Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

    ଆଇଏଏସସ୍ତରରେ ବଡ଼ ଧରଣର ଅଦଳବଦଳ

    Share on :
    Date: Jan 16, 2018    Views: 913

    ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି  । ୮ ଜିଲ୍ଲାର ଜିଲ୍ଲାପାଳ ପରିର୍ବତନ ହୋଇଥିବାବେଳେ ନିଦେ୍ର୍ଧଶକସ୍ତରରେ ମଧ୍ୟ ବଡ଼ ଧରଣର ପରିବର୍ତନ କରାଯାଇଛି  । 
    ଆଶିଷ ଠାକରେ କେନ୍ଦୁଝର ଜିଲ୍ଲାପାଳ, ମନୀଷ ଅଗ୍ରୱାଲ ମାଲକାନାଗିରି ଜଲ୍ଲାପାଳ, କେଏସ ଚକ୍ରବର୍ତୀ କୋରାପୁଟ ଜିଲ୍ଲାପାଳ, ନିଖିଲ ପୱନ ଢେ଼ଙ୍କାନାଳ ଜିଲ୍ଲାପାଳ, ଅନୁପମ ଶାହା ଗଜପତି ଜିଲ୍ଲାପାଳ, ରମେଶ ରାଉତ ବାଲେଶ୍ୱର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି  । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ମର୍ମରେ ବିଜ୍ଞପ୍ତି ପ୍ରକାଶ ପାଇଛି  ।
    ୨୦୦୧ ବ୍ୟାଚ ଆଇଏଏସ ଶାଳିନୀ ପଣ୍ଡିତଙ୍କୁ ପୂର୍ବଭଳି ଏନଏଚଏମ ନିଦେ୍ର୍ଧଶକ ଦାୟିତ୍ୱ ଦିଆଯାଇଛି  । ୨୦୦୨ ବ୍ୟାଚ ଆଇଏଏସ ଅର୍ଚ୍ଚନା ପଟ୍ଟନାଏକ ଏବେ ଓଡ଼ିଶା ରାଜ୍ୟ ମେଡ଼ିକାଲ କର୍ପୋରେସନର ଦାୟିତ୍ୱ ତୁଲାଉଥିବାବେଳେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଭାବେ ସିଏମଜିଆଇର ଦାୟିତ୍ୱ ମିଳିଛି  । ସେହିପରି ୨୦୦୪ ବ୍ୟାଚ ଆଇଏଏସ ପ୍ରଭାତ କୁମାର ଲେଙ୍କାକୁ ସାଧାରଣ ଉଦ୍ୟୋଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଥିବାବେଳେ ୨୦୦୮ ବ୍ୟାଚ ଆଇଏଏସ ଭୂପେନ୍ଦ୍ର ସିଂହ ପୁନିଆଙ୍କୁ ଓପେପାର ରାଜ୍ୟ ପ୍ରକଳ୍ପ ନିଦେ୍ର୍ଧଶକ ଦାୟିତ୍ୱ ଦିଆଯାଇଛି  । ସେହିପରି ଶ୍ରୀ ପୁନିଆ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଯୋଜନାର ପ୍ରକଳ୍ପ ନିଦେ୍ର୍ଧଶକ ଓ ଆଦର୍ଶ ବିଦ୍ୟାଳୟ ସଂଗଠନର ନିଦେ୍ର୍ଧଶକ ଭାବେ ମଧ୍ୟ କାର୍ଯ୍ୟ କରିବେ  ।
    ୨୦୧୦ ବ୍ୟାଚ ଆଇଏସ ରଶ୍ମିତା ପଣ୍ଡାଙ୍କୁ ରାଉରକେଲା ସ୍ମାର୍ଟ ସିଟିର ନୂତନ ସିଇଓ ଭାବେ ନିଯୁକ୍ତ କରାଯାଇଛି  । ସେହିପରି ରାଉରକେଲା ମହାନଗର ନିଗମର କମିଶନର ଓ ରାଉରକେଲା ବିକାଶ କର୍ତୃପକ୍ଷର ଉପାଧ୍ୟକ୍ଷ ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ  । ୨୦୧୦ ବ୍ୟାଚ ଆଇଏଏସ ସୁଧାଂଶୁ ମୋହନ ସାମଲଙ୍କୁ ହର୍ଟିକଲଚରର ନୂତନ ନିଦେ୍ର୍ଧଶକ ଭାବେ ଅବସ୍ଥାପିତ କରାଯାଇଛି  । ବରିଷ୍ଠ ଓଏଏସ ଅଫିସର ଅକ୍ଷୟ କୁମାର ପରିଡ଼ାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ ପ୍ରମୋଦ କୁମାର ଦାସଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି  ।

    Maximum 500 characters

    ପ୍ରଶାସନ ଖବର View all

    Find Us on Facebook