ହେବ ଓଡ଼ିଶାର ଯାତ୍ରାପାର୍ଟି । ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ଯାତ୍ରାପାର୍ଟି ମାଲିକ ସଂଘ ସଭାପତି ସୌମ୍ୟରଂଜନ ପଟ୍ଟନାୟକ । ଯାତ୍ରାପାର୍ଟି ପରିଚାଳନା କରିବା ବହୁତ ବ୍ୟୟବହୁଳ ହୋଇସାରିଛି । ଯେତିକି ବ୍ୟୟ କରାଯାଉଛି ତାହାଠାରୁ ବହୁ କମ ଆୟ ହେଉଛି । ଟିକେଟ ମୂଲ୍ୟ ମଧ୍ୟ ବୃଦ୍ଧି କରିବା ସମ୍ଭବପର ହେଉନାହିଁ । କେତେକ କ୍ଷେତ୍ରରେ ପ୍ରଶାସନିକ କଟକଣା ଯୋଗୁ ଯାତ୍ରାପାର୍ଟି ଚାଲିପାରୁନାହିଁ । ଯେଉଁଥିପାଇଁ ଯାତ୍ରାପାର୍ଟି ବନ୍ଦ କରିବାକୁ ସେମାନେ ବାଧ୍ୟ ହେଉଛନ୍ତି ବୋଲି ମାଲିକ ସଂଘ ପକ୍ଷରୁ କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ୨୩ଟି ଯାତ୍ରା ପାର୍ଟିର ମାଲିକମାନେ ଉପସ୍ଥିତ ଥିଲେ । ଯଦି ଯାତ୍ରା ପାର୍ଟି ବନ୍ଦ ହୋଇଯାଏ ପ୍ରାୟ ୫ ହଜାର କଳାକାର କ୍ଷତିଗ୍ରସ୍ତ ହେବେ ବୋଲି ଜଣାପଡ଼ିଛି ।

    Maximum 500 characters

    କଳା View all

    Find Us on Facebook